ସେବା ମଲ୍ଟି ସ୍ପେଶାଲିଟି ହସ୍ପିଟାଲ ମ୍ୟାନେଜରଙ୍କୁ ଆକ୍ରମଣ, ଧର୍ମଶାଳା ଥାନାର ଦ୍ୱାରସ୍ଥ ହେଲେ…

ଧର୍ମଶାଳା,୫।୬: ଯାଜପୁର ଜିଲା ଧର୍ମଶାଳା ଥାନା ଅଧୀନ ନେଉଳପୁର ଜାତୀୟ ରାଜପଥ ପାର୍ଶରେ ଥିବା ସେବା ମଲ୍ଟି ସ୍ପେଶାଲିଟି ହସ୍ପିଟାଲ ମ୍ୟାନେଜରଙ୍କୁ ଆକ୍ରମଣ କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ସେ ହେଲେ ତପନ କୁମାର ବେହୁରା ଓ ଯଶୋବନ୍ତ ବେହୁରା । ସୂଚନାନୁଯାୟୀ, ହସ୍ପିଟାଲ ମାଲିକ ଡାକ୍ତର ସୁଶାନ୍ତ ବେହେରାଙ୍କ ବନ୍ଧୁ ତପନ  ଓ ଯଶୋବନ୍ତ ହସ୍ପିଟାଲ ମ୍ୟାନେଜର ଭାବେ ସବୁକିଛି ବୁଝାବୁଝି କରି ଆସୁଛନ୍ତି। ନିକଟରେ କ୍ଲିନିକ୍‌ କରିଥିବା ସାରେଇ ଗ୍ରାମର ଡାକ୍ତର ସତ୍ୟବ୍ରତ ଜେନା […] The post ସେବା ମଲ୍ଟି ସ୍ପେଶାଲିଟି ହସ୍ପିଟାଲ ମ୍ୟାନେଜରଙ୍କୁ ଆକ୍ରମଣ, ଧର୍ମଶାଳା ଥାନାର ଦ୍ୱାରସ୍ଥ ହେଲେ… appeared first on Dharitri Odia News.

ସେବା ମଲ୍ଟି ସ୍ପେଶାଲିଟି ହସ୍ପିଟାଲ ମ୍ୟାନେଜରଙ୍କୁ ଆକ୍ରମଣ, ଧର୍ମଶାଳା ଥାନାର ଦ୍ୱାରସ୍ଥ ହେଲେ…

ଧର୍ମଶାଳା,୫।୬: ଯାଜପୁର ଜିଲା ଧର୍ମଶାଳା ଥାନା ଅଧୀନ ନେଉଳପୁର ଜାତୀୟ ରାଜପଥ ପାର୍ଶରେ ଥିବା ସେବା ମଲ୍ଟି ସ୍ପେଶାଲିଟି ହସ୍ପିଟାଲ ମ୍ୟାନେଜରଙ୍କୁ ଆକ୍ରମଣ କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ସେ ହେଲେ ତପନ କୁମାର ବେହୁରା ଓ ଯଶୋବନ୍ତ ବେହୁରା ।

ସୂଚନାନୁଯାୟୀ, ହସ୍ପିଟାଲ ମାଲିକ ଡାକ୍ତର ସୁଶାନ୍ତ ବେହେରାଙ୍କ ବନ୍ଧୁ ତପନ  ଓ ଯଶୋବନ୍ତ ହସ୍ପିଟାଲ ମ୍ୟାନେଜର ଭାବେ ସବୁକିଛି ବୁଝାବୁଝି କରି ଆସୁଛନ୍ତି। ନିକଟରେ କ୍ଲିନିକ୍‌ କରିଥିବା ସାରେଇ ଗ୍ରାମର ଡାକ୍ତର ସତ୍ୟବ୍ରତ ଜେନା ମଙ୍ଗଳବାର ସାରେ ତପନଙ୍କୁ ଫୋନ କରି ସେ ଏବଂ ତାଙ୍କ ହସ୍ପିଟାଲ ନାମରେ କାହିଁକି ବଦନାମ କରୁଛ ବୋଲି ପ୍ରଶ୍ନ କରିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଫୋନରେ ଯୁକ୍ତିତର୍କ ହୋଇଥିଲା। ପରେ ଡାକ୍ତର ସତ୍ୟବ୍ରତ କିଛି ଯୁବକଙ୍କ ସହ ରାତି ପ୍ରାୟ ୯ଟା ସମୟରେ ନେଉଳପୁର ସ୍ଥିତ ହସ୍ପିଟାଲକୁ ଆସି ତପନଙ୍କୁ ତଳକୁ ଡାକିଥିଲେ। ସେ ଆସିବା ପରେ ତାଙ୍କୁ ସଂଘବଧ ଭାବରେ ଆକ୍ରମଣ କରାଯାଇଥିଲା। ଏଥିରେ ତପନ ଓ ଯଶୋବନ୍ତ ଗୁରୁତର ଆହତ ହୋଇଥିଲେ। ଉଭୟ ଧର୍ମଶାଳା ମେଡିକାଲରେ ଚିକିତ୍ସିତ ହେବା ପରେ ଥାନାରେ ଏତଲା ଦେଇଛନ୍ତି। ଅନ୍ୟପକ୍ଷରେ ସତ୍ୟବ୍ରତ ମଧ୍ୟ ସେମାନଙ୍କ ବିରୋଧରେ ପାଲଟା ଏତଲା ଦେଇଥିବା ଜଣାପଡ଼ିଛି। ଏ ସମ୍ପର୍କରେ ଥାନା ଅଧୂକାରୀ ରଞ୍ଜନ କୁମାର ମାଝୀଙ୍କୁ ପଚାରିବାରେ ସେ କହିଛନ୍ତି, ଏହି ଘଟଣାରେ ୨ଟି ଅଭିଯୋଗ ହୋଇଛି। ଅଭିଯୋଗର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

The post ସେବା ମଲ୍ଟି ସ୍ପେଶାଲିଟି ହସ୍ପିଟାଲ ମ୍ୟାନେଜରଙ୍କୁ ଆକ୍ରମଣ, ଧର୍ମଶାଳା ଥାନାର ଦ୍ୱାରସ୍ଥ ହେଲେ… appeared first on Dharitri Odia News.