ଜୟଶଙ୍କରଙ୍କ ସାମ୍ୱାଦିକ ସମ୍ମିଳନୀରେ ବିଚଳିତ କାନାଡା, ଅଷ୍ଟ୍ରେଲିଆ ଟୁଡେକୁ କଲା ବ୍ୟାନ୍
ନୂଆଦିଲ୍ଲୀ: ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍.ଜୟଶଙ୍କରଙ୍କ ସାମ୍ୱାଦିକ ସମ୍ମିଳନୀ ପ୍ରସାରଣର କିଛି ଘଣ୍ଟା ପରେ କାନାଡା ସରକାର ଅଷ୍ଟ୍ରେଲିଆ ଟୁଡେକୁ ବ୍ୟାନ୍ କରିଛନ୍ତି । ଏହି ସାମ୍ୱାଦିକ ସମ୍ମିଳନୀରେ ଜୟଶଙ୍କର ଭାରତ-କାନାଡା କୂଟନୀତି ଉପରେ କଡ଼ା ଟିପ୍ପଣୀ କରିଥିଲେ । ଏହି ପ୍ରେସ୍ କନଫରେନ୍ସକୁ ଅଷ୍ଟ୍ରେଲିଆ ଟୁଡେ ନିଜ ୟୁଟ୍ୟୁବ୍ ଚ୍ୟାନେଲରେ ଟେଲିକାଷ୍ଟ କରିଥିଲା ।ଭାରତ ଏହି ମାମଲାରେ କଡ଼ା ପ୍ରତିକ୍ରିୟା ଦେଇଛି । ମିଡିଆ ଉପରେ ପ୍ରତିବନ୍ଧକ ଲଗାଯିବା ପଦକ୍ଷେପକୁ ଆଶ୍ଚର୍ଯ୍ୟକର କହିବା ସହ ଲୋକଙ୍କ ବାକ୍ ସ୍ୱାଧୀନତା ପ୍ରତି କାନାଡାର ଦୋମୁହାଁ ନୀତିକୁ ଦର୍ଶାଉଛି ବୋଲି ବିଦେଶ ମନ୍ତ୍ରଣାଳୟ କହିଛି । ଅଷ୍ଟ୍ରେଲିଆ ଟୁଡେ କନାବେରାରେ ଜୟଶଙ୍କର ଏବଂ ଅଷ୍ଟ୍ରେଲିଆ ବିଦେଶ ମନ୍ତ୍ରୀ ପେନି ୱୋଙ୍ଗଙ୍କ ମିଳିତ ସାମ୍ୱାଦିକ ସମ୍ମିଳନୀ ପ୍ରାସରଣ କରିଥିଲା ।#WATCH | Delhi: On Canada blocking or banning the prominent outlet there- Australia Today, MEA Spokesperson Randhir Jaiswal says, "We understand that the social media handles, pages of this particular outlet, which is an important diaspora outlet, has been blocked and are not… pic.twitter.com/r0Igyg3Ho0— ANI (@ANI) November 7, 2024ବୈଦେଶିକ ବ୍ୟାପାର ମୁଖପାତ୍ର ରଣଧୀର ଜୟସୱାଲ ଦିଲ୍ଲୀରେ
ନୂଆଦିଲ୍ଲୀ: ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍.ଜୟଶଙ୍କରଙ୍କ ସାମ୍ୱାଦିକ ସମ୍ମିଳନୀ ପ୍ରସାରଣର କିଛି ଘଣ୍ଟା ପରେ କାନାଡା ସରକାର ଅଷ୍ଟ୍ରେଲିଆ ଟୁଡେକୁ ବ୍ୟାନ୍ କରିଛନ୍ତି । ଏହି ସାମ୍ୱାଦିକ ସମ୍ମିଳନୀରେ ଜୟଶଙ୍କର ଭାରତ-କାନାଡା କୂଟନୀତି ଉପରେ କଡ଼ା ଟିପ୍ପଣୀ କରିଥିଲେ । ଏହି ପ୍ରେସ୍ କନଫରେନ୍ସକୁ ଅଷ୍ଟ୍ରେଲିଆ ଟୁଡେ ନିଜ ୟୁଟ୍ୟୁବ୍ ଚ୍ୟାନେଲରେ ଟେଲିକାଷ୍ଟ କରିଥିଲା ।
ଭାରତ ଏହି ମାମଲାରେ କଡ଼ା ପ୍ରତିକ୍ରିୟା ଦେଇଛି । ମିଡିଆ ଉପରେ ପ୍ରତିବନ୍ଧକ ଲଗାଯିବା ପଦକ୍ଷେପକୁ ଆଶ୍ଚର୍ଯ୍ୟକର କହିବା ସହ ଲୋକଙ୍କ ବାକ୍ ସ୍ୱାଧୀନତା ପ୍ରତି କାନାଡାର ଦୋମୁହାଁ ନୀତିକୁ ଦର୍ଶାଉଛି ବୋଲି ବିଦେଶ ମନ୍ତ୍ରଣାଳୟ କହିଛି । ଅଷ୍ଟ୍ରେଲିଆ ଟୁଡେ କନାବେରାରେ ଜୟଶଙ୍କର ଏବଂ ଅଷ୍ଟ୍ରେଲିଆ ବିଦେଶ ମନ୍ତ୍ରୀ ପେନି ୱୋଙ୍ଗଙ୍କ ମିଳିତ ସାମ୍ୱାଦିକ ସମ୍ମିଳନୀ ପ୍ରାସରଣ କରିଥିଲା ।
#WATCH | Delhi: On Canada blocking or banning the prominent outlet there- Australia Today, MEA Spokesperson Randhir Jaiswal says, "We understand that the social media handles, pages of this particular outlet, which is an important diaspora outlet, has been blocked and are not… pic.twitter.com/r0Igyg3Ho0— ANI (@ANI) November 7, 2024
ବୈଦେଶିକ ବ୍ୟାପାର ମୁଖପାତ୍ର ରଣଧୀର ଜୟସୱାଲ ଦିଲ୍ଲୀରେ ମିଡିଆ ବ୍ରିଫିଂରେ କହିଛନ୍ତି, 'ଏହି ଆଉଟ୍ଲେଟ୍ର ସୋସିଆଲ୍ ମିଡିଆ ଆକାଉଣ୍ଟକୁ ବ୍ଲକ୍ କରାଯାଇଛି ଏବଂ କାନାଡାରେ ଏବେ ଏହା ଦର୍ଶକଙ୍କ ପାଇଁ ଉପଲବ୍ଧ ନଥିବା ଆମେ ଜାଣିବାକୁ ପାଇଛୁ । ଏହି ହ୍ୟାଣ୍ଡେଲରୁ ଜୟଶଙ୍କର ଏବଂ ପେନିଙ୍କ ସାମ୍ୱାଦିକ ସମ୍ମିଳନୀ ପ୍ରସାରଣ ହୋଇଥିଲା । ଏହାର କିଛି ଘଣ୍ଟା ପରେ ହିଁ ଚ୍ୟାଲେନକୁ ବ୍ୟାନ କରାଯାଇଥିଲା । ବହୁ ସଂଖ୍ୟାରେ ପ୍ରବାସୀ ଏହି ଚ୍ୟାନେଲକୁ ଦେଖୁଥିଲେ । ଏହି ପଦକ୍ଷେପ ବାକ୍ ସ୍ୱାଧୀନତା ଉପରେ କାନାଡାର ପାଖଣ୍ଡ ନୀତିକୁ ସାମନାକୁ ଆଣିଛି ।'