ନୀତୀଶ ରଖିଲେ ୩ ବିଭାଗ

ପାଟନା,୩।୨: ବିହାରରେ ମନ୍ତ୍ରୀଙ୍କ ବିଭାଗ ଆବଣ୍ଟନର ସରକାରୀ ତାଲିକା ପ୍ରକାଶ ପାଇଛି। ସୂଚନାନୁସାରେ, ଭାଜପା ହାଇକମାଣ୍ଡରୁ ସବୁଜ ସଙ୍କେତ ପାଇବା ପରେ ନୀତୀଶ କୁମାର ସମସ୍ତ ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ କରିଛନ୍ତି। ନୀତୀଶ କୁମାର ନିଜ ପାଖରେ ଗୃହ ବିଭାଗକୁ ରଖିଛନ୍ତି। ଉପ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କୁ ଅର୍ଥ ଏବଂ ସ୍ବାସ୍ଥ୍ୟ ବିଭାଗ ଦିଆଯାଇଛି। ଦ୍ୱିତୀୟ ଅର୍ଥମନ୍ତ୍ରୀ ବିଜୟ ସିହ୍ନାଙ୍କୁ ରାସ୍ତା ନିର୍ମାଣ ଏବଂ ରାଜସ୍ବ ମିଳିଛି। ବିଭାଗ ବଣ୍ଟନକୁ ନେଇ ସବୁଠାରୁ ଶିକ୍ଷାରେ ବଡ ପରିବର୍ତ୍ତନ […] The post ନୀତୀଶ ରଖିଲେ ୩ ବିଭାଗ appeared first on Dharitri Odia News.

ନୀତୀଶ ରଖିଲେ ୩ ବିଭାଗ

ପାଟନା,୩।୨: ବିହାରରେ ମନ୍ତ୍ରୀଙ୍କ ବିଭାଗ ଆବଣ୍ଟନର ସରକାରୀ ତାଲିକା ପ୍ରକାଶ ପାଇଛି। ସୂଚନାନୁସାରେ, ଭାଜପା ହାଇକମାଣ୍ଡରୁ ସବୁଜ ସଙ୍କେତ ପାଇବା ପରେ ନୀତୀଶ କୁମାର ସମସ୍ତ ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ କରିଛନ୍ତି। ନୀତୀଶ କୁମାର ନିଜ ପାଖରେ ଗୃହ ବିଭାଗକୁ ରଖିଛନ୍ତି। ଉପ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କୁ ଅର୍ଥ ଏବଂ ସ୍ବାସ୍ଥ୍ୟ ବିଭାଗ ଦିଆଯାଇଛି। ଦ୍ୱିତୀୟ ଅର୍ଥମନ୍ତ୍ରୀ ବିଜୟ ସିହ୍ନାଙ୍କୁ ରାସ୍ତା ନିର୍ମାଣ ଏବଂ ରାଜସ୍ବ ମିଳିଛି। ବିଭାଗ ବଣ୍ଟନକୁ ନେଇ ସବୁଠାରୁ ଶିକ୍ଷାରେ ବଡ ପରିବର୍ତ୍ତନ ହୋଇଛି । ଏଥର ନୀତୀଶ କୁମାର ନିଜ ପାଖରେ ଶିକ୍ଷା ରଖିଛନ୍ତି। ଗ୍ରାଣ୍ଡ ଆଲାଇନ୍ସ ସରକାରରେ ଏହି ବିଭାଗ ରାଷ୍ଟ୍ରିୟ ଜନତା ଦଳ ସହିତ ଥିଲା। ଜେଡିୟୁ ସୂତ୍ର ଅନୁଯାୟୀ, ନୀତୀଶ କୁମାର ଗୃହ, ସାଧାରଣ ପ୍ରଶାସନ ଏବଂ ଇନଟେଲିଜେନ୍ସ ବିଭାଗକୁ ତାଙ୍କ ପାଖରେ ରଖିଛନ୍ତି। ଏହା ପୂର୍ବରୁ ଗୃହ ବିଭାଗ ସମ୍ରାଟ ଚୌଧୁରୀଙ୍କୁ ଦେବା ନେଇ ଆଲୋଚନା ହୋଇଥିଲା।

 

The post ନୀତୀଶ ରଖିଲେ ୩ ବିଭାଗ appeared first on Dharitri Odia News.