'ନୂଆ ଓଡ଼ିଶା ଯୁବ ଓଡ଼ିଶା କାର୍ଯ୍ୟକ୍ରମ'ରେ ହୋ ହାଲ୍ଲା
ସରକାରୀ କାର୍ଯ୍ୟରେ ମାଲକାନଗିରି ସଦର ବ୍ଲକ ଉପାଧ୍ୟକ୍ଷଙ୍କୁ ଅଣଦେଖା ଅଭିଯୋଗ।
ସରକାରୀ କାର୍ଯ୍ୟରେ ମାଲକାନଗିରି ସଦର ବ୍ଲକ ଉପାଧ୍ୟକ୍ଷଙ୍କୁ ଅଣଦେଖା ଅଭିଯୋଗ। ଏହାକୁ ଆଧାର କରି ଥାନାର ଦ୍ୱାରସ୍ଥ ହେଲେ ବ୍ଲକ ଉପାଧ୍ୟକ୍ଷ ନିରଞ୍ଜନ ହାଲଦାର। ମାଲକାନଗିରି ଜିଲ୍ଲା ଝରାପାଲି ପଞ୍ଚାୟତ ପଦ୍ମିଗିରି ଗ୍ରାମରେ ରାଜ୍ୟ ସରକାରଙ୍କ ଯୁବପୀଢିଙ୍କ ପ୍ରତିଭା ଅନ୍ବେଷଣ ସୃଜନଶୀଳତାକୁ ଲୋକଲୋଚନକୁ ଆଣିବା ପାଇଁ 'ନୂଆ ଓଡ଼ିଶା ଯୁବ ଓଡ଼ିଶା' କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟ ସରକାର ଜିଲ୍ଲାର ପ୍ରତ୍ୟେକ ଗ୍ରାମରୁ ସହର ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଆରମ୍ଭ କରୁଛନ୍ତି। କିନ୍ତୁ ମାଲକାନଗିରି ଜିଲ୍ଲା ସଦର ପଞ୍ଚାୟତ ସମିତି ଉପାଧ୍ୟକ୍ଷ ନିରଞ୍ଜନ ହାଲଦାର ଏହି କାର୍ଯ୍ୟକ୍ରମକୁ ଡକାଯାଇ ଅପମାନିତ ହୋଇଥିବା ଅଭିଯୋଗ କରି ଏହି କାର୍ଯ୍ୟକ୍ରମକୁ ବିରୋଧ କରିଥିଲେ।