ଚିପ୍ସ ଖାଇବା ପଡିପାରେ ମହଙ୍ଗା ! ଏହି ସବୁ ରୋଗର ହୋଇପାରେ କାରଣ
ଭୁବନେଶ୍ବର ୧୨।୦୫: ସବୁ ପିଲାଙ୍କର ପ୍ରଥମ ପସନ୍ଦ ଚିପ୍ସ । କିନ୍ତୁ ଜାଣନ୍ତି କି ପାଟିକୁ ସୁଆଦିଆ ଲାଗୁଥିବା ଏହି ଚିପ୍ସ ପିଲାଙ୍କ ପାଇଁ କେତେ କ୍ଷତିକାରକ ? ଚିପ୍ସରେ ଫ୍ୟାଟ୍ ଏବଂ କ୍ୟାଲୋରିଜ୍ର ମାତ୍ରା ଅଧିକ । ପ୍ୟାକେଟ ବନ୍ଦ ଚିପ୍ସ ପିଲାଙ୍କ କୋଲେଷ୍ଟ୍ରୋଲ୍ ମାତ୍ରାକୁ ମଧ୍ୟ ବଢାଇଥାଏ । ଚିପ୍ସରେ ଅତ୍ୟାଧିକ ପରିମାଣରେ ଥିବା ଫ୍ୟାଟ୍ ପିଲାଙ୍କ କୋଲେଷ୍ଟ୍ରୋଲ୍ ସ୍ତରକୁ ବିଗାଡିଦିଏ । ଏଥିପାଇଁ କମ୍ ବୟସରେ ଓଜନ ବଢିବା ତଥା ମେଦ ବହୁଳତାର ଶିକାର ହୋଇଥାନ୍ତି ପିଲା । ୨୮ ଗ୍ରାମ୍ ଆଳୁ ଚିପ୍ସରେ ୧୫ ଗ୍ରାମ ଫ୍ୟାଟ୍ ଏବଂ ୧୫୪ ଗ୍ରାମ୍ କ୍ୟାଲୋରିଜ୍ ରହିଥାଏ । ଏହା ହୃଦୟ ଜନିତ ସମସ୍ୟା ଏମିତିକି କର୍ଟକ ଭଳି ରୋଗ ହେବାର ସମ୍ଭାବନା ରହିଛି । ପିଲାଙ୍କଠାରେ ଚିପ୍ଲସ ଖାଇବା ଦ୍ବାରା ପୋଷଣରେ ଅଭାବ ଦେଖାଯାଏ । ଭିଟାମିନ୍ ଏବଂ ମିନେରାଲ୍ ନଥିବାରୁ ପୋଷଣ ତତ୍ତ୍ବ ମଧ୍ୟ ଶରୀରକୁ ମିଳେନାହିଁ । ସୋଡିୟମର ମାତ୍ରା ଅଧିକ ଥିବାରୁ ସ୍ବାସ୍ଥ୍ୟ ପାଇଁ ଚିପ୍ସ ଆଦୌ ଭଲ ନୁହେଁ । ଉଚ୍ଚ ରକ୍ତଚାପ, ଷ୍ଟ୍ରୋକ୍, ହାର୍ଟ ଏବଂ କିଡନୀ ରୋଗ ପାଇଁ ସୋଡିୟମ୍ ଦାୟୀ ।ଡାଇବେଟିସ୍ ଠାରୁ ଆରମ୍ବ କରି କ୍ୟାନସର ପର୍ଯ୍ୟନ୍ତ ଏହି ପ୍ୟାକେଟ ବନ୍ଦ ଖାଦ୍ୟ ଦାୟୀ ହୋଇଥାଏ । ୨୦୧୦ ମସିହାରେ ଆମେରିକାରେ ଏକ ଗାଇଡଲାଇନ ଜାରି ହୋଇଥିଲା । ଏହି ଗାଇଡଲାଇନ ଅନୁଯାୟୀ ଦିନକୁ ୨୩୦୦ ମିଲିଗ୍ରାମରୁ ଅଧିକ ଲୁଣ ଖାଇବା ଉଚିତ୍ ନୁହେଁ । ଯଦି ଅଧିକ ଲୁଣ ଖାଇବେ ଉଚ୍ଚ
