ନିୟମିତ ଦହି ଖାଉଥିଲେ…

ଦହି ପ୍ରାକୃତିକ ଭାବେ ହେଉଥିବାରୁ ଏହା ସ୍ବାସ୍ଥ୍ୟ ପାଇଁ ଉପଯୋଗୀ। ଏଥିରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ଏହା ବଢ଼ାଇଥାଏ। ପ୍ରାୟ ୭୦ ପ୍ରତିଶତ ଶକ୍ତି ଆମେ ଦହିରୁ ହିଁ ପାଇଥାଉ। ଦହିରେ କ୍ୟାଲ୍‌ସିୟମ୍‌ ଥିବାରୁ ଏହା ଅସ୍ଥି ଓ ଆଣ୍ଠୁଗଣ୍ଠିକୁ ମଜଭୁତ କରିବାରେ ସାହାଯ୍ୟ କରେ। ଅଷ୍ଟିଓପୋରେସିସ୍‌ ସମସ୍ୟ ଆଶଙ୍କାକୁ କେତେକାଂଶରେ ଦୂର କରିଥାଏ। ଏଥିରେ ଏଭଳି ତତ୍ତ୍ୱ ରହିଛି ଯାହା ଦାନ୍ତମୂଳକୁ ଦୃଢ଼ ରଖେ। ଚର୍ମ […] The post ନିୟମିତ ଦହି ଖାଉଥିଲେ… appeared first on Dharitri Odia News.

ନିୟମିତ ଦହି ଖାଉଥିଲେ…

ଦହି ପ୍ରାକୃତିକ ଭାବେ ହେଉଥିବାରୁ ଏହା ସ୍ବାସ୍ଥ୍ୟ ପାଇଁ ଉପଯୋଗୀ। ଏଥିରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ଏହା ବଢ଼ାଇଥାଏ। ପ୍ରାୟ ୭୦ ପ୍ରତିଶତ ଶକ୍ତି ଆମେ ଦହିରୁ ହିଁ ପାଇଥାଉ। ଦହିରେ କ୍ୟାଲ୍‌ସିୟମ୍‌ ଥିବାରୁ ଏହା ଅସ୍ଥି ଓ ଆଣ୍ଠୁଗଣ୍ଠିକୁ ମଜଭୁତ କରିବାରେ ସାହାଯ୍ୟ କରେ। ଅଷ୍ଟିଓପୋରେସିସ୍‌ ସମସ୍ୟ ଆଶଙ୍କାକୁ କେତେକାଂଶରେ ଦୂର କରିଥାଏ। ଏଥିରେ ଏଭଳି ତତ୍ତ୍ୱ ରହିଛି ଯାହା ଦାନ୍ତମୂଳକୁ ଦୃଢ଼ ରଖେ। ଚର୍ମ ଏବଂ କେଶକୁ ବଢ଼ିବାରେ ଦହି ମଧ୍ୟ ସାହାଯ୍ୟ କରେ। ଏଥିରେ ଏଭଳି ତତ୍ତ୍ୱ ରହିଛି ଯାହାଦ୍ୱାରା କ୍ଷତ ହୋଇଥିବା ସ୍ଥାନରେ ନୂଆ ଚର୍ମ ମଧ୍ୟ ଆପେ ସୃଷ୍ଟିି ହୋଇଯାଏ। ଏହା ମଧ୍ୟ ପାଚନ କ୍ରିୟାକୁ ଆହୁରି ଦୃଢ଼ କରିଥାଏ। କେବଳ ସେତିକି ନୁହେଁ, କୋଲେଷ୍ଟରଲ ଏବଂ ମେଦ ବହୁଳତାକୁ ଏହା କେତେକାଂଶ ନିୟନ୍ତ୍ରଣରେ ରଖିଥାଏ। ଉଚ୍ଚ ରକ୍ତଚାପ ସମସ୍ୟା ପାଇଁ ଏହା ମଧ୍ୟ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ। ନିୟମିତ ଦହି ଖାଇଲେ ତାହା ହୃତ୍‌ପିଣ୍ଡ ବା ହାର୍ଟକୁ ସୁସ୍ଥ ରଖିଥାଏ। ଜଣେ ଡାଇବେଟିସ୍‌ ରୋଗୀ ଏହାକୁ ନିଜର ଖାଦ୍ୟ ତାଲିକାରେ ସାମିଲ କରିପାରିବେ। କାରଣ ଏହା ରକ୍ତରେ ଶର୍କରାର ପରିମାଣକୁ ସନ୍ତୁଳିତ ରଖେ।

The post ନିୟମିତ ଦହି ଖାଉଥିଲେ… appeared first on Dharitri Odia News.