ନିର୍ବାଚନୀ ପ୍ରଚାରବେଳେ ରାହୁଲ ଗାନ୍ଧୀଙ୍କୁ ମିଳିଲା ଏମିତି ଉପହାର, ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ
ଚଣ୍ଡିଗଡ,୨।୧୦: ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ରାହୁଲ ଗାନ୍ଧୀଙ୍କୁ ତାଙ୍କ କାର୍ଯ୍ୟକର୍ତ୍ତାମାନେ ଏକ ଉପହାର ଦେଇଛନ୍ତି। ଏହା ସହ ଜଡିତ ଏକ ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଘିଅ ଉପହାର ଦେଇଥିବା କଂଗ୍ରେସ କର୍ମୀ ହେଉଛନ୍ତି ତାଙ୍କ ଗାଁର ମୁଖ୍ୟ। କଂଗ୍ରେସ କର୍ମୀ କହିଛନ୍ତି, ସେ ତାଙ୍କ ନେତା ରାହୁଲ ଗାନ୍ଧୀଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ, କାରଣ ସେ ଦିନରାତି ପରିଶ୍ରମ କରୁଛନ୍ତି। ରାହୁଲ ଗାନ୍ଧୀଙ୍କୁ ଦେଶୀ ଘିଅ ଦେଇଥିବା ବ୍ୟକ୍ତି […] The post ନିର୍ବାଚନୀ ପ୍ରଚାରବେଳେ ରାହୁଲ ଗାନ୍ଧୀଙ୍କୁ ମିଳିଲା ଏମିତି ଉପହାର, ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ appeared first on Dharitri Odia News.
ଚଣ୍ଡିଗଡ,୨।୧୦: ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ରାହୁଲ ଗାନ୍ଧୀଙ୍କୁ ତାଙ୍କ କାର୍ଯ୍ୟକର୍ତ୍ତାମାନେ ଏକ ଉପହାର ଦେଇଛନ୍ତି। ଏହା ସହ ଜଡିତ ଏକ ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଘିଅ ଉପହାର ଦେଇଥିବା କଂଗ୍ରେସ କର୍ମୀ ହେଉଛନ୍ତି ତାଙ୍କ ଗାଁର ମୁଖ୍ୟ। କଂଗ୍ରେସ କର୍ମୀ କହିଛନ୍ତି, ସେ ତାଙ୍କ ନେତା ରାହୁଲ ଗାନ୍ଧୀଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ, କାରଣ ସେ ଦିନରାତି ପରିଶ୍ରମ କରୁଛନ୍ତି।
ରାହୁଲ ଗାନ୍ଧୀଙ୍କୁ ଦେଶୀ ଘିଅ ଦେଇଥିବା ବ୍ୟକ୍ତି କହିଛନ୍ତି, ଏହାପୂର୍ବରୁ ସେ ଦୀପେନ୍ଦ୍ର ହୁଡାଙ୍କୁ ୧୦ କିଲୋଗ୍ରାମ ଦେଶୀ ଘିଅ ମଧ୍ୟ ଦେଇଥିଲେ। ଏବେ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ୧୦ କିଲୋଗ୍ରାମ ଦେଶୀ ଘିଅ ଦେଇଛନ୍ତି। କଂଗ୍ରେସ କର୍ମୀ କହିଛନ୍ତି ଯେ ସେ ପିଲାଦିନରୁ ଦେଶୀ ଘିଅ ଖାଉଛନ୍ତି। ଦେଶୀ ଘିଅ ଶକ୍ତି ପ୍ରଦାନ କରେ ଏବଂ ଏହି ବୟସରେ ରାହୁଲ ଗାନ୍ଧୀ ନିର୍ବାଚନ ପାଇଁ ବହୁତ ପରିଶ୍ରମ କରୁଛନ୍ତି। ଏପରି ପରିସ୍ଥିତିରେ ସେ ଦେଶୀ ଘିଅ ଖାଇବା ଉଚିତ୍।
The post ନିର୍ବାଚନୀ ପ୍ରଚାରବେଳେ ରାହୁଲ ଗାନ୍ଧୀଙ୍କୁ ମିଳିଲା ଏମିତି ଉପହାର, ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ appeared first on Dharitri Odia News.