ନିୟମଗିରିରେ ବନ୍ଦହେଲା ଷ୍ଟ୍ରବେରି ଚାଷ

ରାୟଗଡ଼ା,୯।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ବ୍ଲକ କୁର୍ଲି ପଞ୍ଚାୟତ ମହକୁମାର ଲାକୁନୁ ଜାକାସିକା ଗତ ବର୍ଷ ପ୍ରଥମ ଥର ପାଇଁ ଷ୍ଟ୍ରବେରି ଚାଷ କରିଥିଲେ। ନିୟମଗିରି ପାହାଡ଼ ଉପରେ ଏହି ଚାଷ କରି ସେ ଲାଭବାନ ମଧ୍ୟ ହୋଇଥିଲେ। ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା ଅଧୀନରେ ଥିବା ଓପିଲିପି ସମସ୍ତ ସହାୟତା ଲାକୁନୁଙ୍କୁ ପ୍ରଦାନ କରିଥିଲା। ତେବେ ଓପିଲିପି ବନ୍ଦ ହୋଇଯିବା କାରଣରୁ ଚାଷୀ ଲାକୁନୁ ଆଉ କୌଣସି ସହାୟତା ନ ପାଇ ଚଳିତ […] The post ନିୟମଗିରିରେ ବନ୍ଦହେଲା ଷ୍ଟ୍ରବେରି ଚାଷ appeared first on Dharitri Odia News.

ନିୟମଗିରିରେ ବନ୍ଦହେଲା ଷ୍ଟ୍ରବେରି ଚାଷ

ରାୟଗଡ଼ା,୯।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ବ୍ଲକ କୁର୍ଲି ପଞ୍ଚାୟତ ମହକୁମାର ଲାକୁନୁ ଜାକାସିକା ଗତ ବର୍ଷ ପ୍ରଥମ ଥର ପାଇଁ ଷ୍ଟ୍ରବେରି ଚାଷ କରିଥିଲେ। ନିୟମଗିରି ପାହାଡ଼ ଉପରେ ଏହି ଚାଷ କରି ସେ ଲାଭବାନ ମଧ୍ୟ ହୋଇଥିଲେ। ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା ଅଧୀନରେ ଥିବା ଓପିଲିପି ସମସ୍ତ ସହାୟତା ଲାକୁନୁଙ୍କୁ ପ୍ରଦାନ କରିଥିଲା। ତେବେ ଓପିଲିପି ବନ୍ଦ ହୋଇଯିବା କାରଣରୁ ଚାଷୀ ଲାକୁନୁ ଆଉ କୌଣସି ସହାୟତା ନ ପାଇ ଚଳିତ ବର୍ଷ ଆଉ ଷ୍ଟ୍ରବେରି ଚାଷ କରିନାହାନ୍ତି।
ଗତବର୍ଷ ଷ୍ଟ୍ରବେରି ଚାଷ ପାଇଁ ଲାକୁନୁଙ୍କ ୩ ଲକ୍ଷ ୫୦ ହଜାର ଟଙ୍କା ଖର୍ଚ୍ଚ ହୋଇଥିଲା। ଚାରା, ସାର, ବୁନ୍ଦା ଜଳସେଚନ ଓ ଶ୍ରମ ବାବଦକୁ ଏହି ଅର୍ଥ ଖର୍ଚ୍ଚ ହୋଇଥିଲା। ଷ୍ଟ୍ରବେରି ଫଳିବା ପରେ ନିୟମଗିରି ବ୍ରାଣ୍ଡ୍‌ ନାମରେ ସେ ବିକ୍ରି କରି ୭ ଲକ୍ଷ ଟଙ୍କା ପାଇଥିଲେ। ସମସ୍ତ ଖର୍ଚ୍ଚ ସହିତ ଜ୍ଞାନ କୌଶଳ ଓପିଲିପି ତରଫରୁ ପ୍ରଦାନ କରାଯାଇଥିଲା। ଏଭଳି କି ଷ୍ଟ୍ରବେରି ଫଳିବା ପରେ ରାୟଗଡ଼ା ସହର ସମେତ ଜେକେପୁର, ଥେରୁବାଲି ଆଦି ଗ୍ରାମରେ ଏହା ବିକ୍ରି କରି ଅର୍ଥ ଉପାର୍ଜନ କରିଥିଲେ। କେବଳ ସେତିକି ନୁହେଁ ଓପିଲିପି ସହାୟତାରେ ଭୁବନେଶ୍ୱରରେ ଅନୁଷ୍ଠିତ ଆଦିବାସୀ ମେଳା ଓ ଅନ୍ୟ ମେଳାରେ ଷ୍ଟ୍ରବେରି ବିକ୍ରି କରିଥିଲେ ଚାଷୀ ଲାକୁନୁ। ହେଲେ ବିଡ଼ମ୍ବନାର ବିଷୟ ମାତ୍ର ୧ବର୍ଷ ଭିତରେ ନିୟମଗିରି ପାହାଡ଼ରେ ଷ୍ଟ୍ରବେରି ଚାଷରେ ଯବନିକା ପଡ଼ିଯାଇଛି। ମୁଖ୍ୟତଃ ଏଥିପାଇଁ ସହାୟତା ପ୍ରଦାନ କରୁଥିବା ସଂସ୍ଥା ଓପିଲିପି ବନ୍ଦ ହୋଇଯିବାରୁ ଆଧୁନିକ ପ୍ରଣାଳୀର ଚାଷ କରୁଥିବା ଆଦିମ ଜନଜାତି ଡଙ୍ଗରିଆକନ୍ଧ ସମ୍ପ୍ରଦାୟର ଲୋକେ ନାନା ସମସ୍ୟା ଭୋଗୁଛନ୍ତି। ଗତ ସେପ୍ଟେମ୍ବରରୁ ଓପିଲିପିର ସମସ୍ତ କାର୍ଯ୍ୟ ବନ୍ଦ ହୋଇଥିବା ବେଳେ ଏପ୍ରିଲରୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶନାମା ଜାରି ହୋଇଥିଲା। ହେଲେ ସରକାର କୌଣସି ବିକଳ୍ପ ବ୍ୟବସ୍ଥା ଗ୍ରହଣ ନ କରି ଓପିଲିପି ବନ୍ଦ କରିଦେବାରୁ ଆଦିମ ଜନଜାତି ଲୋକେ ସମସ୍ୟା ଭୋଗୁଥିବା କହିଛନ୍ତି। ତେଣୁ ସରକାର ଏଥିପ୍ରତି ଦୃଷ୍ଟି ଦେଇ ଓପିଲିପିକୁ ପୁନଃ ଆରମ୍ଭ କଲେ ଡଙ୍ଗରିଆଙ୍କ ବିକାଶରେ ବେଶ୍‌ ସହାୟକ ହେବ ବୋଲି ଅଞ୍ଚଳବାସୀ କହିଛନ୍ତି।

The post ନିୟମଗିରିରେ ବନ୍ଦହେଲା ଷ୍ଟ୍ରବେରି ଚାଷ appeared first on Dharitri Odia News.