ନିର୍ବାଚନୀ ପ୍ରଚାର ମଇଦାନରେ ସୁଦାମ ମାର୍ଣ୍ଡି, ପ୍ରୀତିନନ୍ଦା କାନୁନ୍ଗୋ
ମୋରଡ଼ା,୧୦ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ ବିଜୁ ଜନତା ଦଳ ମୟୂରଭଞ୍ଜ ଲୋକ ସଭା ଆସନ ପାଇଁ ସୁଦାମ ମାର୍ଣ୍ଡି ଓ ମୋରଡ଼ା ନିର୍ବାଚନମଣ୍ଡଳୀ ପାଇଁ ବିଧାୟିକା ପ୍ରାର୍ଥୀ ଭାବେ ପ୍ରୀତିନନ୍ଦା କାନୁନ୍ଗୋଙ୍କୁ ଟିକେଟ୍ ଦେଇଥିବା ବେଳେ ବୁଧବାର ରାସଗୋବିନ୍ଦପୁର ଓ ମୋରଡ଼ାରେ ସ୍ବାଗତ ସମ୍ବର୍ଦ୍ଧନା କରିବା ସହିତ ଆରମ୍ଭ କରିଛି ନିର୍ବାଚନୀ ପ୍ରଚାର। ପ୍ରଥମେ ଆଜି ପୂର୍ବାହ୍ନରେ ପ୍ରୀତିନନ୍ଦା ଓ ବିଧାୟକ ରାଜକିଶୋର ଦାସ ପ୍ରସିଦ୍ଧ ଦେବଶୋଳସ୍ଥିତ ବୁଦ୍ଧେଶ୍ୱର ମହାଦେବ ମନ୍ଦିରକୁ ଯାଇ ସେଠାରେ […] The post ନିର୍ବାଚନୀ ପ୍ରଚାର ମଇଦାନରେ ସୁଦାମ ମାର୍ଣ୍ଡି, ପ୍ରୀତିନନ୍ଦା କାନୁନ୍ଗୋ appeared first on Dharitri Odia News.
ମୋରଡ଼ା,୧୦ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ ବିଜୁ ଜନତା ଦଳ ମୟୂରଭଞ୍ଜ ଲୋକ ସଭା ଆସନ ପାଇଁ ସୁଦାମ ମାର୍ଣ୍ଡି ଓ ମୋରଡ଼ା ନିର୍ବାଚନମଣ୍ଡଳୀ ପାଇଁ ବିଧାୟିକା ପ୍ରାର୍ଥୀ ଭାବେ ପ୍ରୀତିନନ୍ଦା କାନୁନ୍ଗୋଙ୍କୁ ଟିକେଟ୍ ଦେଇଥିବା ବେଳେ ବୁଧବାର ରାସଗୋବିନ୍ଦପୁର ଓ ମୋରଡ଼ାରେ ସ୍ବାଗତ ସମ୍ବର୍ଦ୍ଧନା କରିବା ସହିତ ଆରମ୍ଭ କରିଛି ନିର୍ବାଚନୀ ପ୍ରଚାର।
ପ୍ରଥମେ ଆଜି ପୂର୍ବାହ୍ନରେ ପ୍ରୀତିନନ୍ଦା ଓ ବିଧାୟକ ରାଜକିଶୋର ଦାସ ପ୍ରସିଦ୍ଧ ଦେବଶୋଳସ୍ଥିତ ବୁଦ୍ଧେଶ୍ୱର ମହାଦେବ ମନ୍ଦିରକୁ ଯାଇ ସେଠାରେ ମହାଦେବଙ୍କ ଆଶୀର୍ବାଦ ନେଇଥିଲେ। ପରେ ପରେ ବିଜେଡି କର୍ମୀମାନେ ବାଇକ୍ ଶୋଭାଯାତ୍ରାରେ ରାସଗୋବିନ୍ଦପୁର ଛକ ନିକଟରେ ଶ୍ରୀମତୀ କାନୁନ୍ଗୋଙ୍କୁ ଫୁଲମାଳ ଦେଇ ସମର୍ଦ୍ଧିତ କରିବା ପରେ ଗାନ୍ଧୀଗୁରୁକୁଳ ନିକଟ ପଡ଼ିଆରେ ଆୟୋଜିତ ସଭାକୁ ପାଛୋଟି ନେଇଥିଲେ। ବାରିପଦା ପୌରାଧକ୍ଷ କୃଷ୍ଣାନନ୍ଦ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଶ୍ରୀମତୀ କାନୁନ୍ଗୋ, ରାଜକିଶୋର ଦାସଙ୍କ ସହିତ ଲୋକ ସଭା ପ୍ରାର୍ଥୀ ସୁଦାମ ମାର୍ଣ୍ଡି ଯୋଗଦେଇଥିଲେ। ଉପସ୍ଥିତ ଅତିଥିଗଣଙ୍କୁ ସରପଞ୍ଚ ସଂଘ, ଜିଲାପରିଷଦ ସଭ୍ୟ, ସମିତି ସଭ୍ୟା,ବିଜୁ ଛାତ୍ର ଜନତା ଦଳ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରିଥିଲେ।
