ନୂଆ ସରକାର ଆସିବା ପରେ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଖଣି ଖନନ କରିବାକୁ ଚେଷ୍ଟା ହେଉଥିବା ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ: ନୂଆ ସରକାର ଆସିବା ପରେ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଖଣି ଖନନ କରିବାକୁ ଚେଷ୍ଟା ହେଉଥିବା... The post ନୂଆ ସରକାର ଆସିବା ପରେ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଖଣି ଖନନ କରିବାକୁ ଚେଷ୍ଟା ହେଉଥିବା ଅଭିଯୋଗ appeared first on .

ନୂଆ ସରକାର ଆସିବା ପରେ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଖଣି ଖନନ କରିବାକୁ ଚେଷ୍ଟା ହେଉଥିବା ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ: ନୂଆ ସରକାର ଆସିବା ପରେ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଖଣି ଖନନ କରିବାକୁ ଚେଷ୍ଟା ହେଉଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ସାଧାରଣ ଲୋକଙ୍କୁ ତଡି ବିକାଶ ନାଁରେ ବ୍ୟାପକ ଖଣି ଖନନ କରି ବିନାଶ କରିବାକୁ ଅପଚେଷ୍ଟା ଆରମ୍ଭ ହୋଇଥିବା ଅଭିଯୋଗ ହୋଇଛି । ସରକାର ଖଣି ଖନନ କରିବାରୁ ଦୂରେଇ ରୁହନ୍ତୁ । ଯଦି ଖଣି ଖନନ କରି ଏ ଅଞ୍ଚଳର ପରିବେଶକୁ ନଷ୍ଟ କରିବାକୁ ଅପଚେଷ୍ଟା କଲେ ତାହାକୁ ଜୋରଦାର୍ ବିରୋଧ କରାଯିବ ବୋଲି ବରିଷ୍ଠ ଆଇନଜୀବୀ ତଥା କୋଶଳବାଦୀ ନେତା ପ୍ରମୋଦ ମିଶ୍ର  ସରକାରଙ୍କୁ ଚେତାବନୀ ଦେଇଛନ୍ତି । ପୂର୍ବ ସରକାର ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ବଲାଙ୍ଗୀର ବାସୀଙ୍କ ହିତ ପାଇଁ କରିଥିଲେ । କିନ୍ତୁ ନୂଆ ସରକାର ସେହି ପ୍ରକଳ୍ପରୁ କେମିତି ଚାଷୀ ପାଣି ପାଇବ, ଲୋକେ ପାନୀୟଜଳ ସମସ୍ୟାର ସମାଧାନ ହେବ ତାହା ପ୍ରଚେଷ୍ଟା ନକରି ସେହି ଅଞ୍ଚଳରେ ଥିବା ଖଣି ଉପରେ ଲୋଲୁପ ଦୃଷ୍ଟି ପକାଇଛନ୍ତି ।

ସେହିପରି ପାଟଣାଗଡ଼ ଅଞ୍ଚଳର ସାଲେପାଲି ଗ୍ରାଫାଇଟ୍ ମାଇନ୍ସ ଲିଜ ଦେବାକୁ ଯୋଜନା କରୁଥିବା ବେଳେ ସ୍ଥାନୀୟ ଲୋକେ ଏହାକୁ ଜୋରଦାର୍ ବିରୋଧ କରିଛନ୍ତି । ସ୍ଥାନୀୟ ଲୋକେ ଜନମ ମାଟି ବଞ୍ଚାଓ ସମିତି ନାଁରେ ଆନ୍ଦୋଳନ ଜାରି ରଖିଥିବା ବେଳେ ଆସନ୍ତା କାଲି କୋଶଳ ରାଜ୍ଯ ସମନ୍ବୟ ସମିତିର ଏକ ପ୍ରତିନିଧି ଦଳ ସେମାନଙ୍କୁ ସମର୍ଥନ ଜଣାଇବ ବୋଲି କହିଛନ୍ତି ପ୍ରମୋଦ ମିଶ୍ର ।

The post ନୂଆ ସରକାର ଆସିବା ପରେ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଖଣି ଖନନ କରିବାକୁ ଚେଷ୍ଟା ହେଉଥିବା ଅଭିଯୋଗ appeared first on .