ନୂଆ ପେନସନ ସ୍କିମକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ,୨୫।୮: କେନ୍ଦ୍ର ସରକାର ଶନିବାର ଅର୍ଥାତ୍‌ ଅଗଷ୍ଟ ୨୪ରେ ୟୁନିଫାଏଡ ପେନସନ ସ୍କିମ (ୟୁପିଏସ)କୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଠିକ୍‌ ଏହାର ଦିନକ ପରେ ଅର୍ଥାତ୍‌ ରବିବାର ବିରୋଧୀ ଦଳ କଂଗ୍ରେସ ଏହି ଯୋଜନା ସମ୍ପର୍କରେ ମୋଦି ସରକାରଙ୍କ ଉପରେ ଖୁବ ବର୍ଷିଛନ୍ତି। କଂଗ୍ରେସ କହିଛି ଏହି ଯୋଜନାରେ ‘ୟୁ’ ଅର୍ଥ ହେଉଛି ମୋଦି ସରକାରଙ୍କ ୟୁ-ଟର୍ନ। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସର ଏକ ପୋଷ୍ଟରେ କହିଛନ୍ତି, ୟୁପିଏସରେ ‘ୟୁ’ର ଅର୍ଥ […] The post ନୂଆ ପେନସନ ସ୍କିମକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କଲା କଂଗ୍ରେସ appeared first on Dharitri Odia News.

ନୂଆ ପେନସନ ସ୍କିମକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ,୨୫।୮: କେନ୍ଦ୍ର ସରକାର ଶନିବାର ଅର୍ଥାତ୍‌ ଅଗଷ୍ଟ ୨୪ରେ ୟୁନିଫାଏଡ ପେନସନ ସ୍କିମ (ୟୁପିଏସ)କୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଠିକ୍‌ ଏହାର ଦିନକ ପରେ ଅର୍ଥାତ୍‌ ରବିବାର ବିରୋଧୀ ଦଳ କଂଗ୍ରେସ ଏହି ଯୋଜନା ସମ୍ପର୍କରେ ମୋଦି ସରକାରଙ୍କ ଉପରେ ଖୁବ ବର୍ଷିଛନ୍ତି। କଂଗ୍ରେସ କହିଛି ଏହି ଯୋଜନାରେ ‘ୟୁ’ ଅର୍ଥ ହେଉଛି ମୋଦି ସରକାରଙ୍କ ୟୁ-ଟର୍ନ।

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସର ଏକ ପୋଷ୍ଟରେ କହିଛନ୍ତି, ୟୁପିଏସରେ ‘ୟୁ’ର ଅର୍ଥ ମୋଦି ସରକାରଙ୍କ ୟୁଟର୍ନ! ଜୁନ ୪ ପରେ ଲୋକଙ୍କ ଶକ୍ତି ପ୍ରଧାନମନ୍ତ୍ରୀଙ୍କ ଶାସନ କ୍ଷମତାର ଅହଂକାରକୁ ପରାସ୍ତ କରିଛି। ଲଙ୍ଗ ଟର୍ମ କ୍ୟାପିଟାଲ ଗେନ/ଇଣ୍ଡେକସନ ସମ୍ବନ୍ଧରେ ବଜେଟରେ ରୋଲବ୍ୟାକ, ଓ୍ବାକଫ ବିଲକୁ ଜେସିପିକୁ ପଠାଇବା। ବ୍ରଡକାଷ୍ଟ ବିଲକୁ ଫେରାଇ ନେବା, ଲେଟରାଲ ଏଣ୍ଟ୍ରିକୁ ଫେରାଇ ନେବା। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମେ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିଚାଲିବୁ ଏବଂ ୧୪୦କୋଟି ଭାରତୀୟଙ୍କୁ ଏହି ନିରଙ୍କୁଶ ସରକାରରୁ ରକ୍ଷା କରିବୁ!

The post ନୂଆ ପେନସନ ସ୍କିମକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କଲା କଂଗ୍ରେସ appeared first on Dharitri Odia News.