ନିୟନ୍ତ୍ରଣ ହରାଇଲା ‘ମହାବାହୁ’, ଦୁର୍ଘଟଣାରେ ୧୫ ଯାତ୍ରୀ ଆହତ

ମାଥିଲି ୨୩।୦୩ : ମାଲକାନଗିରି ଜିଲ୍ଲା ଗୋବିନ୍ଦପାଲି ନିକଟରେ ଦୁର୍ଘଟଣା । ଭାରସାମ୍ୟ ହରାଇ ରାସ୍ତା କଡ଼ରେ ବ୍ରିଜ୍‌ ଉପରକୁ ଚଢିଗଲା ଯାତ୍ରୀବାହି ବସ୍‌ । ଯେଉଁଥିରେ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି । ସମସ୍ତ ଆହତ ଯାତ୍ରୀଙ୍କୁ ଚିକିତ୍ସା ଲାଗି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଏକାଧିକ ଯାତ୍ରୀଙ୍କୁ ନେଇ ‘ମହାବାହୁ’ ନାମକ ଏକ ବସ୍‌ କୋରାପୁଟ ଜିଲ୍ଲା ଜୟପୁରରୁ ଚିତ୍ରକୋଣ୍ଡା ଅଭିମୁଖେ ଯାଉଥିଲା । ଏହି ସମୟରେ ବସ୍‌ଟି ଗୋବିନ୍ଦପାଲି ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ବ୍ରିଜ୍‌ ଉପରକୁ ଚଢିଯାଇଥିଲା । ଯାହାଫଳରେ ବସ୍‌ରେ ଥିବା ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ସମସ୍ତ ଆହତଙ୍କୁ ଉଦ୍ଧାର କରି ଗୋବିନ୍ଦପାଲି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ତେବେ ସମସ୍ତ ଆହତଙ୍କ ଅବସ୍ଥା ଠିକ୍‌ ଥିବା ସୂଚନା ଦିଆଯାଇଛି । 

ନିୟନ୍ତ୍ରଣ ହରାଇଲା ‘ମହାବାହୁ’, ଦୁର୍ଘଟଣାରେ ୧୫ ଯାତ୍ରୀ ଆହତ

ମାଥିଲି ୨୩।୦୩ : ମାଲକାନଗିରି ଜିଲ୍ଲା ଗୋବିନ୍ଦପାଲି ନିକଟରେ ଦୁର୍ଘଟଣା । ଭାରସାମ୍ୟ ହରାଇ ରାସ୍ତା କଡ଼ରେ ବ୍ରିଜ୍‌ ଉପରକୁ ଚଢିଗଲା ଯାତ୍ରୀବାହି ବସ୍‌ । ଯେଉଁଥିରେ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି । ସମସ୍ତ ଆହତ ଯାତ୍ରୀଙ୍କୁ ଚିକିତ୍ସା ଲାଗି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । 

ଏକାଧିକ ଯାତ୍ରୀଙ୍କୁ ନେଇ ‘ମହାବାହୁ’ ନାମକ ଏକ ବସ୍‌ କୋରାପୁଟ ଜିଲ୍ଲା ଜୟପୁରରୁ ଚିତ୍ରକୋଣ୍ଡା ଅଭିମୁଖେ ଯାଉଥିଲା । ଏହି ସମୟରେ ବସ୍‌ଟି ଗୋବିନ୍ଦପାଲି ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ବ୍ରିଜ୍‌ ଉପରକୁ ଚଢିଯାଇଥିଲା । ଯାହାଫଳରେ ବସ୍‌ରେ ଥିବା ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ସମସ୍ତ ଆହତଙ୍କୁ ଉଦ୍ଧାର କରି ଗୋବିନ୍ଦପାଲି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ତେବେ ସମସ୍ତ ଆହତଙ୍କ ଅବସ୍ଥା ଠିକ୍‌ ଥିବା ସୂଚନା ଦିଆଯାଇଛି ।