ନୂଆ ସଂସଦ ଭବନ ଛାତରୁ ଝରୁଛି ପାଣି, ସରକାରଙ୍କୁ ଘେରିଲେ ବିରୋଧୀ
ନୂଆଦିଲ୍ଲୀ: ନବ ନିର୍ମିତ ସଂସଦ ଭବନରୁ ପାଣି ଝରିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓ ସାମ୍ନାକୁ ଆସିବା ପରଠାରୁ ବିରୋଧୀ ଦଳମାନେ ସଂସଦରେ ସରକାରଙ୍କୁ ଘେରିବା ଆରମ୍ବ କରିଛନ୍ତି। ଏ ନେଇ ସମାଜବାଦୀ ପାର୍ଟି ସାଂସଦ ଅଖିଳେଶ ଯାଦବ ତାଙ୍କ ଏକ୍ସ ରେ ଏକ ପୋଷ୍ଟ କରିଥିବା ବେଳେ ‘ନୂଆ ସଂସଦରୁ ଭଲ ପୁରୁଣା ସଂସଦ ଭବନ’ ବୋଲି ଉଲ୍ଲେଖ କରିଛନ୍ତି। ଅନୁନ୍ୟ ଏହି ପୁରୁଣା ବିଲ୍ଡିଂର ଛାତରୁ ପାଣି ତ ଝରୁ ନଥିଲା। ପୁରୁଣା ସାଂସଦ ବି ଆସି ଭେଟି ପାରୁଥିଲେ। इस नई संसद से अच्छी तो वो पुरानी संसद थी, जहाँ पुराने सांसद भी आकर मिल सकते थे। क्यों न फिर से पुरानी संसद चलें, कम-से-कम तब तक के लिए, जब तक अरबों रुपयों से बनी संसद में पानी टपकने का कार्यक्रम चल रहा है।जनता पूछ रही है कि भाजपा सरकार में बनी हर नई छत से पानी टपकना, उनकी… pic.twitter.com/PpJ36k6RJm— Akhilesh Yadav (@yadavakhilesh) August 1, 2024ସେହିପରି କଂଗ୍ରେସ ସାଂସଦ ମଣିକମ ଟାଗୋର କହିଛନ୍ତି ଯେ ‘ବାହାରେ ପେପର ଲିକ୍ ଭିତରେ ପାଣି ଲିକ୍’। ଏହି ପ୍ରସଙ୍ଗକୁ ମଧ୍ୟ ଲୋକସଭାରେ ଉପସ୍ଥାପନ କରାଯାଇଛି। ସଂସଦ ଲବି ହଲରେ ପାଣି ଝରିବା ଋତୁକାଳୀନ ସମସ୍ୟା ଆଡକୁ ଇଙ୍ଗିତ କରୁଛି ଓ ଏହା ନିର୍ମାଣ ହେବାର ମାତ୍ର ଗୋଟିଏ ବର୍ଷରେ ଏହି ସମସ୍ୟା ସାମ୍ନାକୁ ଆସିଛି। ଏଥିରେ ତୃଣମୂଳ
ନୂଆଦିଲ୍ଲୀ: ନବ ନିର୍ମିତ ସଂସଦ ଭବନରୁ ପାଣି ଝରିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓ ସାମ୍ନାକୁ ଆସିବା ପରଠାରୁ ବିରୋଧୀ ଦଳମାନେ ସଂସଦରେ ସରକାରଙ୍କୁ ଘେରିବା ଆରମ୍ବ କରିଛନ୍ତି। ଏ ନେଇ ସମାଜବାଦୀ ପାର୍ଟି ସାଂସଦ ଅଖିଳେଶ ଯାଦବ ତାଙ୍କ ଏକ୍ସ ରେ ଏକ ପୋଷ୍ଟ କରିଥିବା ବେଳେ ‘ନୂଆ ସଂସଦରୁ ଭଲ ପୁରୁଣା ସଂସଦ ଭବନ’ ବୋଲି ଉଲ୍ଲେଖ କରିଛନ୍ତି। ଅନୁନ୍ୟ ଏହି ପୁରୁଣା ବିଲ୍ଡିଂର ଛାତରୁ ପାଣି ତ ଝରୁ ନଥିଲା। ପୁରୁଣା ସାଂସଦ ବି ଆସି ଭେଟି ପାରୁଥିଲେ।
इस नई संसद से अच्छी तो वो पुरानी संसद थी, जहाँ पुराने सांसद भी आकर मिल सकते थे। क्यों न फिर से पुरानी संसद चलें, कम-से-कम तब तक के लिए, जब तक अरबों रुपयों से बनी संसद में पानी टपकने का कार्यक्रम चल रहा है।
