ନିର୍ବାଚନ ପ୍ରଚାରରୁ ଜବତ ମଦ ଏବଂ ନଗଦ ଟଙ୍କା କ’ଣ ହୁଏ? ଜାଣନ୍ତୁ...
ନୂଆଦିଲ୍ଲୀ ୨୨।୦୩: ଦେଶରେ ବାଜି ସାରିଛି ନିର୍ବାଚନୀ ବିଗୁଲ । ଏଥିପାଇଁ ପ୍ରସ୍ତୁତିରେ ବ୍ୟସ୍ତ ପୁରା ଦେଶ । ସାଧାରଣତଃ ନିର୍ବାଚନ ସମୟରେ ମଦ ଏବଂ ନଗଦ ଟଙ୍କା ବଣ୍ଟା ପ୍ରାୟ ଦେଖାଯାଏ । କିନ୍ତୁ ଜାଣନ୍ତି ନିର୍ବାଚନ ପ୍ରଚାରରୁ ଜବତ ହୋଇଥିବା ମଦ ଏବଂ ନଗଦ ଟଙ୍କା କ’ଣ ହୁଏ? ଆସନ୍ତୁ ଜାଣିବା… ସୂଚନା ଅନୁଯାୟୀ, ନିର୍ବାଚନ ସମୟରେ ମିଳିଥିବା ସମସ୍ତ ମଦ ପ୍ରଥମେ ଗୋଟିଏ ସ୍ଥାନରେ ଜମା କରାଯାଏ। ଏହାପରେ ଏସବୁକୁ ଏକତ୍ର ନଷ୍ଟ କରାଯାଏ । ସେହିଭଳି ନିର୍ବାଚନ ସମୟରେ ପୋଲିସ ଯାହା ନଗଦ ଟଙ୍କା ଜବତ କରିନ୍ତି ଏହାକୁ ଆୟକର ବିଭାଗକୁ ହସ୍ତାନ୍ତର କରାଯାଇଥାଏ । କିନ୍ତୁ ପୋଲିସ ଯେଉଁ ବ୍ୟକ୍ତିଙ୍କ ଠାରୁ ନଗଦ ଟଙ୍କା ଜବତ କରେ, ତାହାକୁ ନିର୍ବାଚନ ପରେ ସେହି ବ୍ୟକ୍ତି ନିଜ ଟଙ୍କା ପାଇଁ ଦାବି କରିପାରିବେ ।କିନ୍ତୁ ବ୍ୟକ୍ତିଙ୍କୁ ପ୍ରମାଣ କରିବାକୁ ପଡିବ ଯେ ଏହି ଟଙ୍କା ତାଙ୍କର ଏବଂ ସେ ଏହାକୁ କୌଣସି ବେଆଇନ ଉପାୟରେ ରୋଜଗାର କରିନାହାଁନ୍ତି । ଯଦି ବ୍ୟକ୍ତି ପ୍ରମାଣ ଭାବରେ ସଂପୂର୍ଣ୍ଣ ସୂଚନା ଦେଇପାରନ୍ତି, ତେବେ ବିଭାଗରୁ ତାଙ୍କ ଟଙ୍କା ଫେରସ୍ତ କରାଯାଇଥାଏ । କିନ୍ତୁ ଯଦି ଜବତ ଟଙ୍କାକୁ କେହି ଦାବି ନ କରିଲେ ତେବେ ଏହା ସରକାରୀ ରାଜକୋଷରେ ଜମା ହୋଇଯାଏ।
ନୂଆଦିଲ୍ଲୀ ୨୨।୦୩: ଦେଶରେ ବାଜି ସାରିଛି ନିର୍ବାଚନୀ ବିଗୁଲ । ଏଥିପାଇଁ ପ୍ରସ୍ତୁତିରେ ବ୍ୟସ୍ତ ପୁରା ଦେଶ । ସାଧାରଣତଃ ନିର୍ବାଚନ ସମୟରେ ମଦ ଏବଂ ନଗଦ ଟଙ୍କା ବଣ୍ଟା ପ୍ରାୟ ଦେଖାଯାଏ । କିନ୍ତୁ ଜାଣନ୍ତି ନିର୍ବାଚନ ପ୍ରଚାରରୁ ଜବତ ହୋଇଥିବା ମଦ ଏବଂ ନଗଦ ଟଙ୍କା କ’ଣ ହୁଏ? ଆସନ୍ତୁ ଜାଣିବା…

ସୂଚନା ଅନୁଯାୟୀ, ନିର୍ବାଚନ ସମୟରେ ମିଳିଥିବା ସମସ୍ତ ମଦ ପ୍ରଥମେ ଗୋଟିଏ ସ୍ଥାନରେ ଜମା କରାଯାଏ। ଏହାପରେ ଏସବୁକୁ ଏକତ୍ର ନଷ୍ଟ କରାଯାଏ । ସେହିଭଳି ନିର୍ବାଚନ ସମୟରେ ପୋଲିସ ଯାହା ନଗଦ ଟଙ୍କା ଜବତ କରିନ୍ତି ଏହାକୁ ଆୟକର ବିଭାଗକୁ ହସ୍ତାନ୍ତର କରାଯାଇଥାଏ ।

କିନ୍ତୁ ପୋଲିସ ଯେଉଁ ବ୍ୟକ୍ତିଙ୍କ ଠାରୁ ନଗଦ ଟଙ୍କା ଜବତ କରେ, ତାହାକୁ ନିର୍ବାଚନ ପରେ ସେହି ବ୍ୟକ୍ତି ନିଜ ଟଙ୍କା ପାଇଁ ଦାବି କରିପାରିବେ ।କିନ୍ତୁ ବ୍ୟକ୍ତିଙ୍କୁ ପ୍ରମାଣ କରିବାକୁ ପଡିବ ଯେ ଏହି ଟଙ୍କା ତାଙ୍କର ଏବଂ ସେ ଏହାକୁ କୌଣସି ବେଆଇନ ଉପାୟରେ ରୋଜଗାର କରିନାହାଁନ୍ତି ।

ଯଦି ବ୍ୟକ୍ତି ପ୍ରମାଣ ଭାବରେ ସଂପୂର୍ଣ୍ଣ ସୂଚନା ଦେଇପାରନ୍ତି, ତେବେ ବିଭାଗରୁ ତାଙ୍କ ଟଙ୍କା ଫେରସ୍ତ କରାଯାଇଥାଏ । କିନ୍ତୁ ଯଦି ଜବତ ଟଙ୍କାକୁ କେହି ଦାବି ନ କରିଲେ ତେବେ ଏହା ସରକାରୀ ରାଜକୋଷରେ ଜମା ହୋଇଯାଏ।