ନିର୍ବାନଚ ପୂର୍ବରୁ ବିଜେପି ନେତା ଅପହରଣର ଶିକାର, ୨ ଦିନ ହେଲା ମିଳୁନି ପତ୍ତା

ଅରୁଣାଚଳ ପ୍ରଦେଶର ଜଣେ ବିଜେପି ନେତା ତଥା ଗ୍ରାମ ପଞ୍ଚାୟତ ଅଧ୍ୟକ୍ଷଙ୍କୁ ଗତ ବୁଧବାରଠୁ ଉଠାଇ ନେଇଛନ୍ତି ଆତଙ୍କବାଦୀ। ପୁଲିସ୍‌ ଓ ସେନା ପକ୍ଷରୁ ତଲାସୀ କାର୍ଯ୍ୟ ଜୋରଦାର ହୋଇଥିବା ସତ୍ତ୍ୱେ ଏପର୍ଯ୍ୟନ୍ତ ସମ୍ପୃକ୍ତ ବ୍ୟକ୍ତିଙ୍କ ପତ୍ତା ମିଳୁନି।

ନିର୍ବାନଚ ପୂର୍ବରୁ ବିଜେପି ନେତା ଅପହରଣର ଶିକାର, ୨ ଦିନ ହେଲା ମିଳୁନି ପତ୍ତା

ରାତି ପାହିଲେ ପ୍ରଥମ ପର୍ଯ୍ୟାୟ ମତଦାନ । ପ୍ରଥମ ପର୍ଯ୍ୟାୟରେ ଦେଶର ୧୭ ରାଜ୍ୟ ଓ ୪ କେନ୍ଦ୍ରଶାସିତ ଅଞ୍ଚଳର ମୋଟ୍ ୧୦୨ ସିଟ୍ ପାଇଁ ଭୋଟିଂ ହେବ । ଏହା ମଧ୍ୟରେ ଅରୁଣାଚଳ ପ୍ରଦେଶ ଥିବା ବେଳେ ସେଠାରେ ଦୁଇ ଦିନ ପୂର୍ବରୁ ଘଟିଛି ଅଘଟଣ ।

ଅରୁଣାଚଳ ପ୍ରଦେଶର ଜଣେ ବିଜେପି ନେତା ତଥା ଗ୍ରାମ ପଞ୍ଚାୟତ ଅଧ୍ୟକ୍ଷଙ୍କୁ ଗତ ବୁଧବାରଠୁ ଉଠାଇ ନେଇଛନ୍ତି ଆତଙ୍କବାଦୀ। ପୁଲିସ୍‌ ଓ ସେନା ପକ୍ଷରୁ ତଲାସୀ କାର୍ଯ୍ୟ ଜୋରଦାର ହୋଇଥିବା ସତ୍ତ୍ୱେ ଏପର୍ଯ୍ୟନ୍ତ ସମ୍ପୃକ୍ତ ବ୍ୟକ୍ତିଙ୍କ ପତ୍ତା ମିଳୁନି। ଅପହରଣର ଶିକାର ହୋଇଥିବା ରାଜନେତା ୫୦ବର୍ଷୀୟ ସଙ୍ଗମ ବାଙ୍ଗସୁ ବୋଲି ଜଣାଯାଇଛି

ଏହି ଘଟଣା ପ୍ରଚାରିତ ହେବା ପରେ ଲୋକେ ଭୟଭୀତ ହୋଇ ଯାଇଛନ୍ତି। ନିର୍ବାଚନୀ ପ୍ରକ୍ରିୟାରେ କୌଣସି ପ୍ରକାର ହସ୍ତକ୍ଷେପକୁ ବରଦାସ୍ତ କରାଯିବନି ଓ ସୁରକ୍ଷା ବଳ ଦ୍ୱାରା କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ଏହି ପରିପ୍ରେକ୍ଷୀରେ ଚେତାବନୀ ଦେଇଛନ୍ତି।

ଅରୁଣାଚଳ ପ୍ରଦେଶର ଦୁଇ ଲୋକସଭା ସିଟ୍‌ ଓ ୫୦ ବିଧାନସଭା ସିଟ୍‌ ପାଇଁ ଆସନ୍ତା କାଲି ନିର୍ବାଚନ ହେବ । ଏହି ରାଜ୍ୟରେ ୬୦ ବିଧାନସଭା ଆସନ ଥିବା ବେଳେ ବିଜେପି ପୂର୍ବରୁ ୧୦ଟି ସିଟ୍‌ରେ ଅପ୍ରତିଦ୍ୱନ୍ଦ୍ୱୀ ଭାବେ ଜିତି ସାରିଛି।

ଗତ ୧୬ ତାରିଖରେ ନିର୍ବାଚନ ନେଇ ଘୋଷଣା ହେବା ପରେ ଅରୁଣାଚଳ ପ୍ରଦେଶରେ ଏପରି ୩୬ ଘଟଣା ଘଟି ସାରିଛି । ସେମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ୩୪ ଜଣ ଆହତ ହୋଇଛନ୍ତି।