ନିର୍ବାଚନ ପୂର୍ବରୁ ବିଜେପି ନେତାଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କଲେ ମାଓବାଦୀ
ରାୟପୁର : ବିଜେପି ନେତାଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କଲେ ମାଓବାଦୀ । ଛତିଶଗଡ଼ ବିଜାପୁର ଜିଲ୍ଲାରେ ମାଓବାଦୀଙ୍କ ବର୍ବରକାଣ୍ଡ । ବିବାହ କାର୍ଯ୍ୟରେ ଯୋଗଦେବାକୁ ଯାଉଥିବା ବେଳେ ନିର୍ମମ ହତ୍ୟା । ମୃତକ ତିରୁପତି କୋଟଲା ସ୍ଥାନୀୟ ଅଞ୍ଚଳର ବିଜେପି ନେତା । ସୂଚନା ଅନୁସାରେ ବିଜେପିର ବରିଷ୍ଠ ନେତା, ଜିଲ୍ଲା ସଭ୍ୟ ତଥା ସମବାୟ ସେଲ୍ ଆବାହକ ତିରୁପତି କଟଲାଙ୍କୁ ନକ୍ସଲମାନେ ଧାରୁଆ ଅସ୍ତ୍ରରେ ନିର୍ମମ ଭାବେ ହତ୍ୟା କରିଛନ୍ତି। ସୂଚନା ଅନୁଯାୟୀ, […]

ରାୟପୁର : ବିଜେପି ନେତାଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କଲେ ମାଓବାଦୀ । ଛତିଶଗଡ଼ ବିଜାପୁର ଜିଲ୍ଲାରେ ମାଓବାଦୀଙ୍କ ବର୍ବରକାଣ୍ଡ । ବିବାହ କାର୍ଯ୍ୟରେ ଯୋଗଦେବାକୁ ଯାଉଥିବା ବେଳେ ନିର୍ମମ ହତ୍ୟା । ମୃତକ ତିରୁପତି କୋଟଲା ସ୍ଥାନୀୟ ଅଞ୍ଚଳର ବିଜେପି ନେତା । ସୂଚନା ଅନୁସାରେ ବିଜେପିର ବରିଷ୍ଠ ନେତା, ଜିଲ୍ଲା ସଭ୍ୟ ତଥା ସମବାୟ ସେଲ୍ ଆବାହକ ତିରୁପତି କଟଲାଙ୍କୁ ନକ୍ସଲମାନେ ଧାରୁଆ ଅସ୍ତ୍ରରେ ନିର୍ମମ ଭାବେ ହତ୍ୟା କରିଛନ୍ତି। ସୂଚନା ଅନୁଯାୟୀ, ତିରୁପତି କଟଲା ଶୁକ୍ରବାର ସନ୍ଧ୍ୟାରେ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ବିଜାପୁରଠାରୁ ୨୫ କିଲୋମିଟର ଦୂର ଟୟନାର ଯାଇଥିଲେ ।
କଟଲା ଏକ ବିବାହ ଉତ୍ସବରୁ ଫେରୁଥିଲେ । ଏହି ସମୟରେ ନକ୍ସଲମାନେ ତାଙ୍କୁ ଧାରୁଆ ଅସ୍ତ୍ରରେ ତାଙ୍କ ବେକ ଓ ଛାତିରେ ଆକ୍ରମଣ କରିଥିଲେ । ନକ୍ସଲ ଆକ୍ରମଣରେ ଗୁରୁତର ଆହତ ହୋଇଥିବା ତିରୁପତିଙ୍କୁ ଜିଲ୍ଲା ଡାକ୍ତରଖାନାକୁ ଅଣାଯାଇଥିଲା । ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଥିଲା । କଟଲାଙ୍କ ମୃତ୍ୟୁ ଖବର ପାଇ ପରିବାର ଓ ପ୍ରିୟଜନ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି । ଖବର ପାଇ ତାଙ୍କ ସମ୍ପର୍କୀୟ, ରାଜନୈତିକ ଦଳ ଓ ନାଗରିକମାନେ ଡାକ୍ତରଖାନାରେ ପହଞ୍ଚିବା ଆରମ୍ଭ କରିଥିଲେ ।