ନିର୍ବାଚନ ପୂର୍ବରୁ ଭାଜପାକୁ ବଡ଼ ଝଟ୍କା: ଦଳ ଛାଡିଲେ ଟାଣୁଆ ନେତା
ଭୁବନେଶ୍ୱର,୩।୪: ନିର୍ବାଚନ ପୂର୍ବରୁ ଭାଜପାକୁ ବଡ଼ ଝଟ୍କା ଲାଗିଛି। ଦଳର ଉପସଭାପତି ଭୃଗୁ ବକ୍ସିପାତ୍ର ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିକଟରୁ ସେ ନିଜ ଇସ୍ତଫା ପତ୍ର ଫଠାଇ ଦେଇଛନ୍ତି। ସେ ନିଜ ଇସ୍ତଫାପତ୍ରରେ ଲେଖିଛନ୍ତି, ଅତ୍ୟନ୍ତ ଦୁଃଖର ସହ ମୁଁ ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଉଛି। ଗତ ୨୩ବର୍ଷ ଧରି ଜଣେ ସଭ୍ୟ ଭାବରେ ରାଜ୍ୟରେ ପାର୍ଟିର ଉନ୍ନତି ପଇଁ ସମସ୍ତ ପ୍ରୟାସ କରିଛି। ପାର୍ଟି […] The post ନିର୍ବାଚନ ପୂର୍ବରୁ ଭାଜପାକୁ ବଡ଼ ଝଟ୍କା: ଦଳ ଛାଡିଲେ ଟାଣୁଆ ନେତା appeared first on Dharitri Odia News.
ଭୁବନେଶ୍ୱର,୩।୪: ନିର୍ବାଚନ ପୂର୍ବରୁ ଭାଜପାକୁ ବଡ଼ ଝଟ୍କା ଲାଗିଛି। ଦଳର ଉପସଭାପତି ଭୃଗୁ ବକ୍ସିପାତ୍ର ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିକଟରୁ ସେ ନିଜ ଇସ୍ତଫା ପତ୍ର ଫଠାଇ ଦେଇଛନ୍ତି।
ସେ ନିଜ ଇସ୍ତଫାପତ୍ରରେ ଲେଖିଛନ୍ତି, ଅତ୍ୟନ୍ତ ଦୁଃଖର ସହ ମୁଁ ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଉଛି। ଗତ ୨୩ବର୍ଷ ଧରି ଜଣେ ସଭ୍ୟ ଭାବରେ ରାଜ୍ୟରେ ପାର୍ଟିର ଉନ୍ନତି ପଇଁ ସମସ୍ତ ପ୍ରୟାସ କରିଛି। ପାର୍ଟି ଦେଇଥିବା ସମସ୍ତ ଦାୟିତ୍ୱ ଅତ୍ୟନ୍ତ ନିଷ୍ଠା, ପରିଶ୍ରମ ଓ ସ୍ଥିରତାର ସହ ତୁଲାଇଛି। ବିଭିନ୍ନ ସାଂଗଠନିକ ଓ ରାଜନୈତିକ କାର୍ଯ୍ୟ ବୃଦ୍ଧି କରିବାରେ ପାର୍ଟି ଆସ୍ଥା ରଖିଥିବାରୁ ମୁଁ କୃତଜ୍ଞ।କିନ୍ତୁ ଗତ କିଛିଦିନ ହେଲା ଦଳରେ ମୋ ସେବାପ ଆବଶ୍ୟକତା ଆଉ ନାହିଁ ବୋଲି ଉପଲବ୍ଧି କଲି। ତେଣୁ ଆଗକୁ ବଢିବା ପାଇଁ ସ୍ଥିର କଲି।’ ଲୋକଙ୍କ ସେବା ଏବଂ ଓ ବିକାଶରେ ନିଜର କାର୍ଯ୍ୟକୁ ବଜାୟ ରଖିବି। ମୋର ଇସ୍ତଫା ପତ୍ରକୁ ପାର୍ଟି ଗ୍ରହଣ କରିବାକୁ ମୁଁ ଅନୁରୋଧ କରୁଛି।
ଭୃଗୁ ବକ୍ସିପାତ୍ର ୨୦୧୯ରେ ବହ୍ମପୁର ଲୋକ ସଭା ଆସନରୁ ପ୍ରତିଦ୍ୱନ୍ଦିତା କରିଥିଲେ।
— Bhrugu Baxipatra (@BhruguOdisha) April 3, 2024
The post ନିର୍ବାଚନ ପୂର୍ବରୁ ଭାଜପାକୁ ବଡ଼ ଝଟ୍କା: ଦଳ ଛାଡିଲେ ଟାଣୁଆ ନେତା appeared first on Dharitri Odia News.