ଭୁବନେଶ୍ବର ୧୨।୦୫: ସବୁ ପିଲାଙ୍କର ପ୍ରଥମ ପସନ୍ଦ ଚିପ୍ସ । କିନ୍ତୁ ଜାଣନ୍ତି କି ପାଟିକୁ ସୁଆଦିଆ ଲାଗୁଥିବା ଏହି ଚିପ୍ସ ପିଲାଙ୍କ ପାଇଁ କେତେ କ୍ଷତିକାରକ ? ଚିପ୍ସରେ ଫ୍ୟାଟ୍ ଏବଂ କ୍ୟାଲୋରିଜ୍ର ମାତ୍ରା ଅଧିକ । ପ୍ୟାକେଟ ବନ୍ଦ ଚିପ୍ସ ପିଲାଙ୍କ କୋଲେଷ୍ଟ୍ରୋଲ୍ ମାତ୍ରାକୁ ମଧ୍ୟ ବଢାଇଥାଏ । ଚିପ୍ସରେ ଅତ୍ୟାଧିକ ପରିମାଣରେ ଥିବା ଫ୍ୟାଟ୍ ପିଲାଙ୍କ କୋଲେଷ୍ଟ୍ରୋଲ୍ ସ୍ତରକୁ ବିଗାଡିଦିଏ । ଏଥିପାଇଁ କମ୍ ବୟସରେ ଓଜନ ବଢିବା ତଥା ମେଦ ବହୁଳତାର ଶିକାର ହୋଇଥାନ୍ତି ପିଲା ।

୨୮ ଗ୍ରାମ୍ ଆଳୁ ଚିପ୍ସରେ ୧୫ ଗ୍ରାମ ଫ୍ୟାଟ୍ ଏବଂ ୧୫୪ ଗ୍ରାମ୍ କ୍ୟାଲୋରିଜ୍ ରହିଥାଏ । ଏହା ହୃଦୟ ଜନିତ ସମସ୍ୟା ଏମିତିକି କର୍ଟକ ଭଳି ରୋଗ ହେବାର ସମ୍ଭାବନା ରହିଛି । ପିଲାଙ୍କଠାରେ ଚିପ୍ଲସ ଖାଇବା ଦ୍ବାରା ପୋଷଣରେ ଅଭାବ ଦେଖାଯାଏ । ଭିଟାମିନ୍ ଏବଂ ମିନେରାଲ୍ ନଥିବାରୁ ପୋଷଣ ତତ୍ତ୍ବ ମଧ୍ୟ ଶରୀରକୁ ମିଳେନାହିଁ । ସୋଡିୟମର ମାତ୍ରା ଅଧିକ ଥିବାରୁ ସ୍ବାସ୍ଥ୍ୟ ପାଇଁ ଚିପ୍ସ ଆଦୌ ଭଲ ନୁହେଁ । ଉଚ୍ଚ ରକ୍ତଚାପ, ଷ୍ଟ୍ରୋକ୍, ହାର୍ଟ ଏବଂ କିଡନୀ ରୋଗ ପାଇଁ ସୋଡିୟମ୍ ଦାୟୀ ।

ଡାଇବେଟିସ୍ ଠାରୁ ଆରମ୍ବ କରି କ୍ୟାନସର ପର୍ଯ୍ୟନ୍ତ ଏହି ପ୍ୟାକେଟ ବନ୍ଦ ଖାଦ୍ୟ ଦାୟୀ ହୋଇଥାଏ । ୨୦୧୦ ମସିହାରେ ଆମେରିକାରେ ଏକ ଗାଇଡଲାଇନ ଜାରି ହୋଇଥିଲା । ଏହି ଗାଇଡଲାଇନ ଅନୁଯାୟୀ ଦିନକୁ ୨୩୦୦ ମିଲିଗ୍ରାମରୁ ଅଧିକ ଲୁଣ ଖାଇବା ଉଚିତ୍ ନୁହେଁ । ଯଦି ଅଧିକ ଲୁଣ ଖାଇବେ ଉଚ୍ଚ ରକ୍ତଚାପରୁ ଆରମ୍ଭ କରି କିଡନୀ ଜନିତ ରୋଗ ମଧ୍ୟ ହୋଇପାରେ । ପ୍ୟାକେଟ ବନ୍ଦ ଚିପ୍ସ ପିଲାଙ୍କ କୋଲେଷ୍ଟ୍ରୋଲ୍ ମାତ୍ରାକୁ ମଧ୍ୟ ବଢାଇଥାଏ । ଚିପ୍ସରେ ଅତ୍ୟାଧିକ ପରିମାଣରେ ଥିବା ଫ୍ୟାଟ୍ ପିଲାଙ୍କ କୋଲେଷ୍ଟ୍ରୋଲ୍ ସ୍ତରକୁ ବିଗାଡିଦିଏ ।