ନୀରଜ ଚ୍ରୋପାଙ୍କୁ ଭେଟିବା ପାଇଁ ଏମିତି କାମ କଲେ ପ୍ରଶଂସକ: ଜାଣିଲେ ହେବେ ଆଶ୍ଚର୍ଯ୍ୟ
ପ୍ୟାରିସ,୩୦।୭: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ନୀରଜ ଚୋପ୍ରା ତାଙ୍କର ପୂର୍ବ ଟୋକିଓ ଅଲିମ୍ପିକ୍ସ ଇତିହାସକୁ ପୁନରାବୃତ୍ତି କରିବାକୁ ପ୍ରସ୍ତୁତ ଅଛନ୍ତି। ନୀରଜ ଚୋପ୍ରାଙ୍କ ଖେଳକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ନୀରଜ ଚୋପ୍ରାଙ୍କ ଯୋଗ୍ୟତା ରାଉଣ୍ଡ ଅଗଷ୍ଟ ୬ରେ ଅନୁଷ୍ଠିତ ହେବ। ଏହା ପୂର୍ବରୁ ମଧ୍ୟ ଜଣେ ଅଜବ ଭାରତୀୟ ପ୍ରଶଂସକ ତାଙ୍କୁ ଭେଟିବା ପାଇଁ ପ୍ୟାରିସରେ ପହଞ୍ଚିଛନ୍ତି। ଆଶ୍ଚର୍ଯ୍ୟର କଥା କାରଣ ସେହି ପ୍ରଶଂସକ ବିମାନରେ ନୁହେଁ ବରଂ ସାଇକେଲରେ ନୀରଜ ଚୋପ୍ରାଙ୍କୁ ଭେଟିବା […] The post ନୀରଜ ଚ୍ରୋପାଙ୍କୁ ଭେଟିବା ପାଇଁ ଏମିତି କାମ କଲେ ପ୍ରଶଂସକ: ଜାଣିଲେ ହେବେ ଆଶ୍ଚର୍ଯ୍ୟ appeared first on Dharitri Odia News.
ପ୍ୟାରିସ,୩୦।୭: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ନୀରଜ ଚୋପ୍ରା ତାଙ୍କର ପୂର୍ବ ଟୋକିଓ ଅଲିମ୍ପିକ୍ସ ଇତିହାସକୁ ପୁନରାବୃତ୍ତି କରିବାକୁ ପ୍ରସ୍ତୁତ ଅଛନ୍ତି। ନୀରଜ ଚୋପ୍ରାଙ୍କ ଖେଳକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ନୀରଜ ଚୋପ୍ରାଙ୍କ ଯୋଗ୍ୟତା ରାଉଣ୍ଡ ଅଗଷ୍ଟ ୬ରେ ଅନୁଷ୍ଠିତ ହେବ। ଏହା ପୂର୍ବରୁ ମଧ୍ୟ ଜଣେ ଅଜବ ଭାରତୀୟ ପ୍ରଶଂସକ ତାଙ୍କୁ ଭେଟିବା ପାଇଁ ପ୍ୟାରିସରେ ପହଞ୍ଚିଛନ୍ତି। ଆଶ୍ଚର୍ଯ୍ୟର କଥା କାରଣ ସେହି ପ୍ରଶଂସକ ବିମାନରେ ନୁହେଁ ବରଂ ସାଇକେଲରେ ନୀରଜ ଚୋପ୍ରାଙ୍କୁ ଭେଟିବା ପାଇଁ ପ୍ୟାରିସରେ ପହଞ୍ଚିଛନ୍ତି। ସେହି ପ୍ରଶଂସକଙ୍କ ନାମ ଫୈସ ଅସରଫ ଅଲି।
ଅସରଫ ଅଲି ୧୫ ଅଗଷ୍ଟ ୨୦୨୨ରେ ଯାତ୍ରା ଆରମ୍ଭ କରିଥିଲେ ଏବଂ ୧୭ଟି ଦେଶ ଦେଇ ପ୍ୟାରିସରେ ପହଞ୍ଚିବାକୁ ଦୁଇ ବର୍ଷ ସମୟ ନେଇଥିଲେ। ତାଙ୍କର ଉଦ୍ଦେଶ୍ୟ ଥିଲା, ଭାରତରୁ ଲଣ୍ଡନ ସାଇକେଲ ଚଳାଇ ଶାନ୍ତି ଏବଂ ଏକତା ବିସ୍ତାର କରିବା ଅଗଷ୍ଟ ୧, ୨୦୨୩ରେ ଯେତେବେଳେ ସେ ଜାଣିବାକୁ ପାଇଲେ ଯେ ନୀରଜ ଚୋପ୍ରା ମଧ୍ୟ ବୁଦାପେଷ୍ଟରେ ରହିଛନ୍ତି, ସେତେବେଳେ ସେ ତାଙ୍କୁ ଭେଟିବାର ଇଚ୍ଛା ପୂରଣ କରିଥିଲେ।
ଅସରଫ ଅଲି କହିଛନ୍ତି, ନୀରଜ ତାଙ୍କୁ ପରାମର୍ଶ ଦେଇଛନ୍ତି ଯେ ଯଦି ଆପଣ ଲଣ୍ଡନ ଯାଉଛନ୍ତି, ତେବେ ପ୍ୟାରିସକୁ ଆସନ୍ତୁ ଏବଂ ଅଲିମ୍ପିକ୍ସ ମଧ୍ୟ ଦେଖନ୍ତୁ। ନୀରଜଙ୍କ ଏହି ପରାମର୍ଶରେ ଅଲି ତାଙ୍କର ଯୋଜନା ବଦଳାଇ ପ୍ୟାରିସ ଅଲିମ୍ପିକ୍ସ ଯିବାକୁ ପ୍ରସ୍ତୁତ ହେଲେ। ସେ ଭିସା ପାଇଥିଲେ ଏବଂ ପରେ ବ୍ରିଟେନରୁ ପ୍ୟାରିସକୁ ଯାଇଥିଲେ।
କେରଳର କାଲିକଟରୁ ଆସିଥିବା ଅସରଫ ଅଲି ୨ ବର୍ଷରେ୨୨ ହଜାର କିଲୋମିଟରରୁ ଅଧିକ ସାଇକେଲ ଚଳାଇସାରିଲେଣି ଏବଂ ୩୦ଟି ଦେଶ ପାର ହେବା ପରେ ସେ ପ୍ୟାରିସରେ ପହଞ୍ଚିଥିଲେ। ସେ ତାଙ୍କ ଯାତ୍ରା ସମୟରେ ୫୦ କିଲୋଗ୍ରାମ ସାମଗ୍ରୀ ନେଇଥିଲେ, ଯେଉଁଥିରେ ପୋଷାକ, ଏକ ତମ୍ବୁ, ଶୋଇବା ବ୍ୟାଗ ଏବଂ ଏକ ଖଟ ଥିଲା।
The post ନୀରଜ ଚ୍ରୋପାଙ୍କୁ ଭେଟିବା ପାଇଁ ଏମିତି କାମ କଲେ ପ୍ରଶଂସକ: ଜାଣିଲେ ହେବେ ଆଶ୍ଚର୍ଯ୍ୟ appeared first on Dharitri Odia News.