ପାକ୍ ଓ ଆଫଗାନ ମଧ୍ୟରେ ବଢ଼ୁଛି ଉତ୍ତେଜନା; ଯୁଦ୍ଧ ହେଲେ କିଏ ଭାରି ପଡ଼ିବ ?
ଇସଲାମାବାଦ: ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଉତ୍ତେଜନା ଜାରି ରହିଛି । ପାକ୍ ସେନାର ଏୟାର ଷ୍ଟାଇକ୍ ପରେ ଉତ୍ତେଜନା ଏହା ଆହୁରି ବଢ଼ିଯାଇଛି । ତାଲିବାନ ଦୃଢ଼ ଜବାବ ଦେବା ନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛି । ମଙ୍ଗଳବାର ପାକିସ୍ତାନ ସେନା ଆଫଗାନିସ୍ତାନର ପୂର୍ବ ପ୍ରାନ୍ତରେ ଏୟାରଷ୍ଟ୍ରାଇକ କରିଥିଲା । ଏହି ଆତ୍ମଘାତୀ ହମଲାରେ ପ୍ରାୟ ୪୬ ଜଣ ପ୍ରାଣ ହରାଇଥିବା ବେଳେ ଏଥିରେ ଅନେକ ଲୋକ ଆହତ ହୋଇଛନ୍ତି । ଚଳିତ ବର୍ଷ ଏହା ପାକିସ୍ତାନ ପକ୍ଷରୁ ଏହା ଦ୍ବିତୀୟ ହମଲା । ଏପଟେ ଦୁଇ ପଡୋଶୀ ଦେଶ ମଧ୍ୟରେ ଯୁଦ୍ଧ ହେଲେ କାହାର ପଲ୍ଲା ଭାରି ରହିବ ଜାଣିବା ଏହି ରିପୋର୍ଟରୁ । ଦୁଇ ଦେଶରେ ସୈନ୍ୟ ଶକ୍ତି ଉପରେ ନଜର ପକାଇଲେ ଆଫଗାନିସ୍ତାନ ସବୁ ମୋର୍ଚ୍ଚାରେ ଦୁର୍ବଳ ରହିବ । ଏକ ରିପୋର୍ଟ ମୁତାବକ, ପାକିସ୍ତାନ ନିକଟରେ ସାଢ଼େ ୬ ଲକ୍ଷରୁ ଅଧିକ ସ୍ଥଳସେନା ରହିଛନ୍ତି । ଏୟାର ଫୋର୍ସ ଉପରେ ନଜର ପକାଇଲେ, ପାକ୍ ନିକଟରେ ୧୪ଶହରୁ ଅଧିକ ଯୁଦ୍ଧ ବିମାନ ରହିଛି । ଯୁଦ୍ଧ ଟ୍ୟାଙ୍କ ୩ ହଜାରରୁ ଅଧିକ ରହିଛି । ସେହିପରି ପାକିସ୍ତାନ ସୈନ୍ୟ ବାହିନୀରେ ୫୦ ହଜାରରୁ ଅଧିକ ପରିବହନ ଗାଡ଼ି ରହିଛି । ସେହିପରି ୩୮୭ ଫାଇଟର ଜେଟ୍ ରହିଛି ।ଆଫଗାନିସ୍ତାନର ସାମରିକ ବାହିନୀ ଉପରେ ନଜର ପକାଇଲେ, ତାଲିବାନ ସରକାର ନିକଟରେ ୩ ଲକ୍ଷରୁ ଅଧିକ ସ୍ଥଳସେନା ରହିଛି । ଏଥିରେ ଆଫଗାନ ଆର୍ମି, ଏୟାର ଫୋର୍ସ, ଏବଂ ପୋଲିସ ବାହିନୀ ରହିଛନ୍ତି । ଆଫଗାନିସ୍
ଇସଲାମାବାଦ: ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଉତ୍ତେଜନା ଜାରି ରହିଛି । ପାକ୍ ସେନାର ଏୟାର ଷ୍ଟାଇକ୍ ପରେ ଉତ୍ତେଜନା ଏହା ଆହୁରି ବଢ଼ିଯାଇଛି । ତାଲିବାନ ଦୃଢ଼ ଜବାବ ଦେବା ନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛି । ମଙ୍ଗଳବାର ପାକିସ୍ତାନ ସେନା ଆଫଗାନିସ୍ତାନର ପୂର୍ବ ପ୍ରାନ୍ତରେ ଏୟାରଷ୍ଟ୍ରାଇକ କରିଥିଲା । ଏହି ଆତ୍ମଘାତୀ ହମଲାରେ ପ୍ରାୟ ୪୬ ଜଣ ପ୍ରାଣ ହରାଇଥିବା ବେଳେ ଏଥିରେ ଅନେକ ଲୋକ ଆହତ ହୋଇଛନ୍ତି । ଚଳିତ ବର୍ଷ ଏହା ପାକିସ୍ତାନ ପକ୍ଷରୁ ଏହା ଦ୍ବିତୀୟ ହମଲା ।
ଏପଟେ ଦୁଇ ପଡୋଶୀ ଦେଶ ମଧ୍ୟରେ ଯୁଦ୍ଧ ହେଲେ କାହାର ପଲ୍ଲା ଭାରି ରହିବ ଜାଣିବା ଏହି ରିପୋର୍ଟରୁ । ଦୁଇ ଦେଶରେ ସୈନ୍ୟ ଶକ୍ତି ଉପରେ ନଜର ପକାଇଲେ ଆଫଗାନିସ୍ତାନ ସବୁ ମୋର୍ଚ୍ଚାରେ ଦୁର୍ବଳ ରହିବ । ଏକ ରିପୋର୍ଟ ମୁତାବକ, ପାକିସ୍ତାନ ନିକଟରେ ସାଢ଼େ ୬ ଲକ୍ଷରୁ ଅଧିକ ସ୍ଥଳସେନା ରହିଛନ୍ତି । ଏୟାର ଫୋର୍ସ ଉପରେ ନଜର ପକାଇଲେ, ପାକ୍ ନିକଟରେ ୧୪ଶହରୁ ଅଧିକ ଯୁଦ୍ଧ ବିମାନ ରହିଛି । ଯୁଦ୍ଧ ଟ୍ୟାଙ୍କ ୩ ହଜାରରୁ ଅଧିକ ରହିଛି । ସେହିପରି ପାକିସ୍ତାନ ସୈନ୍ୟ ବାହିନୀରେ ୫୦ ହଜାରରୁ ଅଧିକ ପରିବହନ ଗାଡ଼ି ରହିଛି । ସେହିପରି ୩୮୭ ଫାଇଟର ଜେଟ୍ ରହିଛି ।
ଆଫଗାନିସ୍ତାନର ସାମରିକ ବାହିନୀ ଉପରେ ନଜର ପକାଇଲେ, ତାଲିବାନ ସରକାର ନିକଟରେ ୩ ଲକ୍ଷରୁ ଅଧିକ ସ୍ଥଳସେନା ରହିଛି । ଏଥିରେ ଆଫଗାନ ଆର୍ମି, ଏୟାର ଫୋର୍ସ, ଏବଂ ପୋଲିସ ବାହିନୀ ରହିଛନ୍ତି । ଆଫଗାନିସ୍ତାନ ପାଖରେ ବାୟୁସେନାର କୌଣସି ଶକ୍ତି ନାହିଁ । ତେଣୁ ଯୁଦ୍ଧ ହେଲେ ପାକିସ୍ତାନ ବାୟୁସେନା ଭାରି ପଡ଼ିବ ବୋଲି କୁହାଯାଉଛି ।...