ନୂଆ ତରିକାରେ ଚୋରାଚାଲାଣ : କୁଣ୍ଡା ଓ ଖୁଦ ଭର୍ତ୍ତି ଟ୍ରକ୍‌ରେ ବିପୁଳ ପରିମାଣ ଗଞ୍ଜେଇ, ୬ ଗିରଫ

ଜୟପୁର ୨।୬: ଜୟପୁରରେ ଗଞ୍ଜେଇ ଚାଲାଣର ନୂଆ ତରିକା । କୁଣ୍ଡା ଓ ଖୁଦ ଭର୍ତ୍ତି ଟ୍ରକରେ ବିପୁଳ ପରିମାଣର ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଏହାର ପର୍ଦ୍ଦାଫାସ କରିଛି ପୋଲିସ । ଜୟପୁର ଟାଉନ ପୋଲିସ ଦ୍ବାରା ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି । ଏହି ଘଟଣାରେ ୬ ଜଣଙ୍କୁ  ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି । ୨ଟି ଟ୍ରକ୍ ସହ ମୋଟ୍ ୧୩୧୮ କିଲୋ ଗଞ୍ଜେଇ ଜବତ ହୋଇଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ କୋଟି ଟଙ୍କା ହେବ । ୧୨୦ ବସ୍ତା କୁଣ୍ଡା ଓ ଖୁଦ ମଧ୍ୟ ଜବତ କରିଛି ପୋଲିସ । ଜୟପୁର ଏସଡିପିଓଙ୍କ ସୂଚନା ଅନୁସାରେ ଗତ ୨୯ ତାରିଖ ରାତିରେ ହାଟପଦା ନିକଟରେ ପୋଲିସ ରାତ୍ରିକାଳୀନ ପାଟ୍ରୋଲିଂ କରୁଥିଲା । ଏହି ସମୟରେ ସେଠାରେ ୨ଟି ଟ୍ରକ୍ ସହ କିଛି ଲୋକ ଥିଲେ । ତେବେ ପୋଲିସକୁ ଦେଖି କିଛି ଲୋକ ଧାଇଁଥିଲେ । ଫଳରେ ପୋଲିସର ସନ୍ଦେହ ବଢିଥିଲା । ପୋଲିସ ସେମାନଙ୍କୁ ଅଟକାଇବାକୁ ଉଦ୍ୟମ କରିଥିବା ବେଳେ ପୋଲିସ ହାତରେ ୨ ଜଣ ଧରାପଡିଥିଲେ । ପୋଲିସ ଏଠାରୁ ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ ହେଉଥିବା ଜାଣିବାକୁ ପାଇଥିଲା । ପୋଲିସକୁ ଚକମା ଦେବା ପାଇଁ ଏମାନେ ଏପରି କୁଣ୍ଡା ଓ ଖୁଦ ଭର୍ତ୍ତି ଟ୍ରକରେ ଗଞ୍ଜେଇ ଚାଲାଣ କରୁଥିଲେ । ପୋଲିସ ଏହି ଘଟଣାରେ ମୋଟ୍ ୬ ଜଣଙ୍କୁ ଗିରଫ କରିଛି । ୨ ଜଣଙ୍କୁ ୩୦ ତାରିଖ ଦିନ କୋର୍ଟ ଚାଲାଣ କରାଯାଇଥିବା ବେଳେ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସାମ୍ବା

ନୂଆ ତରିକାରେ ଚୋରାଚାଲାଣ : କୁଣ୍ଡା ଓ ଖୁଦ ଭର୍ତ୍ତି ଟ୍ରକ୍‌ରେ ବିପୁଳ ପରିମାଣ ଗଞ୍ଜେଇ, ୬ ଗିରଫ

ଜୟପୁର ୨ଜୟପୁରରେ ଗଞ୍ଜେଇ ଚାଲାଣର ନୂଆ ତରିକା । କୁଣ୍ଡା ଓ ଖୁଦ ଭର୍ତ୍ତି ଟ୍ରକରେ ବିପୁଳ ପରିମାଣର ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଏହାର ପର୍ଦ୍ଦାଫାସ କରିଛି ପୋଲିସ । ଜୟପୁର ଟାଉନ ପୋଲିସ ଦ୍ବାରା ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି । ଏହି ଘଟଣାରେ ୬ ଜଣଙ୍କୁ  ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି । ୨ଟି ଟ୍ରକ୍ ସହ ମୋଟ୍ ୧୩୧୮ କିଲୋ ଗଞ୍ଜେଇ ଜବତ ହୋଇଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ କୋଟି ଟଙ୍କା ହେବ । ୧୨୦ ବସ୍ତା କୁଣ୍ଡା ଓ ଖୁଦ ମଧ୍ୟ ଜବତ କରିଛି ପୋଲିସ । 

ଜୟପୁର ଏସଡିପିଓଙ୍କ ସୂଚନା ଅନୁସାରେ ଗତ ୨୯ ତାରିଖ ରାତିରେ ହାଟପଦା ନିକଟରେ ପୋଲିସ ରାତ୍ରିକାଳୀନ ପାଟ୍ରୋଲିଂ କରୁଥିଲା । ଏହି ସମୟରେ ସେଠାରେ ୨ଟି ଟ୍ରକ୍ ସହ କିଛି ଲୋକ ଥିଲେ । ତେବେ ପୋଲିସକୁ ଦେଖି କିଛି ଲୋକ ଧାଇଁଥିଲେ । ଫଳରେ ପୋଲିସର ସନ୍ଦେହ ବଢିଥିଲା । ପୋଲିସ ସେମାନଙ୍କୁ ଅଟକାଇବାକୁ ଉଦ୍ୟମ କରିଥିବା ବେଳେ ପୋଲିସ ହାତରେ ୨ ଜଣ ଧରାପଡିଥିଲେ । ପୋଲିସ ଏଠାରୁ ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ ହେଉଥିବା ଜାଣିବାକୁ ପାଇଥିଲା । ପୋଲିସକୁ ଚକମା ଦେବା ପାଇଁ ଏମାନେ ଏପରି କୁଣ୍ଡା ଓ ଖୁଦ ଭର୍ତ୍ତି ଟ୍ରକରେ ଗଞ୍ଜେଇ ଚାଲାଣ କରୁଥିଲେ । ପୋଲିସ ଏହି ଘଟଣାରେ ମୋଟ୍ ୬ ଜଣଙ୍କୁ ଗିରଫ କରିଛି । ୨ ଜଣଙ୍କୁ ୩୦ ତାରିଖ ଦିନ କୋର୍ଟ ଚାଲାଣ କରାଯାଇଥିବା ବେଳେ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସାମ୍ବାଦିକ ସମ୍ମିଳନୀରେ ଜୟପୁର ଏସଡିପିଓ କହିଛନ୍ତି ।

You Can Read:

ନାବାଳିକା ଦୁଷ୍କର୍ମକାରୀକୁ ୨୦ବର୍ଷ କାରାଦଣ୍ଡ, ୫୦ ହଜାର ଟଙ୍କା ଜରିମାନା