जनता पूछ रही है कि भाजपा सरकार में बनी हर नई छत से पानी टपकना, उनकी… pic.twitter.com/PpJ36k6RJm— Akhilesh Yadav (@yadavakhilesh) August 1, 2024
ସେହିପରି କଂଗ୍ରେସ ସାଂସଦ ମଣିକମ ଟାଗୋର କହିଛନ୍ତି ଯେ ‘ବାହାରେ ପେପର ଲିକ୍ ଭିତରେ ପାଣି ଲିକ୍’। ଏହି ପ୍ରସଙ୍ଗକୁ ମଧ୍ୟ ଲୋକସଭାରେ ଉପସ୍ଥାପନ କରାଯାଇଛି। ସଂସଦ ଲବି ହଲରେ ପାଣି ଝରିବା ଋତୁକାଳୀନ ସମସ୍ୟା ଆଡକୁ ଇଙ୍ଗିତ କରୁଛି ଓ ଏହା ନିର୍ମାଣ ହେବାର ମାତ୍ର ଗୋଟିଏ ବର୍ଷରେ ଏହି ସମସ୍ୟା ସାମ୍ନାକୁ ଆସିଛି। ଏଥିରେ ତୃଣମୂଳ କଂଗ୍ରେସ ସାଂସଦ ମହୂଆ ମଇତ୍ର କହିଛନ୍ତି ଯେ ନୂଆ ସଂସଦ ଲବିରୁ ପାଣି ଲିକ୍ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅହଂକାରର ରାକ୍ଷସୀ ଭବନ ଲୋକସଭା ନିର୍ବାଚନ ୨୦୨୪ ପରେ ଅସ୍ଥିର ହୋଇଛି।
Paper leakage outside,
water leakage inside. The recent water leakage in the Parliament lobby used by the President highlights urgent weather resilience issues in the new building, just a year after completion.
Moving Adjournment motion on this issue in Loksabha. #Parliament pic.twitter.com/kNFJ9Ld21d— Manickam Tagore .B????????மாணிக்கம் தாகூர்.ப (@manickamtagore) August 1, 2024
ଏଥିରେ ଆମ ଆଦମୀ ପାର୍ଟି ମଧ୍ୟ ସରକାରଙ୍କୁ ସମାଲୋଚନା କରିବାରେ ପଛକୁ ହଟି ନାହିଁ। ସରକାରଙ୍କୁ ଟାର୍ଗେଟ କରି ୧୨ଶହ କୋଟି ଟଙ୍କାରେ ନିର୍ମିତ ହୋଇଥିବା ସଂସଦକୁ ଏବେ ୧୨୦ଟି ବାଲଟିହିଁ ସାହାରା ବୋଲି ଉଲ୍ଲେଖ କରିଛି। ଏଥିରେ କଂଗ୍ରେସ ସାଂସଦ ପ୍ରମୋଦ ତିୱାରୀ କହିଛନ୍ତି ଯେ କେବେ ପେପର ଲିକ୍ ହେଉଛି ତ ଆଉ କେବେ ସଂସଦର ଛାତ। ଏହି ସରକାର ସମ୍ପୂର୍ଣ୍ଣ ରୂପେ ଭ୍ରଷ୍ଟାଚାରରେ ଲିପ୍ତ ଏହା ହିଁ ଏହାର ପ୍ରମାଣ।
मोदी सरकार एक Leakage सरकार है❗
इस सरकार में पेपर से लेकर Airport और संसद की छत तक सब कुछ Leak हो रहा है???? pic.twitter.com/CBhcwgLETl— AAP (@AamAadmiParty) August 1, 2024
ସଂସଦ ଭବନରୁ ପାଣି ଝରିବା ପ୍ରସଙ୍ଗରେ ସିପିଡବ୍ଲୁଡି କହିଛନ୍ତି ଯେ ଭୀଷଣ ଗ୍ରୀଷ୍ମ ପ୍ରବାହ ପରେ ହେଉଥିବା ମୁଶଳଧାରା ବର୍ଷା ଯୋଗୁ ସ୍କାଏଲେଟରେ ଲାଗିଥିବା କାଚରୁ ସିଲିକନ ସୁଖି ଏପରି ସମସ୍ୟା ଉପୁଜିଛି। ବର୍ତ୍ତମାନ ଲାଗି ସମସ୍ୟାର ସମାଧାନ କରି ଦିଆଯାଇଛି। ସଂସଦ ଭବନର ଷ୍ଟ୍ରକ୍ଚର ଏବେ ବହୁତ ଭଲସ୍ଥିତିରେ ଅଛି। ଏହା ୱାଟରପ୍ରୁ ଫ ହୋଇଥିବାରୁ ପାଣି ସମସ୍ୟା କେବେ ଉପୁଜିବନି।