ପରେ ଅପରାହ୍ନରେ ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ାସ୍ଥିତ ଜଗନ୍ନାଥ ମନ୍ଦିର ପଡ଼ିଆରେ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା। ପ୍ରଥମେ ବିଧାୟକ ରାଜକିଶୋର ଦାସ, ପ୍ରୀତିନନ୍ଦା କାନୁନ୍ଗୋ, ସୁଦାମ ମାର୍ଣ୍ଡି ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ନେବା ପରେ କର୍ମୀମାନେ ସଭାକାର୍ଯ୍ୟକୁ ପାଛୋଟି ନେଇଥିଲେ। କୃଷ୍ଣାନନ୍ଦ ମହାନ୍ତିଙ୍କ ପରିଚାଳନାରେ ଅନୁଷ୍ଠିତ ଉକ୍ତ ସଭାକାର୍ଯ୍ୟରେ ପ୍ରଥମେ ମହିଳାସଭା ନେତ୍ରୀ ବିଦ୍ୟୁତପ୍ରଭା ବେହେରା, ବିଜୁ ଯୁବ ଜନତା ଦଳର ବ୍ଲକ ସଭାପତି ସମୀର ବେହେରା, ସରପଞ୍ଚ ସଂଘ ସଭାପତି ରବି ସିଂ, ସମିତି ସଭ୍ୟ ତନୟ ଦାସଙ୍କ ନେତୃତ୍ୱରେ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ଓଡ଼ିଶାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଚଢେଇଗାଁ, ଗଡ଼ିଆ, କୋହି ପଞ୍ଚାୟତର ଜେଏମ୍ଏମ୍,ଭାଜପା, କଂଗ୍ରେସର କର୍ମୀମାନେ ବିଜୁ ଜନତା ଦଳରେ ଯୋଗଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ଆମ ଓଡ଼ିଶା ନବୀନ ଓଡ଼ିଶା ଜିଲା ସଂଯୋଜକ ସୁନୀଲ ଦାସ, ବ୍ଲକ ଅଧ୍ୟକ୍ଷ ପୀତନାଥ ସୋରେନ, ଜିଲା ପରିଷଦ ସଭ୍ୟ ଅଭିରାମ ଭୋଇ, ସଭ୍ୟା ଝରଣା ମୁର୍ମୁ, ଯୁବ ନେତା ସରୋଜ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟରେ ପ୍ରତ୍ୟେକ ଗାଁର ଉନ୍ନତି ହେବା ସହିତ ନବୀନ ସରକାର ପୁଣି ଆସିଲେ କିପରି ସମସ୍ତ ଯୋଜନା ଲୋକଙ୍କ ପାଖରେ ପହଞ୍ଚିପାରିବ, ଏହିସବୁ ମୁଦାକୁ ନେଇ ନିର୍ବାଚନ ମଇଦାନକୁ ଓହ୍ଲାଇବେ ବୋଲି କହିଛନ୍ତି ବିଧାୟିକା ପ୍ରାର୍ଥୀ ପ୍ରୀତିନନ୍ଦା କାନୁନ୍ଗୋ।
The post ନିର୍ବାଚନୀ ପ୍ରଚାର ମଇଦାନରେ ସୁଦାମ ମାର୍ଣ୍ଡି, ପ୍ରୀତିନନ୍ଦା କାନୁନ୍ଗୋ appeared first on Dharitri Odia News.