ନୀଳଗିରିରେ ସୁକାନ୍ତ-ସନ୍ତୋଷ ଲଢ଼େଇ

ନୀଳଗିରି, ୪।୫(ପ୍ରଶାନ୍ତ ବିଶ୍ୱାଳ): ଭାଜପାର ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ନୀଳଗିରିରୁ ଭାଜପାର ପ୍ରାର୍ଥୀ ହୋଇଛନ୍ତି ସନ୍ତୋଷ ଖଟୁଆ। ନୀଳଗିରିରୁ ବିଜେଡି ସୁକାନ୍ତ ନାୟକଙ୍କୁ ଟିକେଟ ଦେବା ପରେ ସନ୍ତୋଷ ଗୁରୁବାର ବିଜେଡିରୁ ଇସ୍ତଫା ଦେଇଥିଲେ। ଶୁକ୍ରବାର ବିଧିବଦ୍ଧ ଭାବେ ସେ ଭାଜପାରେ ମିଶିଛନ୍ତି। ସନ୍ତୋଷଙ୍କୁ ଭାଜପା ପ୍ରାର୍ଥୀ କରିବା ପରେ ରୋଚକ ହୋଇଛି ନୀଳଗିରି ଲଢ଼େଇ। ଗତଥର ବିଜେଡି ଟିକେଟରେ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ ସନ୍ତୋଷ। କିନ୍ତୁ ସଙ୍ଗଠନ ସହ ଜଡ଼ିତ ଥିବାରୁ ପୁଣିଥରେ […] The post ନୀଳଗିରିରେ ସୁକାନ୍ତ-ସନ୍ତୋଷ ଲଢ଼େଇ appeared first on Dharitri Odia News.

ନୀଳଗିରିରେ ସୁକାନ୍ତ-ସନ୍ତୋଷ ଲଢ଼େଇ

ନୀଳଗିରି, ୪।୫(ପ୍ରଶାନ୍ତ ବିଶ୍ୱାଳ): ଭାଜପାର ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ନୀଳଗିରିରୁ ଭାଜପାର ପ୍ରାର୍ଥୀ ହୋଇଛନ୍ତି ସନ୍ତୋଷ ଖଟୁଆ। ନୀଳଗିରିରୁ ବିଜେଡି ସୁକାନ୍ତ ନାୟକଙ୍କୁ ଟିକେଟ ଦେବା ପରେ ସନ୍ତୋଷ ଗୁରୁବାର ବିଜେଡିରୁ ଇସ୍ତଫା ଦେଇଥିଲେ। ଶୁକ୍ରବାର ବିଧିବଦ୍ଧ ଭାବେ ସେ ଭାଜପାରେ ମିଶିଛନ୍ତି।
ସନ୍ତୋଷଙ୍କୁ ଭାଜପା ପ୍ରାର୍ଥୀ କରିବା ପରେ ରୋଚକ ହୋଇଛି ନୀଳଗିରି ଲଢ଼େଇ। ଗତଥର ବିଜେଡି ଟିକେଟରେ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ ସନ୍ତୋଷ। କିନ୍ତୁ ସଙ୍ଗଠନ ସହ ଜଡ଼ିତ ଥିବାରୁ ପୁଣିଥରେ ଟିକେଟ ପାଇଁ ଆଶାବାଦୀ ଥିଲେ। ତେବେ ଗୁରୁବାର ବିଜେଡି ଏଠାରେ ସୁକାନ୍ତ ନାୟକଙ୍କୁ ପ୍ରାର୍ଥୀ ଘୋଷଣା କରିବାର କିଛି ସମୟ ମଧ୍ୟରେ ସନ୍ତୋଷ ଦଳରୁ ଇସ୍ତଫା ଦେଇଥିଲେ। ଭାଜପାରୁ ଟିକେଟ ମିଳିବା ପରେ ଭାଜପା ଶୀର୍ଷ ନେତ୍ୱତ୍ୱବୃନ୍ଦଙ୍କୁ ଧନ୍ୟବାଦ ସେ ଜଣାଇଛନ୍ତି। ଏପଟେ ଶୁକ୍ରବାର ନୀଳଗିରି ଏଚ୍‌ଡ଼ିଏଫ୍‌ସି ବ୍ୟାଙ୍କ ପାଖ କଲ୍ୟାଣ ମଣ୍ଡପଠାରେ ଭାଜପାର ନୀଳଗିରି ନିର୍ବାଚନମଣ୍ଡଳୀସ୍ତରୀୟ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବାଲେଶ୍ୱର ଲୋକ ସଭା ଦାୟିତ୍ୱରେ ଥିବା କେନ୍ଦ୍ରୀୟ ନେତା ମନୋରଞ୍ଜନ ମିଶ୍ରା ଜୀ, ବାଲେଶ୍ୱର ଲୋକସଭା ସଂଯୋଜକ ଶୁଭଙ୍କର ମହାପାତ୍ର, ନୀଳଗିରି ବିଧାନସଭା ପ୍ରଭାରୀ କମଳଲୋଚନ ବେହେରା, ବିଧାନସଭା ସଂଯୋଜକ କରୁଣାକର ପଣ୍ଡା ପ୍ରମୁଖ ଯୋଗଦେଇଥିଲେ। ଏଥିସହିତ ସମସ୍ତ ମଣ୍ଡଳର ସଭାପତି, ଦଳର ସମସ୍ତ ପଦାଧିକାରୀ, ଶକ୍ତି କେନ୍ଦ୍ର ପ୍ରମୁଖ ଓ ସହପ୍ରମୁଖମାନେ ଯୋଗ ଦେଇଥିଲେ। ଆସନ୍ତା ନିର୍ବାଚନରେ ସଙ୍ଗଠନକୁ ତୃଣମୂଳସ୍ତରରେ ଆହୁରି ଅଧିକ ଶକ୍ତିଶାଳୀ କରି ଦଳ କିପରି ନୀଳଗିରି ବିଧାନସଭାରେ ବିଜୟୀ ହେବ ଏବଂ ବାଲେଶ୍ୱର ଲୋକସଭାରେ ବିଜୟୀ ହେବ ଏହା ବିଷୟରେ ମିଶ୍ରା ଜୀ ଗୁରୁମନ୍ତ୍ର ଦେଇଥିଲେ।

The post ନୀଳଗିରିରେ ସୁକାନ୍ତ-ସନ୍ତୋଷ ଲଢ଼େଇ appeared first on Dharitri Odia News.