ନିର୍ବାଚିତ ମହିଳା ଜନପ୍ରତିନିଧିଙ୍କୁ ସମ୍ବର୍ଦ୍ଧନା
ସମ୍ବଲପୁର :ଜାତୀୟ ସ୍ତରୀୟ ସଶକ୍ତ ପଞ୍ଚାୟତ ନାରୀ ନେତ୍ରୀ ଅଭିଯାନ ରୁ ଫେରିବା ପରେ ପ୍ରତିନିଧି ମାନଙ୍କୁ ସମ୍ବଲପୁର ରେଳ ଷ୍ଟେସନରେ ଉଜ୍ଜସିତ ସମ୍ବର୍ଦ୍ଧନା ଦିଆଯାଇଛି। ଏଠାରେ ସୂଚନା ଯୋଗ୍ୟଯେ ଭାରତ ସରକାରଙ୍କ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଗତ ୪ ଓ ୫ ତାରିଖ ଦୁଇ ଦିନ ଧରି ନୂଆଦିଲ୍ଲୀ ଠାରେ ନିର୍ବାଚିତ ମହିଳା ଜନପ୍ରତିନିଧିଙ୍କ ଜାତୀୟ କନଭେନସନ ଅନୁଷ୍ଠିତ ହୋଇଥିଲା। ଏଥିରେ ମହିଳା ସଶକ୍ତ ପାଇଁ କାର୍ଯ୍ୟ କରୁଥିବା ସମ୍ବଲପୁର ଜିଲ୍ଲାରୁ ୬ ଜଣ ଭାଗ […] The post ନିର୍ବାଚିତ ମହିଳା ଜନପ୍ରତିନିଧିଙ୍କୁ ସମ୍ବର୍ଦ୍ଧନା appeared first on Odisha.News.

ସମ୍ବଲପୁର :ଜାତୀୟ ସ୍ତରୀୟ ସଶକ୍ତ ପଞ୍ଚାୟତ ନାରୀ ନେତ୍ରୀ ଅଭିଯାନ ରୁ ଫେରିବା ପରେ ପ୍ରତିନିଧି ମାନଙ୍କୁ ସମ୍ବଲପୁର ରେଳ ଷ୍ଟେସନରେ ଉଜ୍ଜସିତ ସମ୍ବର୍ଦ୍ଧନା ଦିଆଯାଇଛି।
ଏଠାରେ ସୂଚନା ଯୋଗ୍ୟଯେ ଭାରତ ସରକାରଙ୍କ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଗତ ୪ ଓ ୫ ତାରିଖ ଦୁଇ ଦିନ ଧରି ନୂଆଦିଲ୍ଲୀ ଠାରେ ନିର୍ବାଚିତ ମହିଳା ଜନପ୍ରତିନିଧିଙ୍କ ଜାତୀୟ କନଭେନସନ ଅନୁଷ୍ଠିତ ହୋଇଥିଲା। ଏଥିରେ ମହିଳା ସଶକ୍ତ ପାଇଁ କାର୍ଯ୍ୟ କରୁଥିବା ସମ୍ବଲପୁର ଜିଲ୍ଲାରୁ ୬ ଜଣ ଭାଗ ନେଇ ଶୁକ୍ରବାର ଫେରିବା ପରେ ଅମୂଲ୍ୟା ସାହୁଙ୍କ ନେତୃତ୍ୱରେ ଏକ ଟିମ ବାହାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ସରସ୍ବତୀ ଭୋସାଗର, କଳାପାଣି ସରପଞ୍ଚ ଡ଼ଃ. ସୁଷମା ସାହୁ, ପ୍ରତିମା ସାହୁ ପ୍ରମୁଖଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ ନିଜ ନିଜ ପଞ୍ଚାୟତକୁ ପାଛୋଟି ଆଣିଥିଲେ।ସୂଚନା ଯୋଗ୍ୟକି ଏହି କନଭେସନରେ ଜୁଯୋମୁରା, ମାନେଶ୍ଵର, ନାକଟିଦେଉଳ, ରେଙ୍ଗାଲି ଓ ବାମରା ବ୍ଲକରୁ ୬ ଜଣ ମହିଳା ପଞ୍ଚାୟତିରାଜ ଜନ ପ୍ରତିନିଧି ଭାଗ ନେଇ ନିଜର ଉତ୍କର୍ଷତା ଅଭିଜ୍ଞତା ସେଠାରେ ପ୍ରତିବାଦନ କରି ସମଗ୍ର ଭାରତରେ ସମ୍ବଲପୁରର ନାରୀ ଶକ୍ତିର ସଫଳ କାହାଣୀ କହି ଉଚ୍ଚ ପ୍ରଶଂସା ଲାଭ କରିଥିଲେ।
The post ନିର୍ବାଚିତ ମହିଳା ଜନପ୍ରତିନିଧିଙ୍କୁ ସମ୍ବର୍ଦ୍ଧନା appeared first on Odisha.News.