ନିଶା ବିରୋଧରେ ତାତିଲେ ମହିଳା:ରାସ୍ତାରେ ବସିଲେ,ନିଶା ବେପାରୀକୁ ଧରିଲେ
ଭଦ୍ରକ ୦୩/୧: ନିଶା କାରବାରକୁ ନା । ତାତିଲେ ମହିଳା । ନିଶା ବିରୋଧରେ ମହିଳାଙ୍କ ଗର୍ଜନ । ରାସ୍ତାରେ ବସିଲେ । ନିଶା ବେପାରୀଙ୍କୁ କାବୁ କଲେ । ଭଦ୍ରକ ଜିଲ୍ଲାରୁ ଆସିଛି ନିଶା ବିରୋଧୀ ୨ଟି ଭିନ୍ନ ଭିନ୍ନ ଘଟଣା । ବନ୍ତ ବ୍ଲକ୍ ଗଣ୍ଡଗରା ଗାଁ ନିକଟରେ ଥିବା ଦେଶୀ-ବିଦେଶୀ ଠିପି ବନ୍ଦ ମଦ କାଉଣ୍ଟରକୁ ଉଚ୍ଛେଦ ଦାବି । ଆଖପାଖ ଗାଁର ଶତାଧିକ ମହିଳା ବିକ୍ଷୋଭ ପ୍ରଦର୍ଶନ କରିବା ସହ ବନ୍ତ ବାରିକପୁର ରାସ୍ତାକୁ ଅବରୋଧ କରିଥିଲେ। ଫଳରେ ଉଭୟ ପାର୍ଶ୍ବରେ ଗାଡି ଚଳାଚଳ ବନ୍ଦ ରହିଥିଲା । ଗାଁ ନିକଟରେ ମଦ ଭାଟି ଥିବାରୁ ଗାଁ ଲୋକଙ୍କ ସହ କୁନି କୁନି ପିଲା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ନିଶା ପାଇଁ ଘରେ ଘରେ କଳି ଝଗଡା ବଢୁଛି । ବାରମ୍ବାର ଦାବି ଓ ଅଭିଯୋଗ ସତ୍ତ୍ବେ ୨ଟି ମଦ ଦୋକାନ ଉଚ୍ଛେଦ ହେଉନଥିବାରୁ ତେଜୁଛି ଅସନ୍ତୋଷ । ସେପଟେ ବନ୍ତ ଥାନା ତରାଗୋ ଗାଁର ଶମ୍ଭୁନାଥ ଦାସଙ୍କ ଘରୁ ୩ଶହ ଗ୍ରାମରୁ ଅଧିକ ଗଞ୍ଜେଇ ଜବତ କରିବା ସହ ବେପାରୀକୁ କାବୁ କରିଛନ୍ତି ମହିଳା ଗୋଷ୍ଠୀ । ଗାଁରେ ମାଦକ ଦ୍ରବ୍ୟର ବ୍ୟବହାର ବହୁଳ ମାତ୍ରାରେ ବଢି ଚାଲିଥିବାବେଳେ ପୂର୍ବରୁ ମଧ୍ୟ ନିଶାମୁକ୍ତ ଅଭିଯାନ କରିଥିଲେ । ହେଲେ ଏସବୁ ସତ୍ତ୍ବେ କାରବାର ବନ୍ଦ ହୋଇନଥିଲା । ଶୁକ୍ରବାର ଶତାଧିକ ମହିଳା ଏକଜୁଟ ହୋଇ ଗାଁର ଶମ୍ଭୁନାଥଙ୍କୁ କାବୁ କରିବା ବେଳେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଅବକାରୀ ବିଭାଗର ଜାଣତରେ ସବୁକିଛି ଚାଲିଥିବା ଅଭ
ଭଦ୍ରକ ୦୩/୧: ନିଶା କାରବାରକୁ ନା । ତାତିଲେ ମହିଳା । ନିଶା ବିରୋଧରେ ମହିଳାଙ୍କ ଗର୍ଜନ । ରାସ୍ତାରେ ବସିଲେ । ନିଶା ବେପାରୀଙ୍କୁ କାବୁ କଲେ । ଭଦ୍ରକ ଜିଲ୍ଲାରୁ ଆସିଛି ନିଶା ବିରୋଧୀ ୨ଟି ଭିନ୍ନ ଭିନ୍ନ ଘଟଣା । ବନ୍ତ ବ୍ଲକ୍ ଗଣ୍ଡଗରା ଗାଁ ନିକଟରେ ଥିବା ଦେଶୀ-ବିଦେଶୀ ଠିପି ବନ୍ଦ ମଦ କାଉଣ୍ଟରକୁ ଉଚ୍ଛେଦ ଦାବି । ଆଖପାଖ ଗାଁର ଶତାଧିକ ମହିଳା ବିକ୍ଷୋଭ ପ୍ରଦର୍ଶନ କରିବା ସହ ବନ୍ତ ବାରିକପୁର ରାସ୍ତାକୁ ଅବରୋଧ କରିଥିଲେ। ଫଳରେ ଉଭୟ ପାର୍ଶ୍ବରେ ଗାଡି ଚଳାଚଳ ବନ୍ଦ ରହିଥିଲା । ଗାଁ ନିକଟରେ ମଦ ଭାଟି ଥିବାରୁ ଗାଁ ଲୋକଙ୍କ ସହ କୁନି କୁନି ପିଲା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ନିଶା ପାଇଁ ଘରେ ଘରେ କଳି ଝଗଡା ବଢୁଛି । ବାରମ୍ବାର ଦାବି ଓ ଅଭିଯୋଗ ସତ୍ତ୍ବେ ୨ଟି ମଦ ଦୋକାନ ଉଚ୍ଛେଦ ହେଉନଥିବାରୁ ତେଜୁଛି ଅସନ୍ତୋଷ ।
ସେପଟେ ବନ୍ତ ଥାନା ତରାଗୋ ଗାଁର ଶମ୍ଭୁନାଥ ଦାସଙ୍କ ଘରୁ ୩ଶହ ଗ୍ରାମରୁ ଅଧିକ ଗଞ୍ଜେଇ ଜବତ କରିବା ସହ ବେପାରୀକୁ କାବୁ କରିଛନ୍ତି ମହିଳା ଗୋଷ୍ଠୀ । ଗାଁରେ ମାଦକ ଦ୍ରବ୍ୟର ବ୍ୟବହାର ବହୁଳ ମାତ୍ରାରେ ବଢି ଚାଲିଥିବାବେଳେ ପୂର୍ବରୁ ମଧ୍ୟ ନିଶାମୁକ୍ତ ଅଭିଯାନ କରିଥିଲେ । ହେଲେ ଏସବୁ ସତ୍ତ୍ବେ କାରବାର ବନ୍ଦ ହୋଇନଥିଲା । ଶୁକ୍ରବାର ଶତାଧିକ ମହିଳା ଏକଜୁଟ ହୋଇ ଗାଁର ଶମ୍ଭୁନାଥଙ୍କୁ କାବୁ କରିବା ବେଳେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଅବକାରୀ ବିଭାଗର ଜାଣତରେ ସବୁକିଛି ଚାଲିଥିବା ଅଭିଯୋଗ ହୋଇଛି ।