ନୂଆ ରେକର୍ଡ କଲେ ଦୀନେଶ କାର୍ତ୍ତିକ, T-20 ଲିଗ୍ରେ ଯୋଡି ହେବାରେ ପ୍ରଥମ ଭାରତୀୟ କ୍ରିକେଟର
ନୂଆଦିଲ୍ଲୀ ୦୬/୦୮: ଦୀନେଶ କାର୍ତ୍ତିକଙ୍କ ନୂଆ କୀର୍ତ୍ତିମାନ । ରେକର୍ଡ କଲେ ଇତିହାସ । ପୂର୍ବତନ ୱିକେଟ୍ କିପର-ବ୍ୟାଟ୍ସମ୍ୟାନ୍ ଦୀନେଶ କାର୍ତ୍ତିକ SA-୨୦ର ତୃତୀୟ ସିଜିନ ପାଇଁ ପର୍ଲ ରୟାଲ୍ସଙ୍କ ଦ୍ୱାରା ସ୍ୱାକ୍ଷରିତ ହୋଇଛନ୍ତି । ଆସନ୍ତା ବର୍ଷ ଜାନୁଆରୀ ୯ ରୁ ଆରମ୍ଭ ହେବାକୁ ଥିବା ଦକ୍ଷିଣ ଆଫ୍ରିକା ଟି-୨୦ କ୍ରିକେଟ୍ ଲିଗ୍ ସହିତ ଜଡିତ ପ୍ରଥମ ଭାରତୀୟ କ୍ରିକେଟର ହେବେ । ଆଇପିଏଲରେ ଦୀର୍ଘ ସମୟ ଧରି ଖେଳିଥିବା ୩୯ ବର୍ଷୀୟ କାର୍ତ୍ତିକ ଚଳିତ ବର୍ଷ ଜୁନ୍ ମାସରେ ସମସ୍ତ ପ୍ରକାର କ୍ରିକେଟ୍ ରୁ ଅବସର ନେଇଥିଲେ । ଆଇପିଏଲ୍ ଦଳ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦ୍ୱାରା ମେଣ୍ଟର କମ ବ୍ୟାଟିଂ ପ୍ରଶିକ୍ଷକ ଭାବରେ ନିଯୁକ୍ତ ହୋଇଥିଲେ । ଭାରତ ପାଇଁ ତିନୋଟି ଫର୍ମାଟରେ ୧୮୦ ଟି ମ୍ୟାଚ୍ ଖେଳିଥିବା କାର୍ତ୍ତିକ କହିଛନ୍ତି, 'ମୋର ଦକ୍ଷିଣ ଆଫ୍ରିକାରେ ଖେଳିବା ଏବଂ ସେଠାକୁ ଯିବାର ଅନେକ ସ୍ମୃତି ଅଛି । ଯେତେବେଳେ ଏହି ସୁଯୋଗ ଆସିଲା ମୁଁ ନା କରିପାରିଲି ନାହିଁ । କାର୍ତ୍ତିକ ଶେଷ ଥର ପାଇଁ ଆଇପିଏଲ୍ ୨୦୨୪ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଏକ ପ୍ରତିଯୋଗିତା ମୂଳକ ଟି-୨୦ ମ୍ୟାଚ୍ ଖେଳିଥିଲେ । ସେ ୨୦୨୪ ସିଜନରେ ୧୮୭.୩୬ ଷ୍ଟ୍ରାଇକ୍ ହାରରେ ୧୪ ଟି ମ୍ୟାଚ୍ ରେ ୩୨୬ ରନ୍ ସ୍କୋର କରିଥିଲେ । ୨୦୨୨ ମସିହାରେ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଟି-୨୦ ବିଶ୍ୱକପ ସମୟରେ କାର୍ତ୍ତିକ ବାଂଲାଦେଶ ବିପକ୍ଷରେ ଭାରତ ପାଇଁ ଶେଷ ମ୍ୟାଚ୍ ଖ
ନୂଆଦିଲ୍ଲୀ ୦୬/୦୮: ଦୀନେଶ କାର୍ତ୍ତିକଙ୍କ ନୂଆ କୀର୍ତ୍ତିମାନ । ରେକର୍ଡ କଲେ ଇତିହାସ । ପୂର୍ବତନ ୱିକେଟ୍ କିପର-ବ୍ୟାଟ୍ସମ୍ୟାନ୍ ଦୀନେଶ କାର୍ତ୍ତିକ SA-୨୦ର ତୃତୀୟ ସିଜିନ ପାଇଁ ପର୍ଲ ରୟାଲ୍ସଙ୍କ ଦ୍ୱାରା ସ୍ୱାକ୍ଷରିତ ହୋଇଛନ୍ତି । ଆସନ୍ତା ବର୍ଷ ଜାନୁଆରୀ ୯ ରୁ ଆରମ୍ଭ ହେବାକୁ ଥିବା ଦକ୍ଷିଣ ଆଫ୍ରିକା ଟି-୨୦ କ୍ରିକେଟ୍ ଲିଗ୍ ସହିତ ଜଡିତ ପ୍ରଥମ ଭାରତୀୟ କ୍ରିକେଟର ହେବେ ।
ଆଇପିଏଲରେ ଦୀର୍ଘ ସମୟ ଧରି ଖେଳିଥିବା ୩୯ ବର୍ଷୀୟ କାର୍ତ୍ତିକ ଚଳିତ ବର୍ଷ ଜୁନ୍ ମାସରେ ସମସ୍ତ ପ୍ରକାର କ୍ରିକେଟ୍ ରୁ ଅବସର ନେଇଥିଲେ । ଆଇପିଏଲ୍ ଦଳ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦ୍ୱାରା ମେଣ୍ଟର କମ ବ୍ୟାଟିଂ ପ୍ରଶିକ୍ଷକ ଭାବରେ ନିଯୁକ୍ତ ହୋଇଥିଲେ । ଭାରତ ପାଇଁ ତିନୋଟି ଫର୍ମାଟରେ ୧୮୦ ଟି ମ୍ୟାଚ୍ ଖେଳିଥିବା କାର୍ତ୍ତିକ କହିଛନ୍ତି, 'ମୋର ଦକ୍ଷିଣ ଆଫ୍ରିକାରେ ଖେଳିବା ଏବଂ ସେଠାକୁ ଯିବାର ଅନେକ ସ୍ମୃତି ଅଛି । ଯେତେବେଳେ ଏହି ସୁଯୋଗ ଆସିଲା ମୁଁ ନା କରିପାରିଲି ନାହିଁ ।
କାର୍ତ୍ତିକ ଶେଷ ଥର ପାଇଁ ଆଇପିଏଲ୍ ୨୦୨୪ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଏକ ପ୍ରତିଯୋଗିତା ମୂଳକ ଟି-୨୦ ମ୍ୟାଚ୍ ଖେଳିଥିଲେ । ସେ ୨୦୨୪ ସିଜନରେ ୧୮୭.୩୬ ଷ୍ଟ୍ରାଇକ୍ ହାରରେ ୧୪ ଟି ମ୍ୟାଚ୍ ରେ ୩୨୬ ରନ୍ ସ୍କୋର କରିଥିଲେ । ୨୦୨୨ ମସିହାରେ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଟି-୨୦ ବିଶ୍ୱକପ ସମୟରେ କାର୍ତ୍ତିକ ବାଂଲାଦେଶ ବିପକ୍ଷରେ ଭାରତ ପାଇଁ ଶେଷ ମ୍ୟାଚ୍ ଖେଳିଥିଲେ ।