ନୂଆ ରୂପ ପାଇବ ରେଭେନ୍‌ଶା ବାଳିକା ଉଚ୍ଚ ବିଦ୍ୟାଳୟ

କଟକ/ଭୁବନେଶ୍ୱର,୨୨ା୧୨(ସୁପ୍ରିୟା ପ୍ରିୟଦର୍ଶିନୀ/ଅନିଲ ଦାସ): ୧୫୦ବର୍ଷର ପୁରାତନ ଐତିହାସିକ ରେଭେନ୍‌ଶା ବାଳିକା ଉଚ୍ଚ ବିଦ୍ୟାଳୟ ହେରିଟେଜ୍‌ କୋଠାକୁ ନୂଆ ରୂପ ଦିଆଯିବ। ୫-ଟି ଉପକ୍ରମରେ ସ୍କୁଲର ବିକାଶ କରାଯିବ ବୋଲି ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଗୁରୁବାର ସ୍କୁଲ ପରିଦର୍ଶନ କରି ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ପାଣ୍ଡିଆନ ଗୁରୁବାର ସନ୍ଧ୍ୟାରେ କଟକ ଗସ୍ତରେ ଆସି ବିଭିନ୍ନ ସ୍ଥାନ ପରିଦର୍ଶନ କରିବା ସହ ଏକାଧିକ ରୂପାନ୍ତର କାମର ସମୀକ୍ଷା କରିଛନ୍ତି। ଶ୍ରୀରାମଚନ୍ଦ୍ର […] The post ନୂଆ ରୂପ ପାଇବ ରେଭେନ୍‌ଶା ବାଳିକା ଉଚ୍ଚ ବିଦ୍ୟାଳୟ appeared first on Dharitri Odia News.

ନୂଆ ରୂପ ପାଇବ ରେଭେନ୍‌ଶା ବାଳିକା ଉଚ୍ଚ ବିଦ୍ୟାଳୟ

କଟକ/ଭୁବନେଶ୍ୱର,୨୨ା୧୨(ସୁପ୍ରିୟା ପ୍ରିୟଦର୍ଶିନୀ/ଅନିଲ ଦାସ): ୧୫୦ବର୍ଷର ପୁରାତନ ଐତିହାସିକ ରେଭେନ୍‌ଶା ବାଳିକା ଉଚ୍ଚ ବିଦ୍ୟାଳୟ ହେରିଟେଜ୍‌ କୋଠାକୁ ନୂଆ ରୂପ ଦିଆଯିବ। ୫-ଟି ଉପକ୍ରମରେ ସ୍କୁଲର ବିକାଶ କରାଯିବ ବୋଲି ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଗୁରୁବାର ସ୍କୁଲ ପରିଦର୍ଶନ କରି ପ୍ରକାଶ କରିଛନ୍ତି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ପାଣ୍ଡିଆନ ଗୁରୁବାର ସନ୍ଧ୍ୟାରେ କଟକ ଗସ୍ତରେ ଆସି ବିଭିନ୍ନ ସ୍ଥାନ ପରିଦର୍ଶନ କରିବା ସହ ଏକାଧିକ ରୂପାନ୍ତର କାମର ସମୀକ୍ଷା କରିଛନ୍ତି। ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ, ଚଣ୍ଡୀ ମନ୍ଦିର, ତାଳଦଣ୍ଡା କେନାଲ ଓ ରେଭେନ୍‌ଶା ବାଳିକା ଉଚ୍ଚ ବିଦ୍ୟାଳୟ ଆଦି ପରିଦର୍ଶନ କରିଥିଲେ। ପ୍ରଥମେ କଟକ ଚଣ୍ଡୀ ମନ୍ଦିର ପରିଦର୍ଶନ କରି ସେ ମା’ଙ୍କ ଦର୍ଶନ କରିବା ସହିତ ମନ୍ଦିରର ବିଭିନ୍ନ ରୂପାନ୍ତର କାମ ସମ୍ପର୍କରେ ପୂଜକ, ଜିଲାପ୍ରଶାସନ ସହିତ ଆଲୋଚନା କରିଛନ୍ତି। ସୂଚନାଯୋଗ୍ୟ, ୫ଟି ଉପକ୍ରମରେ ମା’ଙ୍କ ମନ୍ଦିରର ରୂପାନ୍ତର ଓ ସୌନ୍ଦର୍ଯ୍ୟକରଣ କାମ ଚାଲିଛି। ମନ୍ଦିରର ସୌନ୍ଦର୍ଯ୍ୟକରଣ ସହିତ ଜଳ ନିଷ୍କାସନ, ପାର୍କିଂ ଓ ଅନ୍ୟାନ୍ୟ କାର୍ଯ୍ୟକୁ ଅନୁଧ୍ୟାନ କରି ପାଣ୍ଡିଆନ ଏହାକୁ ଶୀଘ୍ର ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯାତ୍ରୀମାନେ ଯେପରି ସୁବିଧାରେ ଓ ଶୃଙ୍ଖଳିତ ଭାବରେ ମା’ଙ୍କ ଦର୍ଶନ କରିପାରିବେ ଏବଂ ଏକ ଦିବ୍ୟ ଅନୁଭବ ଲାଭ କରିବେ, ସେଥିପ୍ରତି ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଥିଲେ। ଏହାପରେ ପାଣ୍ଡିଆନ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ ପରିଦର୍ଶନ କରି ଏହାର ରୂପାନ୍ତର କାମର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ୪ଟି କ୍ଲିନିକାଲ ବ୍ଲକ୍‌ ଓ ୧୩ଟି ଆବାସିକ ବ୍ଲକର ନିର୍ମାଣ କାର୍ଯ୍ୟ ଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ରେଭେନ୍‌ଶା ବାଳିକା ଉଚ୍ଚ ବିଦ୍ୟାଳୟ ବୁଲି ଦେଖିଥିଲେ, ସେଠାରେ ବିଦ୍ୟାଳୟର ଶିକ୍ଷୟିତ୍ରୀମାନଙ୍କ ସହ ଆଲୋଚନା କରିବା ହେରିଟେଜ କୋଠାକୁ ରୂପାନ୍ତରଣ କରିବା ପାଇଁ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ୫-ଟି ଅଧ୍ୟକ୍ଷଙ୍କ ଗସ୍ତ ସମୟରେ ପୂର୍ତ୍ତ ବିଭାଗ ପ୍ରମୁଖ ସଚିବ, ଜିଲାପାଳ ନରହରି ସେଠୀ, ସିଏମ୍‌ସି କମିଶନର ନିଖିଲ ପୱନ କଲ୍ୟାଣ, ଡିସିପି ପିନାକ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

The post ନୂଆ ରୂପ ପାଇବ ରେଭେନ୍‌ଶା ବାଳିକା ଉଚ୍ଚ ବିଦ୍ୟାଳୟ appeared first on Dharitri Odia News.