ନିର୍ବାଚନକୁ ପ୍ରଭାବିତ କରିବ ନିଶା
ଦାରିଙ୍ଗବାଡ଼ି,୭ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଚୋରାମଦ କାରବାର ବୃଦ୍ଧିପାଇଛି। ବିଶେଷକରି ସିମନବାଡ଼ି ଅଞ୍ଚଳରେ ଏହି କାରବାର ବୈଧ ଓ ମୁକ୍ତ ଭାବେ ଚାଲିଛି ଦିନ ଦ୍ବିପ୍ରହରରେ ମଧ୍ୟ ଏହିକାରବାର ବନ୍ଦ ହେବାର ନାମ ଧରୁନି। କେବଳ ଯେ ଚୋରାରେ ଦେଶୀ ମଦ ରାନ୍ଧି ବିକ୍ରି ହେଉଛି ତାହା ନୁହଁ, ଲକ୍ଷାଧିକ ଟଙ୍କାର ବିଦେଶୀ ମଦ ମଧ୍ୟ ବିକ୍ରି କରାଯାଉଛି। ଏହାର ନମୁନା ଦେଖିବାକୁ ମିଳିଛି ସିମନବାଡ଼ି ଜନଜାତି ହାଟ ଏବଂ ଉପସ୍ବାସ୍ଥ୍ୟକେନ୍ଦ୍ର ନିକଟରେ […] The post ନିର୍ବାଚନକୁ ପ୍ରଭାବିତ କରିବ ନିଶା appeared first on Dharitri Odia News.
ଦାରିଙ୍ଗବାଡ଼ି,୭ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଚୋରାମଦ କାରବାର ବୃଦ୍ଧିପାଇଛି। ବିଶେଷକରି ସିମନବାଡ଼ି ଅଞ୍ଚଳରେ ଏହି କାରବାର ବୈଧ ଓ ମୁକ୍ତ ଭାବେ ଚାଲିଛି ଦିନ ଦ୍ବିପ୍ରହରରେ ମଧ୍ୟ ଏହିକାରବାର ବନ୍ଦ ହେବାର ନାମ ଧରୁନି। କେବଳ ଯେ ଚୋରାରେ ଦେଶୀ ମଦ ରାନ୍ଧି ବିକ୍ରି ହେଉଛି ତାହା ନୁହଁ, ଲକ୍ଷାଧିକ ଟଙ୍କାର ବିଦେଶୀ ମଦ ମଧ୍ୟ ବିକ୍ରି କରାଯାଉଛି। ଏହାର ନମୁନା ଦେଖିବାକୁ ମିଳିଛି ସିମନବାଡ଼ି ଜନଜାତି ହାଟ ଏବଂ ଉପସ୍ବାସ୍ଥ୍ୟକେନ୍ଦ୍ର ନିକଟରେ ବିଭିନ୍ନ ବ୍ରାଣ୍ଡର ବିଦେଶୀ ମଦର ଖାଲି ବୋତଲ କୁଢ଼କୁଢ଼ ଗଦା ହୋଇରହିଛି। ପୂର୍ବରୁ ଏଭଳି ସିମନବାଡ଼ିଠାରୁ ରାଇକିଆ ରାସ୍ତା ସମେତ ଜୁଡ଼ାବାଡ଼ି, ଜାତୀୟ ରାଜପଥ ଆଦି ଅଞ୍ଚଳରେ ଚୋରା ବ୍ୟବସାୟୀମାନେ ଖୁଲମଖୁଲା ବିକ୍ରି କରୁଛନ୍ତି ଅବକାରୀ ଓ ପୋଲିସ ସବୁ ଜାଣି ନିରବ ସାଜୁଥିବା ସାଧାରଣରେ ଅଭିଯୋଗ ହେଉଛି ସେହିପରି ଅଞ୍ଚଳରେ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଗଞ୍ଜେଇ ଚାଷକୁ ରୋକିବା ପାଇଁ ପ୍ରୟାସ କରାଯାଉଥିଲେ ସୁଦ୍ଧା ଅଞ୍ଚଳରେ ଗଞ୍ଜେଇ ଓ ମଦ ନିଶାରେ ଅଞ୍ଚଳର ଅନେକ ଲୋକ ଉବୁଟୁବୁ ହେଉଛନ୍ତି। ଯାହାକି ଆସନ୍ତା ସାଧାରଣ ନିର୍ବାଚନରେ ପ୍ରଭାବିତ ହୋଇପାରେ ବୋଲି କୁହାଯାଉଛି। ଏନେଇ ଦାରିଙ୍ଗବାଡ଼ି ଆଇଆଇସି ଆନନ୍ଦ ଚନ୍ଦ୍ର ପାତ୍ର କହିଛନ୍ତି, ଯେଉଁମାନେ ମଦ କାରବାରରେ ସମ୍ପୃକ୍ତ ଥିବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
The post ନିର୍ବାଚନକୁ ପ୍ରଭାବିତ କରିବ ନିଶା appeared first on Dharitri Odia News.