ନୀତୀଶ କୁମାରଙ୍କ ବଡ଼ ଘୋଷଣା: ବିଜୟା ଦଶମୀ ପୂର୍ବରୁ…
ପାଟନା,୪।୧୦: ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ବନ୍ୟା ପୀଡିତଙ୍କୁ ପ୍ରତ୍ୟେକଙ୍କୁ ୭ ହଜାର ଟଙ୍କା ଦିଆଯିବ। ଶୁକ୍ରବାର ଅପରାହ୍ନରେ ସେ ଦରଭଙ୍ଗାସ୍ଥିତ ଇନଡୋର ଷ୍ଟାଡିୟମରେ ବନ୍ୟା ପୀଡିତଙ୍କ ପାଇଁ ପ୍ରସ୍ତୁତ ଖାଦ୍ୟ ପ୍ୟାକେଟଗୁଡ଼ିକ ଯାଞ୍ଚ୍ କରିଥିଲେ ଏବଂ ବର୍ତ୍ତମାନର ଜିଲା ମାଜିଷ୍ଟ୍ରେଟଙ୍କ ସମେତ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶନାମା ଜାରି କରିଥିଲେ। ବନ୍ୟା ପୀଡିତଙ୍କୁ ଯଥାଶୀଘ୍ର ରିଲିଫ ସାମଗ୍ରୀ ଯୋଗାଇବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିଜୟା […] The post ନୀତୀଶ କୁମାରଙ୍କ ବଡ଼ ଘୋଷଣା: ବିଜୟା ଦଶମୀ ପୂର୍ବରୁ… appeared first on Dharitri Odia News.
ପାଟନା,୪।୧୦: ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ବନ୍ୟା ପୀଡିତଙ୍କୁ ପ୍ରତ୍ୟେକଙ୍କୁ ୭ ହଜାର ଟଙ୍କା ଦିଆଯିବ। ଶୁକ୍ରବାର ଅପରାହ୍ନରେ ସେ ଦରଭଙ୍ଗାସ୍ଥିତ ଇନଡୋର ଷ୍ଟାଡିୟମରେ ବନ୍ୟା ପୀଡିତଙ୍କ ପାଇଁ ପ୍ରସ୍ତୁତ ଖାଦ୍ୟ ପ୍ୟାକେଟଗୁଡ଼ିକ ଯାଞ୍ଚ୍ କରିଥିଲେ ଏବଂ ବର୍ତ୍ତମାନର ଜିଲା ମାଜିଷ୍ଟ୍ରେଟଙ୍କ ସମେତ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶନାମା ଜାରି କରିଥିଲେ। ବନ୍ୟା ପୀଡିତଙ୍କୁ ଯଥାଶୀଘ୍ର ରିଲିଫ ସାମଗ୍ରୀ ଯୋଗାଇବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିଜୟା ଦଶମୀ ପୂର୍ବରୁ ବନ୍ୟା ପୀଡିତଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସହାୟତା ରାଶି ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି।
ଇନଡୋର ଷ୍ଟାଡିୟମର ଖାଦ୍ୟ ପ୍ୟାକେଜିଂର ଯାଞ୍ଚ୍ କରିବା ପରେ ମୁଖ୍ୟମନ୍ତ୍ରୀ କିରାଟପୁର କୁଶେଶ୍ୱରସ୍ଥାନ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବାକୁ ବାହାରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବିହାର ସାମାଜିକ କଲ୍ୟାଣ ମନ୍ତ୍ରୀ ମଦନ ସାହାନି ମଧ୍ୟ ବନ୍ୟା ପୀଡିତଙ୍କୁ ୭ ହଜାର ଟଙ୍କା ଦେବାକୁ କହିଛନ୍ତି। ଏହି ଟଙ୍କା ଦୁର୍ଗା ପୂଜା ପୂର୍ବରୁ ଅକ୍ଟୋବର ୯ ସୁଦ୍ଧା ପୀଡିତଙ୍କ ଆକାଉଣ୍ଟକୁ ହସ୍ତାନ୍ତର କରାଯିବ। ପ୍ରାୟ ୫୦ ହଜାର ପୀଡିତଙ୍କୁ ୭ ହଜାର ଟଙ୍କା ପଠାଯିବ।
The post ନୀତୀଶ କୁମାରଙ୍କ ବଡ଼ ଘୋଷଣା: ବିଜୟା ଦଶମୀ ପୂର୍ବରୁ… appeared first on Dharitri Odia News.