ନିର୍ମାଣ କାର୍ଯ୍ୟରେ ଅନିୟମିତତା: କାନ୍ଥ ତଡ଼ାରେ ସୂଚନା ଫଳକ ଥୋଇ ଭୁଲିଗଲେ ବ୍ଲକ ପ୍ରଶାସନ
ଥୁଆମୂଳ ରାମପୁର,୨୨।୧(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ନୂତନ କୋଠା ନିର୍ମାଣ କାର୍ଯ୍ୟ ବିନା ସୂଚନା ଫଳକରେ ସରିବାକୁ ବସିଲାଣି ହେଲେ ଏବେ ମଧ୍ୟ ସୂଚନା ଫଳକ ଲଗାଯାଇପାରି ନାହିଁ । ଫଳରେ ନିର୍ମାଣ କାମରେ ଅନିୟମିତତା ହେଉଥିବା ନେଇ ସାଧାରଣରେ ଆହୁରି ସନ୍ଦେହ ଘନିଭୂତ ହେଉଛି। କୋଠା ନିର୍ମାଣ ପାଇଁ କେତେ ଟଙ୍କା ବ୍ୟୟ ବରାଦ କରାଯାଇଛି ଓ ଏହାର ସମୟସୀମା କେତେ ପର୍ଯ୍ୟନ୍ତ ରହିଛି ତାହା ସର୍ବସାଧାରଣଙ୍କ […] The post ନିର୍ମାଣ କାର୍ଯ୍ୟରେ ଅନିୟମିତତା: କାନ୍ଥ ତଡ଼ାରେ ସୂଚନା ଫଳକ ଥୋଇ ଭୁଲିଗଲେ ବ୍ଲକ ପ୍ରଶାସନ appeared first on Dharitri Odia News.
ଥୁଆମୂଳ ରାମପୁର,୨୨।୧(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ନୂତନ କୋଠା ନିର୍ମାଣ କାର୍ଯ୍ୟ ବିନା ସୂଚନା ଫଳକରେ ସରିବାକୁ ବସିଲାଣି ହେଲେ ଏବେ ମଧ୍ୟ ସୂଚନା ଫଳକ ଲଗାଯାଇପାରି ନାହିଁ । ଫଳରେ ନିର୍ମାଣ କାମରେ ଅନିୟମିତତା ହେଉଥିବା ନେଇ ସାଧାରଣରେ ଆହୁରି ସନ୍ଦେହ ଘନିଭୂତ ହେଉଛି। କୋଠା ନିର୍ମାଣ ପାଇଁ କେତେ ଟଙ୍କା ବ୍ୟୟ ବରାଦ କରାଯାଇଛି ଓ ଏହାର ସମୟସୀମା କେତେ ପର୍ଯ୍ୟନ୍ତ ରହିଛି ତାହା ସର୍ବସାଧାରଣଙ୍କ ଅବଗତି ନିମନ୍ତେ ସୂଚନା ଫଳକରେ ଦର୍ଶାଯାଇଥାଏ। ହେଲେ ଏହା ଦର୍ଶାଯାଇ ନ ଥିବାରୁ ଜନସାଧାରଣ ଅନ୍ଧକାରରେ ରହୁଛନ୍ତି।
ନୂତନ ସଭାଗୃହ ନିର୍ମାଣ ପାଇଁ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରସାର ପରେ ଜୁଲାଇ ୨୦୨୪ରେ ଡିଏସଏଫ ପାଣ୍ଠିରୁ ୬୩ ଲକ୍ଷ ୭୪ ହଜାର ୩୮୯ ଟଙ୍କା ବ୍ୟୟ ଅଟକଳରେ ଏକ ଠିକା ସଂସ୍ଥାକୁ ପଞ୍ଚାୟତ ସମିତି ସଭାଗୃହ ନିର୍ମାଣରେ ଟେଣ୍ଡର ମିଳିଥିଲା। ହେଲେ ନୂତନ କୋଠା ନିର୍ମାଣ ଆରମ୍ଭ ହୋଇ ଇତିମଧ୍ୟରେ ୯ମାସ ସମୟ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ସୂଚନା ଫଳକ ଲଗାଯାଇ ନାହିଁ। ଏନେଇ ଗତ ଜାନୁଆରୀ ମାସରେ ଧରିତ୍ରୀ ଖବର କାଗଜରେ ଖବର ପ୍ରକାଶ ପାଇଥିଲା। ସେତେବେଳେ ବିଡିଓ ଧ୍ରୁବଚରଣ ମୁଦୁଲି ଏବଂ ପୂର୍ବ ଓ ବର୍ତ୍ତମାନର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଦିଲୀପ କୁମାର ପଟେଲ ଏବଂ ସାଲ୍କା ହେମ୍ବ୍ରମଙ୍କୁ ପଚାରିବାରୁ ସୂଚନା ଫଳକ ଲାଗିବା ପାଇଁ ଭୁଲିଯାଇଥିବେ। ଆମେ କହିଦେଉଛି ଫଳକ ଲଗାଇଦେବେ ବୋଲି କହିଥିଲେ। ହେଲେ ସୂଚନା ଫଳକ ଲଗାଇବେ କଣ ଏକ ପୁରୁଣା ବୋର୍ଡ ଆଣି କୋଠା ନିର୍ମାଣ କାନ୍ଥ ତଡ଼ାରେ ଥୋଇ ଦେଇଛନ୍ତି।
ଲୋକଙ୍କ ଅବଗତି ସକାଶେ ସୂଚନା ଫଳକ ମାରି ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ କରିବା ପାଇଁ ସାଧାରଣରେ ଦାବି ହେଉଥିବା ବେଳେ ସରକାରୀ ବାବୁ ସରକାରୀ ନିୟମ ଉଲ୍ଲଂଘନ କରିଥିବା ଦୃଶ୍ୟ ଏବଂ ସରକାରୀ ବାବୁଙ୍କ କାର୍ଯ୍ୟକଳାପ ଉପରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି l ଯଦି ବ୍ଲକସ୍ତରୀୟ ବଡ଼ ବଡ଼ ଅଧିକାରୀ, ବ୍ଲକ ଅଧକ୍ଷ, ବ୍ଲକ ଉପାଧ୍ୟକ୍ଷାଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏଭଳି କାମ ହେଉଛି ତେବେ ବ୍ଲକର ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟ ସବୁ କଣ ହେଉ ନ ଥିବ ତାହା ଏଠାରୁ ଅନୁମାନ କରାଯାଉଛି। ଏ ନେଇ ବିଡ଼ିଓ ଧ୍ରୁବ ଚରଣ ମୁଦୁଲିଙ୍କୁ ପୁଣି ପଚାରିବାରୁ କୌଣସି ଉତ୍ତର ଦେଉ ନ ଥିବା ବେଳେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସାଲ୍କା ହେମ୍ବ୍ରମଙ୍କୁ ପଚାରିବାରୁ ବୋର୍ଡ ଲଗାଇବା ପାଇଁ କୌଣସି ଭଲ ସ୍ଥାନ ନାହିଁ। ସାଇଡରେ କାମ ପାଇଁ ନିୟୋଜିତ ଯାନ ବାହନ ଯିବା ଆସିବା କରୁଥିବାରୁ ଆମେ ଲଗାଇ ପାରିନାହିଁ ଏଣୁ ଏମିତି କାନ୍ଥ ତଡ଼ାରେ ରଖିଦେଇଛୁ ବୋଲି କହିଛନ୍ତି l ଏଠାରେ ପ୍ରକାଶ ଯୋଗ୍ୟ ଯେ ଟେଣ୍ଡର ପାଇଥିବା ଠିକା ସଂସ୍ଥା କର୍ମଚାରୀ ଥରେ ମଧ୍ୟ କାମ ସାଇଡରେ ଆସୁ ନାହାନ୍ତି ଖାଲି କିଛି ଲୋକଙ୍କୁ ରଖି କାମସାରି ଦେଲେଣି l
The post ନିର୍ମାଣ କାର୍ଯ୍ୟରେ ଅନିୟମିତତା: କାନ୍ଥ ତଡ଼ାରେ ସୂଚନା ଫଳକ ଥୋଇ ଭୁଲିଗଲେ ବ୍ଲକ ପ୍ରଶାସନ appeared first on Dharitri Odia News.