ନିୟମଗିରିରେ ଡଙ୍ଗରିଆଙ୍କ ମେଳି,ଦାବି ପୂରଣ ନ ହେଲେ ଭୋଟ ବର୍ଜନ

ରାୟଗଡ଼ା,୨୧।୩(ଆଶିଷ ରଞ୍ଜନ ପଣ୍ଡା): ନିୟମଗିରି ଅଞ୍ଚଳର ପ୍ରାୟ ୩୮ଖଣ୍ଡ ଗାଁର ଶତାଧିକ ଡଙ୍ଗରିଆ ମହିଳାପୁରୁଷ ନିୟମଗିରି ଅଞ୍ଚଳର ପାରସାଲି ପଞ୍ଚାୟତ ନିକଟରେ ଏକତ୍ରିତ ହୋଇଥିଲେ। ଉକ୍ତ ସଭାସ୍ଥଳରେ ଜଳ ଜଙ୍ଗଲ ଜମି ପାଇଁ ଲଢେଇ କରିଆସୁଥିବା ନିୟମଗିରି ଅଧିବାସୀଙ୍କୁ ମାଓବାଦୀ ସମର୍ଥକ କହି ଅନେକ ମାମଲା ରୁଜୁ କରି ବିଭିନ୍ନ ସମୟରେ ଉଠାଇ ନେଉଥିବା ଅଭିଯୋଗ ମୁଖ୍ୟ ପ୍ରସଙ୍ଗ ରହିଥିଲା। ଏହି ମିଥ୍ୟା ମାମଲା ଗୁଡ଼ିକ ପ୍ରତ୍ୟାହାର ଦାବି କରିଛନ୍ତି ନିୟମଗିରି ଡଙ୍ଗରିଆ। ସବାଧୀନତାର ୭୫ ବର୍ଷ […] The post ନିୟମଗିରିରେ ଡଙ୍ଗରିଆଙ୍କ ମେଳି,ଦାବି ପୂରଣ ନ ହେଲେ ଭୋଟ ବର୍ଜନ appeared first on Dharitri Odia News.

ନିୟମଗିରିରେ ଡଙ୍ଗରିଆଙ୍କ ମେଳି,ଦାବି ପୂରଣ ନ ହେଲେ ଭୋଟ ବର୍ଜନ

ରାୟଗଡ଼ା,୨୧।୩(ଆଶିଷ ରଞ୍ଜନ ପଣ୍ଡା): ନିୟମଗିରି ଅଞ୍ଚଳର ପ୍ରାୟ ୩୮ଖଣ୍ଡ ଗାଁର ଶତାଧିକ ଡଙ୍ଗରିଆ ମହିଳାପୁରୁଷ ନିୟମଗିରି ଅଞ୍ଚଳର ପାରସାଲି ପଞ୍ଚାୟତ ନିକଟରେ ଏକତ୍ରିତ ହୋଇଥିଲେ। ଉକ୍ତ ସଭାସ୍ଥଳରେ ଜଳ ଜଙ୍ଗଲ ଜମି ପାଇଁ ଲଢେଇ କରିଆସୁଥିବା ନିୟମଗିରି ଅଧିବାସୀଙ୍କୁ ମାଓବାଦୀ ସମର୍ଥକ କହି ଅନେକ ମାମଲା ରୁଜୁ କରି ବିଭିନ୍ନ ସମୟରେ ଉଠାଇ ନେଉଥିବା ଅଭିଯୋଗ ମୁଖ୍ୟ ପ୍ରସଙ୍ଗ ରହିଥିଲା। ଏହି ମିଥ୍ୟା ମାମଲା ଗୁଡ଼ିକ ପ୍ରତ୍ୟାହାର ଦାବି କରିଛନ୍ତି ନିୟମଗିରି ଡଙ୍ଗରିଆ। ସବାଧୀନତାର ୭୫ ବର୍ଷ ପରେ ମଧ୍ୟ ଅଞ୍ଚଳରେ ବିଦ୍ୟୁତ, ପାଣି, ରାସ୍ତା ଭଳି ମୌଳିକ ସମସ୍ୟା ଲାଗି ରହିଛି। ତେଣୁ ଏହି ସବୁ ସମସ୍ୟା ସମାଧାନ ନ ହେବା ପର୍ଯ୍ୟନ୍ତ ଡ଼ଙ୍ଗରିଆ ନିର୍ବାଚନ ପ୍ରକ୍ରିୟାରେ ସାମିଲ ହେବେ ନାହିଁ ବୋଲି ନିୟମଗିରି ସୁରକ୍ଷା ମଞ୍ଚ ଆବାହକ ଲଦ ସିକକା କହିଛନ୍ତି। ଶେଷରେ କଲ୍ୟାଣସିଙ୍ଗପୁର ଥାନା ଅଧିକାରୀ ନୀଳକଣ୍ଠ ବେହେରା ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ବୁଝୁସୁଝା କରିଥିବା ଜଣାପଡିଛି।

The post ନିୟମଗିରିରେ ଡଙ୍ଗରିଆଙ୍କ ମେଳି,ଦାବି ପୂରଣ ନ ହେଲେ ଭୋଟ ବର୍ଜନ appeared first on Dharitri Odia News.