ନିର୍ଯାତନାର କାହାଣୀ ବଖାଣିଲେ ବାଂଲାଦେଶୀ ଦେହଜୀବୀ
ଭୁବନେଶ୍ୱର,୨୫ା୧୧(ସତ୍ୟଜିତ୍ ରାଉତ): କଟକରେ ବାଂଲାଦେଶର ଜଣେ ନାବାଳିକା ଉଦ୍ଧାର ପରେ ଏହାକୁ ନେଇ କମିଶନରେଟ୍ ପୋଲିସ ଅଧିକ ତନାଘନା ଚଳାଇଛି। ତେବେ କଟକ ସହ ଭୁବନେଶ୍ୱରରେ ମଧ୍ୟ ବାଂଲାଦେଶ ଯୁବତୀ ସକ୍ରିୟ ଥିବା ଚର୍ଚ୍ଚା ହେଉଛି। ଭୁବନେଶ୍ୱରରେ ସେକ୍ସ ୱାର୍କର ଭାବେ କାମ କରୁଥିବା ବହୁ ବାଂଲାଦେଶୀ ଯୁବତୀଙ୍କ ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି। ଏପରିକି ଏକାଧିକ ଆପାର୍ଟମେଣ୍ଟ ଓ ହୋଟେଲ ଆଦିରେ ବାଂଲାଦେଶୀ ଯୁବତୀଙ୍କୁ ନିୟୋଜିତ କରାଯାଉଥିବା ଘଟଣା ସାମ୍ନାକୁ ଆସିଛି। ଏଭଳି ସ୍ଥିତିରେ […] The post ନିର୍ଯାତନାର କାହାଣୀ ବଖାଣିଲେ ବାଂଲାଦେଶୀ ଦେହଜୀବୀ appeared first on Dharitri Odia News.
ଭୁବନେଶ୍ୱର,୨୫ା୧୧(ସତ୍ୟଜିତ୍ ରାଉତ): କଟକରେ ବାଂଲାଦେଶର ଜଣେ ନାବାଳିକା ଉଦ୍ଧାର ପରେ ଏହାକୁ ନେଇ କମିଶନରେଟ୍ ପୋଲିସ ଅଧିକ ତନାଘନା ଚଳାଇଛି। ତେବେ କଟକ ସହ ଭୁବନେଶ୍ୱରରେ ମଧ୍ୟ ବାଂଲାଦେଶ ଯୁବତୀ ସକ୍ରିୟ ଥିବା ଚର୍ଚ୍ଚା ହେଉଛି। ଭୁବନେଶ୍ୱରରେ ସେକ୍ସ ୱାର୍କର ଭାବେ କାମ କରୁଥିବା ବହୁ ବାଂଲାଦେଶୀ ଯୁବତୀଙ୍କ ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି। ଏପରିକି ଏକାଧିକ ଆପାର୍ଟମେଣ୍ଟ ଓ ହୋଟେଲ ଆଦିରେ ବାଂଲାଦେଶୀ ଯୁବତୀଙ୍କୁ ନିୟୋଜିତ କରାଯାଉଥିବା ଘଟଣା ସାମ୍ନାକୁ ଆସିଛି। ଏଭଳି ସ୍ଥିତିରେ ସୋସିଆଲ ମିଡିଆରେ ଜଣେ ବାଂଲାଦେଶୀ ଯୁବତୀ ଜଣେ ଗ୍ରାହକଙ୍କୁ ନିର୍ଯାତନାର କାହାଣୀ କହୁଥିବା ଭିଡିଓ ଭାଇରାଲ ହେଉଛି। ସେ ବାଂଲାଦେଶର ବର୍ଡର (ସୀମା)ରୁ ଆସିଥିବା ବେଳେ ରୁକ୍ସାନା ବେଗମ୍ ବୋଲି ଜଣେ ଦିଦି ତାଙ୍କୁ ଆଣିଥିବା କହୁଛନ୍ତି। ଏଥିସହ ତାଙ୍କ ନାମରେ ନକଲି ଆଧାର କାର୍ଡ ବନାଯାଇ ପ୍ରତି କାମ ପିଛା ୨ ହଜାର ଟଙ୍କା ଦିଆଯାଉଥିବା ନେଇ ଡରି ଡରି କହୁଛନ୍ତି। ତେବେ ଏଭଳିସ୍ଥିତିରେ ଭୁବନେଶ୍ୱର ପୋଲିସ ପକ୍ଷରୁ ନଜର ରଖାଯାଇ ଖୋଳତାଡ ଆରମ୍ଭ ହୋଇଛି। ଡିସିପି ପିନାକ ମିଶ୍ର କହିଛନ୍ତି, ଭୁବନେଶ୍ୱରରେ ଏହା ଉପରେ ତିକ୍ଷ୍ଣ ନଜର ରଖିଛୁ। ଯେଉଁମାନେ ବାଂଲାଦେଶୀ ଯୁବତୀଙ୍କୁ ଆଣି ଅନୈତିକ କାର୍ଯ୍ୟରେ ନିୟୋଜିତ କରୁଛନ୍ତି। ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ। ଏନେଇ ଖୋଳତା଼ଡ କରିବାକୁ ସମସ୍ତ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି।
The post ନିର୍ଯାତନାର କାହାଣୀ ବଖାଣିଲେ ବାଂଲାଦେଶୀ ଦେହଜୀବୀ appeared first on Dharitri Odia News.