ନୀତୀଶ ସରକାରଙ୍କୁ ଟେନସନ ଦେଲା ନୀତି ଆୟୋଗ

ନୂଆଦିଲ୍ଲୀ,୧୩।୭: ଉତ୍ତରପ୍ରଦେଶ ଏବଂ କେରଳ ନୀତି ଆୟୋଗର ଏସଡିଜି ଇଣ୍ଡିଆ ଇଣ୍ଡେକ୍ସ ୨୦୨୩-୨୪ ଅର୍ଥାତ୍‌ ସ୍ଥାୟୀ ବିକାଶ ସୂଚକାଙ୍କରେ ଶୀର୍ଷ ସ୍ଥାନ ହାସଲ କରିଛି। ଏହି ସୂଚକାଙ୍କ ସାହାଯ୍ୟରେ, ନୀତି ଆୟୋଗ ସାମାଜିକ, ଅଥନୈତିକ ଏବଂ ପରିବେଶ ପାରାମିଟର ଉପରେ ବିକାଶର ମୂଲ୍ୟାଙ୍କନ କରେ। ଏଥିରେ ସ୍ଥାୟୀ ବିକାଶ ଲକ୍ଷ୍ୟ (ଏସଡିଜିଏସ୍‌) ହାସଲ କରିବାରେ ରାଜ୍ୟ ଏବଂ କେନ୍ଦ୍ର କ୍ଷେତ୍ରଗୁଡିକର କାର୍ଯ୍ୟଦକ୍ଷତାକୁ ମୂଲ୍ୟାଙ୍କନ କରାଯାଏ। ଏହି ରିପୋର୍ଟ ଅନୁଯାୟୀ, ଦାରିଦ୍ର ଦୂରୀକରଣ, ଅର୍ଥନୈତିକ ଅଭିବୃଦ୍ଧି ଏବଂ ଜଳବାୟୁ […] The post ନୀତୀଶ ସରକାରଙ୍କୁ ଟେନସନ ଦେଲା ନୀତି ଆୟୋଗ appeared first on Dharitri Odia News.

ନୀତୀଶ ସରକାରଙ୍କୁ ଟେନସନ ଦେଲା ନୀତି ଆୟୋଗ

ନୂଆଦିଲ୍ଲୀ,୧୩।୭: ଉତ୍ତରପ୍ରଦେଶ ଏବଂ କେରଳ ନୀତି ଆୟୋଗର ଏସଡିଜି ଇଣ୍ଡିଆ ଇଣ୍ଡେକ୍ସ ୨୦୨୩-୨୪ ଅର୍ଥାତ୍‌ ସ୍ଥାୟୀ ବିକାଶ ସୂଚକାଙ୍କରେ ଶୀର୍ଷ ସ୍ଥାନ ହାସଲ କରିଛି। ଏହି ସୂଚକାଙ୍କ ସାହାଯ୍ୟରେ, ନୀତି ଆୟୋଗ ସାମାଜିକ, ଅଥନୈତିକ ଏବଂ ପରିବେଶ ପାରାମିଟର ଉପରେ ବିକାଶର ମୂଲ୍ୟାଙ୍କନ କରେ। ଏଥିରେ ସ୍ଥାୟୀ ବିକାଶ ଲକ୍ଷ୍ୟ (ଏସଡିଜିଏସ୍‌) ହାସଲ କରିବାରେ ରାଜ୍ୟ ଏବଂ କେନ୍ଦ୍ର କ୍ଷେତ୍ରଗୁଡିକର କାର୍ଯ୍ୟଦକ୍ଷତାକୁ ମୂଲ୍ୟାଙ୍କନ କରାଯାଏ।
ଏହି ରିପୋର୍ଟ ଅନୁଯାୟୀ, ଦାରିଦ୍ର ଦୂରୀକରଣ, ଅର୍ଥନୈତିକ ଅଭିବୃଦ୍ଧି ଏବଂ ଜଳବାୟୁ କାର୍ଯ୍ୟରେ ଅଗ୍ରଗତି ଉପରେ ଆଧାର କରି ଭାରତର ଏସଡିଜି ସ୍କୋର ୨୦୨୦-୨୧ରେ ୬୬ ପଏଣ୍ଟରୁ ୨୦୨୩-୨୪ ରେ ୭୧ପଏଣ୍ଟକୁ ବୃଦ୍ଧି ପାଇଛି। ଏହି ତଥ୍ୟ ପ୍ରତିବର୍ଷ ନୀତିଆୟୋଗ ଦ୍ୱାରା ପ୍ରକାଶିତ ହୋଇଥାଏ।

ଏସଡିଜି ଇଣ୍ଡିଆ ଇଣ୍ଡେକ୍ସ ୧ ରୁ ୧୦୦ସ୍କେଲରେ ୧୬ଟି ଲକ୍ଷ୍ୟ ମଧ୍ୟରେ ଅଗ୍ରଗତିର ମୂଲ୍ୟାଙ୍କନ କରେ। ଏଥର, ଏହି ପାରାମିଟରଗୁଡିକ ଆଧାରରେ ଏହା ୭୯ ପଏଣ୍ଟ ସହ ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ଭାବରେ କେରଳ ଏବଂ ଉତ୍ତରପ୍ରଦେଶକୁ ନମ୍ବର -୧ ମାନ୍ୟତା ପ୍ରଦାନ କରିଥିବାବେଳେ ବିହାର ୫୭ ପଏଣ୍ଟ ସହ ପଛୁଆ ରହିଛି।

The post ନୀତୀଶ ସରକାରଙ୍କୁ ଟେନସନ ଦେଲା ନୀତି ଆୟୋଗ appeared first on Dharitri Odia News.