ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଟଣାଓଟରା
ମୁମ୍ବାଇ,୧୮।୧୦: ଶିବସେନା (ୟୁବିଟି)ର ବରିଷ୍ଠ ନେତାମାନେ ନଭେମ୍ବର ୨୦ରେ ହେବାକୁ ଥିବା ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଏହାର ବିଧାୟକ ତଥା ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ଭେଟିଛନ୍ତି। ଆଦିତ୍ୟ ଠାକରେ, ଅନିଲ ଦେଶାଇ ଏବଂ ସଞ୍ଜୟ ରାଉତଙ୍କ ସମେତ ବରିଷ୍ଠ ନେତାମାନେ ବିଧାୟକ ତଥା ସମ୍ଭାବ୍ୟ ପ୍ରାର୍ଥୀଙ୍କ ସହ ବୈଠକ କରିଥିଲେ। ବିଧାନସଭା ନିର୍ବାଚନ ଏବଂ ନାମାଙ୍କନପତ୍ର ପୂରଣ କରିବା ସମୟରେ ସେମାନେ କେଉଁ ସତର୍କତା ଅବଲମ୍ବନ କରିବେ ସେନେଇ ଦଳ ପ୍ରାର୍ଥୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ନଭେମ୍ବର ୨୩ରେ […] The post ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଟଣାଓଟରା appeared first on Dharitri Odia News.
ମୁମ୍ବାଇ,୧୮।୧୦: ଶିବସେନା (ୟୁବିଟି)ର ବରିଷ୍ଠ ନେତାମାନେ ନଭେମ୍ବର ୨୦ରେ ହେବାକୁ ଥିବା ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଏହାର ବିଧାୟକ ତଥା ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ଭେଟିଛନ୍ତି। ଆଦିତ୍ୟ ଠାକରେ, ଅନିଲ ଦେଶାଇ ଏବଂ ସଞ୍ଜୟ ରାଉତଙ୍କ ସମେତ ବରିଷ୍ଠ ନେତାମାନେ ବିଧାୟକ ତଥା ସମ୍ଭାବ୍ୟ ପ୍ରାର୍ଥୀଙ୍କ ସହ ବୈଠକ କରିଥିଲେ। ବିଧାନସଭା ନିର୍ବାଚନ ଏବଂ ନାମାଙ୍କନପତ୍ର ପୂରଣ କରିବା ସମୟରେ ସେମାନେ କେଉଁ ସତର୍କତା ଅବଲମ୍ବନ କରିବେ ସେନେଇ ଦଳ ପ୍ରାର୍ଥୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ନଭେମ୍ବର ୨୩ରେ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା କରାଯିବ।
ଅନ୍ୟପକ୍ଷରେ, ଏକ କାର୍ଯ୍ୟକ୍ରମରେ ଶିବସେନା (ୟୁବିଟି) ନେତା ଅନିଲ ପରବ କହିଛନ୍ତି, ମହା ବିକାଶ ଆଗାଡି (ଏମ୍ଭିଏ)କୁ ମହାରାଷ୍ଟ୍ରରେ କ୍ଷମତାକୁ ଆସିବାକୁ କେହି ଅଟକାଇ ପାରିବେ ନାହିଁ ଏବଂ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ହେବେ ବୋଲି ଦାବି କରିଛନ୍ତି। ଏହାପୂର୍ବରୁ ଉଦ୍ଧବ ଠାକ୍ରେ କହିଥିଲେ, ଏମ୍ଭିଏ ଯାହାକୁ ମୁଖ୍ୟମନ୍ତ୍ରୀ କରିବ ଆମେ ତାଙ୍କୁ ସମର୍ଥନ ଦେବୁ। ତେବେ ଏମ୍ଭିଏରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଟଣାଓଟରା ଚାଲିଛି।
The post ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଟଣାଓଟରା appeared first on Dharitri Odia News.