‘ନୂଆ କୁଏତ୍‌’ ନିର୍ମାଣ ପାଇଁ ଭାରତ ପାଖରେ ଦକ୍ଷତା ଓ ପ୍ରଯୁକ୍ତି ରହିଛି: ପ୍ରଧାନମନ୍ତ୍ରୀ ମୋଦି

କୁଏତ୍‌ ସିଟି,୨୧ା୧୨: ଦୁଇଦିନିଆ କୁଏତ୍‌ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ସେଠାରେ ଅନୁଷ୍ଠିତ ‘ହାଲା ମୋଦି’ ଡାଏସ୍‌ପୋରା କାର୍ଯ୍ୟକ୍ରମରେ ପ୍ରବାସୀ ଭାରତୀୟଙ୍କୁ ଭେଟି ଆଲୋଚନା କରିଛନ୍ତି। ‘ନୂଆ କୁଏତ୍‌’ ନିର୍ମାଣ ପାଇଁ ଭାରତ ପାଖରେ ଆବଶ୍ୟକ ମାନବ ସମ୍ବଳ, ଦକ୍ଷତା ଓ ପ୍ରଯୁକ୍ତି ରହିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। କୁଏତ୍‌ ଅମିର ଶେଖ୍‌ ମେଶାଲ ଅଲ୍‌-ଅହମଦ ଅଲ୍‌-ଜାବେର ଅଲ୍‌-ସବାହଙ୍କ ଆମନ୍ତ୍ରଣ କ୍ରମେ ୪୩ ବର୍ଷ ପରେ ପ୍ରଥମ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ସେଠାକୁ ଯାଇଛନ୍ତି। […] The post ‘ନୂଆ କୁଏତ୍‌’ ନିର୍ମାଣ ପାଇଁ ଭାରତ ପାଖରେ ଦକ୍ଷତା ଓ ପ୍ରଯୁକ୍ତି ରହିଛି: ପ୍ରଧାନମନ୍ତ୍ରୀ ମୋଦି appeared first on Dharitri Odia News.

‘ନୂଆ କୁଏତ୍‌’ ନିର୍ମାଣ ପାଇଁ ଭାରତ ପାଖରେ ଦକ୍ଷତା ଓ ପ୍ରଯୁକ୍ତି ରହିଛି: ପ୍ରଧାନମନ୍ତ୍ରୀ ମୋଦି

କୁଏତ୍‌ ସିଟି,୨୧ା୧୨: ଦୁଇଦିନିଆ କୁଏତ୍‌ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ସେଠାରେ ଅନୁଷ୍ଠିତ ‘ହାଲା ମୋଦି’ ଡାଏସ୍‌ପୋରା କାର୍ଯ୍ୟକ୍ରମରେ ପ୍ରବାସୀ ଭାରତୀୟଙ୍କୁ ଭେଟି ଆଲୋଚନା କରିଛନ୍ତି। ‘ନୂଆ କୁଏତ୍‌’ ନିର୍ମାଣ ପାଇଁ ଭାରତ ପାଖରେ ଆବଶ୍ୟକ ମାନବ ସମ୍ବଳ, ଦକ୍ଷତା ଓ ପ୍ରଯୁକ୍ତି ରହିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। କୁଏତ୍‌ ଅମିର ଶେଖ୍‌ ମେଶାଲ ଅଲ୍‌-ଅହମଦ ଅଲ୍‌-ଜାବେର ଅଲ୍‌-ସବାହଙ୍କ ଆମନ୍ତ୍ରଣ କ୍ରମେ ୪୩ ବର୍ଷ ପରେ ପ୍ରଥମ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ସେଠାକୁ ଯାଇଛନ୍ତି। ତାଙ୍କ ଗସ୍ତ ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସମ୍ପର୍କକୁ ମଜଭୁତ କରିବ ବୋଲି ଆଶା କରାଯାଉଛି। ସେ ଅମିରଙ୍କୁ ଭେଟି ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି।

ଗସ୍ତ ଅବସରରେ ମୋଦି ୧୦୧ ବର୍ଷୀୟ ପୂର୍ବତନ ଭାରତୀୟ ବିଦେଶ ସେବା (ଆଇଏଫ୍‌ଏସ୍‌) ଅଫିସର ମଙ୍ଗଲ ସୈନ ହାନ୍ଦାଙ୍କୁ ଭେଟିଛନ୍ତି। ପ୍ରଧାନମନ୍ତ୍ରୀ ସ୍ବତନ୍ତ୍ର ଭାବେ ତାଙ୍କୁ ଭେଟିବା ପାଇଁ ଆସି ଖୁବ୍‌ ଆନନ୍ଦିତ ବୋଲି କହିଛନ୍ତି। ପୁଅ ଦିଲୀପ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଏଥିପାଇଁ କୃତଜ୍ଞତା ଜଣାଇଛନ୍ତି। ମଙ୍ଗଲଙ୍କୁ ଭେଟିବା ପାଇଁ ତାଙ୍କୁ ନାତୁଣୀ ଶ୍ରେୟା ଜୁନେଜା ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଥିଲେ। କୁଏତ୍‌ର ଉପସାଗରୀୟ ଲେବର କ୍ୟାମ୍ପ୍‌କୁ ମଧ୍ୟ ମୋଦି ଯାଇ ଶ୍ରମିକମାନଙ୍କ ସହ ଆଲୋଚନା କରିଛନ୍ତି।

The post ‘ନୂଆ କୁଏତ୍‌’ ନିର୍ମାଣ ପାଇଁ ଭାରତ ପାଖରେ ଦକ୍ଷତା ଓ ପ୍ରଯୁକ୍ତି ରହିଛି: ପ୍ରଧାନମନ୍ତ୍ରୀ ମୋଦି appeared first on Dharitri Odia News.