ନିର୍ବାଚନ ଫଳାଫଳ ଉପରେ ଆସିଲା କେଜ୍ରିଓ୍ବାଲଙ୍କ ବଡ଼ ବୟାନ, ମୋଦିଙ୍କୁ ନେଇ କହିଦେଲେ ବଡ଼ କଥା
ନୂଆଦିଲ୍ଲୀ, ୭।୬: ଲୋକ ସଭା ନିର୍ବାଚନ ଫଳାଫଳକୁ ନେଇ ଜେଲ୍ରୁ ଆମ ଆଦମୀ ପାର୍ଟିର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପ୍ରତିକ୍ରିୟା ଆସିଛି। ସେ କହିଛନ୍ତ, ଆମେ ଇଣ୍ଡିଆ ମେଣ୍ଟର ଅଂଶ ଅଟୁ। ଇଣ୍ଡିଆ ମେଣ୍ଟ ଜିତିଛି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହାରିଛନ୍ତି। ଆମେ ଗୁରୁତ୍ୱପୂର୍ଣ୍ଣ ନୁହେଁ, ଦେଶ ଗୁରୁତ୍ୱପୂର୍ଣ୍ଣ। ଆପଣଙ୍କୁ କହିରଖୁଛୁ ଯେ ଆମ ଆଦମୀ ପାର୍ଟି ଏବଂ କଂଗ୍ରେସ ଦିଲ୍ଲୀ, ଗୁଜରାଟ, ହରିୟାଣା, ଗୋଆ, ଆସାମ ଏବଂ ଚଣ୍ଡିଗଡ଼ରେ ମେଣ୍ଟ […] The post ନିର୍ବାଚନ ଫଳାଫଳ ଉପରେ ଆସିଲା କେଜ୍ରିଓ୍ବାଲଙ୍କ ବଡ଼ ବୟାନ, ମୋଦିଙ୍କୁ ନେଇ କହିଦେଲେ ବଡ଼ କଥା appeared first on Dharitri Odia News.
ନୂଆଦିଲ୍ଲୀ, ୭।୬: ଲୋକ ସଭା ନିର୍ବାଚନ ଫଳାଫଳକୁ ନେଇ ଜେଲ୍ରୁ ଆମ ଆଦମୀ ପାର୍ଟିର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପ୍ରତିକ୍ରିୟା ଆସିଛି। ସେ କହିଛନ୍ତ, ଆମେ ଇଣ୍ଡିଆ ମେଣ୍ଟର ଅଂଶ ଅଟୁ। ଇଣ୍ଡିଆ ମେଣ୍ଟ ଜିତିଛି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହାରିଛନ୍ତି। ଆମେ ଗୁରୁତ୍ୱପୂର୍ଣ୍ଣ ନୁହେଁ, ଦେଶ ଗୁରୁତ୍ୱପୂର୍ଣ୍ଣ।
ଆପଣଙ୍କୁ କହିରଖୁଛୁ ଯେ ଆମ ଆଦମୀ ପାର୍ଟି ଏବଂ କଂଗ୍ରେସ ଦିଲ୍ଲୀ, ଗୁଜରାଟ, ହରିୟାଣା, ଗୋଆ, ଆସାମ ଏବଂ ଚଣ୍ଡିଗଡ଼ରେ ମେଣ୍ଟ ଗଠନ କରିଛି। ଦିଲ୍ଲୀର ସମସ୍ତ ସାତୋଟି ଆସନରେ ଭାଜପା ଜିତିଛି। କଂଗ୍ରେସ ହରିୟାଣା ଏବଂ ଚଣ୍ଡିଗଡ଼ରେ ୬ଟି ସିଟ ପାଇଛି। ଏଥିସହ େ ଗୁଜରାଟରେ ଗୋଟିଏ ଆସନ ପାଇଛି। ଏହି ରାଜ୍ୟଗୁଡିକରେ ଏଏପି ଗୋଟିଏ ବି ସିଟ ପାଇନାହିଁ। ହେଲେ ଏହାର ଭୋଟ ପ୍ରତିଶତରେ ଉନ୍ନତି ହୋଇଛି। ପଞ୍ଜାମରେ ଆମ ଆଦମୀ ପାର୍ଟି ତିନୋଟି ସିଟ ଜିତିଛି।
The post ନିର୍ବାଚନ ଫଳାଫଳ ଉପରେ ଆସିଲା କେଜ୍ରିଓ୍ବାଲଙ୍କ ବଡ଼ ବୟାନ, ମୋଦିଙ୍କୁ ନେଇ କହିଦେଲେ ବଡ଼ କଥା appeared first on Dharitri Odia News.