ଫେବୃୟାରୀ ୨୦ରେ ଆଂଶିକ ବକ୍ସଡ୍ରେନ୍‌ ଉଦ୍‌ଘାଟନ

କଟକ,୧୨ା୨(କାର୍ତ୍ତିକ ସାହୁ): କଟକ ସହର ସମସ୍ୟାରେ ବକ୍ସ ଡ୍ରେନ୍‌ ପ୍ରସଙ୍ଗରେ ସୋମବାର ଶୁଣାଣି ହୋଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଆମିକସ୍‌ କ୍ୟୁରି ଏନ୍‌. କେ. ମହାନ୍ତି ସତ୍ୟପାଠ ଦାଖଲ କରି ଆଗାମୀ ଫେବୃୟାରୀ ୨୦ ତାରିଖରେ ଆଂଶିକ ବକ୍ସଡ୍ରେନ୍‌ ଉଦ୍‌ଘାଟନ ହେବ ବୋଲି ଅବଗତ କରାଇଛନ୍ତି। ସତ୍ୟପାଠ ଅନୁଯାୟୀ, ବକ୍ସଡ୍ରେନ୍‌ କାମ ପ୍ରଫେସରପଡ଼ା ଯାଏ ସମ୍ପୂର୍ଣ୍ଣ ହୋଇଛି। ପ୍ରଥମ ପର୍ଯ୍ୟାୟ ଉଦ୍‌ଘାଟନ ଶେଷ ହେବା ପରେ ପୁଣି ଫେବୃୟାରୀ ୩୧ ସୁଦ୍ଧା ଛତ୍ରବଜାର ଯାଏ ବକ୍ସଡ୍ରେନ୍‌ କାମ […] The post ଫେବୃୟାରୀ ୨୦ରେ ଆଂଶିକ ବକ୍ସଡ୍ରେନ୍‌ ଉଦ୍‌ଘାଟନ appeared first on Dharitri Odia News.

