ବିବାହର ୧୫ ବର୍ଷ ପରେ ସ୍ବାମୀଙ୍କଠାରୁ ଅଲଗା ହେଲେ ଅଭିନେତ୍ରୀ, କହିଲେ-ମୁଁ ତାଙ୍କ…
ମୁମ୍ବାଇ: ୧୫ ବର୍ଷର ବୈବାହିକ ଜୀବନରେ ଫାଟ। ସ୍ବାମୀ ତଥା ଅଭିନେତା ସଞ୍ଜୀବ ସେଠଙ୍କଠାରୁ ଅଲଗା ହୋଇଛନ୍ତି ଟେଲି ଅଭିନେତ୍ରୀ ଲତା ସବରଓ୍ବାଲ। ସୋସିଆଲ ମିଡିଆରେ ପୋଷ୍ଟ କରି ସେ ଏନେଇ ପ୍ରଶଂସକଙ୍କୁ ଜଣାଇଛନ୍ତି। ‘ୟେ ରିସ୍ତା କ୍ୟା କେହଲାତା ହୈ’ରେ ଏକାଠି କାମ କରିବା ବେଳଠାରୁ ପ୍ରଶଂସକ ଉଭୟଙ୍କ ଯୋଡ଼ିକୁ ବେଶ ପସନ୍ଦ କରୁଥିଲେ। ଏବେ ଦୁହେଁ ଅଲଗା ହେବା ଖବର ଝଟ୍କା ସାବ୍ୟସ୍ତ ହୋଇଛି। ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ଲତା ଲେଖିଛନ୍ତି, ଦୀର୍ଘଦିନର […] The post ବିବାହର ୧୫ ବର୍ଷ ପରେ ସ୍ବାମୀଙ୍କଠାରୁ ଅଲଗା ହେଲେ ଅଭିନେତ୍ରୀ, କହିଲେ-ମୁଁ ତାଙ୍କ… appeared first on Dharitri Odia News.
ମୁମ୍ବାଇ: ୧୫ ବର୍ଷର ବୈବାହିକ ଜୀବନରେ ଫାଟ। ସ୍ବାମୀ ତଥା ଅଭିନେତା ସଞ୍ଜୀବ ସେଠଙ୍କଠାରୁ ଅଲଗା ହୋଇଛନ୍ତି ଟେଲି ଅଭିନେତ୍ରୀ ଲତା ସବରଓ୍ବାଲ। ସୋସିଆଲ ମିଡିଆରେ ପୋଷ୍ଟ କରି ସେ ଏନେଇ ପ୍ରଶଂସକଙ୍କୁ ଜଣାଇଛନ୍ତି। ‘ୟେ ରିସ୍ତା କ୍ୟା କେହଲାତା ହୈ’ରେ ଏକାଠି କାମ କରିବା ବେଳଠାରୁ ପ୍ରଶଂସକ ଉଭୟଙ୍କ ଯୋଡ଼ିକୁ ବେଶ ପସନ୍ଦ କରୁଥିଲେ। ଏବେ ଦୁହେଁ ଅଲଗା ହେବା ଖବର ଝଟ୍କା ସାବ୍ୟସ୍ତ ହୋଇଛି।
ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ଲତା ଲେଖିଛନ୍ତି, ଦୀର୍ଘଦିନର ନିରବତା ପରେ ଘୋଷଣା କରୁଛି ଯେ ମୁଁ(ଲତା ସବରଓ୍ବାଲ) ସ୍ବାମୀ(ସଞ୍ଜୀବ ସେଠ)ଙ୍କଠାରୁ ଅଲଗା ହୋଇଯାରିଛି। ମୋତେ ଗୋଟିଏ ସୁନ୍ଦର ପୁଅ ଦେବା ପାଇଁ ମୁଁ ବେଶ ଆଭାରୀ ରହିବି। ଆଗାମୀ ଜୀବନ ଲାଗି ତାଙ୍କୁ ଶୁଭକାମନା ଦେଉଛି। ସମସ୍ତଙ୍କୁ ଅନୁରୋଧ କରୁଛି ଯେ ମୋ ସହ ମୋ ପରିବାରର ଶାନ୍ତିର ସମ୍ମାନ କରନ୍ତୁ। ଏନେଇ କିଛି ପ୍ରଶ୍ନ କରନ୍ତୁ ନାହିଁ। ନା ଫୋନ କରନ୍ତୁ।
ଲତାଙ୍କ ପୋଷ୍ଟ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି। ଏତେ ବର୍ଷର ସମ୍ପର୍କ ପରେ କ’ଣ ପାଇଁ ଦୁହେଁ ଏତେ ବଡ଼ ନିଷ୍ପତ୍ତି ନେଲେ ସେ ନେଇ ପ୍ରଶ୍ନ କରାଯାଉଛି।
କହିରଖୁଛୁ, ଉଭୟ ‘ୟେ ରିସ୍ତା କ୍ୟା କେହଲାତା ହୈ’ର ଶୁଟିଂ ସେଟ୍ରେ ପରସ୍ପରକୁ ଭେଟିଥିଲେ। ଏହାର ବର୍ଷକ ପରେ ୨୦୧୦ରେ ସେମାନେ ବିବାହ କରିଥିଲେ। ବିବାହରୁ ଦୁହିଁଙ୍କ ଗୋଟିଏ ପୁଅ ଅଛି, ଯାହାର ନାମ ଆରବ୍।
The post ବିବାହର ୧୫ ବର୍ଷ ପରେ ସ୍ବାମୀଙ୍କଠାରୁ ଅଲଗା ହେଲେ ଅଭିନେତ୍ରୀ, କହିଲେ-ମୁଁ ତାଙ୍କ… appeared first on Dharitri Odia News.