ଫେବୃୟାରୀ ୨୦ରେ ଆଂଶିକ ବକ୍ସଡ୍ରେନ୍‌ ଉଦ୍‌ଘାଟନ
କଟକ,୧୨ା୨(କାର୍ତ୍ତିକ ସାହୁ): କଟକ ସହର ସମସ୍ୟାରେ ବକ୍ସ ଡ୍ରେନ୍‌ ପ୍ରସଙ୍ଗରେ ସୋମବାର ଶୁଣାଣି ହୋଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଆମିକସ୍‌ କ୍ୟୁରି ଏନ୍‌. କେ. ମହାନ୍ତି ସତ୍ୟପାଠ ଦାଖଲ କରି ଆଗାମୀ ଫେବୃୟାରୀ ୨୦ ତାରିଖରେ ଆଂଶିକ ବକ୍ସଡ୍ରେନ୍‌ ଉଦ୍‌ଘାଟନ ହେବ ବୋଲି ଅବଗତ କରାଇଛନ୍ତି। ସତ୍ୟପାଠ ଅନୁଯାୟୀ, ବକ୍ସଡ୍ରେନ୍‌ କାମ ପ୍ରଫେସରପଡ଼ା ଯାଏ ସମ୍ପୂର୍ଣ୍ଣ ହୋଇଛି। ପ୍ରଥମ ପର୍ଯ୍ୟାୟ ଉଦ୍‌ଘାଟନ ଶେଷ ହେବା ପରେ ପୁଣି ଫେବୃୟାରୀ ୩୧ ସୁଦ୍ଧା ଛତ୍ରବଜାର ଯାଏ ବକ୍ସଡ୍ରେନ୍‌ କାମ ସମ୍ପୂର୍ଣ୍ଣ କରାଯାଇ ଉଦ୍‌ଘାଟନ କରାଯିବ। ହାଇକୋର୍ଟର ମୁଖ୍ୟ ବିଚାରପତି ଚକ୍ରଧାରୀ ଶରଣ ସିଂହ ଓ ବିଚାରପତି ଅରିନ୍ଦମ୍‌ ସିହ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ପରବର୍ତ୍ତି ଶୁଣାଣି ପାଇଁ ଏପ୍ରିଲ ୨ତାରିଖ ଧାର୍ଯ୍ୟ କରିଛନ୍ତି।
ସୂଚନା ଅନୁସାରେ, ରାଜ୍ୟ ସରକାରଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ, ଛତ୍ରବଜାର ଯାଏ ବକ୍ସଡ୍ରେନ୍‌ କରାଯିବ। ସେଇଠୁ ମାତୃଭବନ ଯାଏ ହେବାକୁ ଥିବା ୮୧୦ ମିଟର ବକ୍ସଡ୍ରେନ୍‌ କାର୍ଯ୍ୟ ଆଉ କରା ନ ଯାଇ ଖୋଲା ଛାଡ଼ିଦିଆଯିବ। ଏହା ଉପରେ ଆବେଦନକାରୀ ଆଇନଜୀବୀ ସତ୍ୟବ୍ରତ ମହାନ୍ତିଙ୍କ ଫାଇନାନ୍ସସିଆଲ ଓ ଟେକନିକାଲ ପରାମର୍ଶକୁ ନଗର ଉନ୍ନୟନ ମନ୍ତ୍ରୀ ଓ ସଚିବଙ୍କ ସହ ଆଲୋଚନା କରାଯାଇଛି ବୋଲି ଆମିକସ୍‌ କ୍ୟୁରି ଏନ୍‌. କେ. ମହାନ୍ତି ହାଇକୋର୍ଟଙ୍କୁ ଅବଗତ କରାଇଛନ୍ତି।
ତେବେ ସୋମବାର ଶୁଣାଣି ବେଳେ ଆବେଦନକାରୀ ମହାନ୍ତି ଯୁକ୍ତି ଦର୍ଶାଇ କହିଥିଲେ ଯେ, ଆଇଆଇଟି ଖଡ଼ଗପୁର ୧୦ ବର୍ଷ ପୂର୍ବରୁ ଦେଇଥିବା ବୈଷୟିକ କାର୍ଯ୍ୟ ଆଜିଯାଏ ବି ଚାଲିଛି। ଛତ୍ରବଜାରରୁ ମାତୃଭବନ ଯାଏ ବକ୍ସ ଡ୍ରେନ୍‌ ନିର୍ମାଣ ପାଇଁ ସବୁଯାକ ଫିଜିବିଲିଟି ରିପୋର୍ଟ ସେତେବେଳେ ଥିଲା ଏବେ କାହିଁକି ହେବ ନାହିଁ। ଛତ୍ରବଜାର ଯାଏ ବକ୍ସ ଡ୍ରେନ୍‌ ହୋଇ ମାତୃଭବନ ପର୍ଯ୍ୟନ୍ତ ଖୋଲା ରହିଲେ ଯେଉଁ ଅସ୍ବାସ୍ଥ୍ୟକର ପରିବେଶ ରହିଛି ତାହା ସେହିପରି ରହିବ।
ମଶା, ମାଛିଙ୍କ ବଂଶବୃଦ୍ଧି ହେବା ସହ ଉତ୍କଟ ଦୁର୍ଗନ୍ଧରେ ଲୋକେ ଘାଣ୍ଟି ହେବେ। ଏସବୁ ପ୍ରତିକୂଳ ପ୍ରଭାବ ମଧ୍ୟ ପଡ଼ିବ। ବକ୍ସଡ୍ରେନ୍‌ ନ ହୋଇ ପାରିଲେ ଖୋଲା ଡ୍ରେନ୍‌ ରଖା ନ ଯାଇ ତାହାକୁ ଘୋଡ଼ଣୀ ଦ୍ୱାରା ବନ୍ଦ ଡ୍ରେନ୍‌ କରାଯାଉ। ଏଭଳି ଯୁକ୍ତିକୁ ନେଇ ଲୋକଙ୍କର ଅସନ୍ତୋଷ ରହିଥିବା ହାଇକୋର୍ଟ ହୃଦୟଙ୍ଗମ କରିଛନ୍ତି। ପରବର୍ତ୍ତି ଶୁଣାଣିରେ ଏହି ପ୍ରସଙ୍ଗକୁ ଉପସ୍ଥାପନ ନିମନ୍ତେ ରଖାଯାଇଥିବା ଆବେଦନକାରୀ ମହାନ୍ତି କହିଛନ୍ତି।
ସୂଚନାଯୋଗ୍ୟ, ସର୍ବପ୍ରଥମେ ଓଡ଼ିଶା ହାଇକୋର୍ଟର ରେଜିଷ୍ଟ୍ରାର ଜୁଡିସିଆଲ ବକ୍ସଡ୍ରେନ୍‌କୁ ନେଇ ଜନସ୍ବାର୍ଥ ମାମଲା ୨୦୨୦ରେ ହାଇକୋର୍ଟରେ ରୁଜୁ କରିଥିଲେ। ଏଥିରେ ରାଜ୍ୟ ସରକାରଙ୍କୁ ପକ୍ଷଭୁକ୍ତ କରାଯାଇଥିଲା।

The post ଫେବୃୟାରୀ ୨୦ରେ ଆଂଶିକ ବକ୍ସଡ୍ରେନ୍‌ ଉଦ୍‌ଘାଟନ appeared first on Dharitri Odia News.