ନୂଆ ସିଏଜି ହେଲେ କେ. ସଞ୍ଜୟ ମୂର୍ତ୍ତି: ସରିଲା ଗିରୀଶ ଚନ୍ଦ୍ର ମୁର୍ମୁଙ୍କ କାର୍ଯ୍ୟକାଳ
ନୂଆଦିଲ୍ଲୀ,୧୮।୧୧: ୧୯୮୯ ବ୍ୟାଚର ଆନ୍ଧ୍ର ପ୍ରଦେଶ କ୍ୟାଡର ଆଇଏଏସ୍ ସଞ୍ଜୟ ମୂର୍ତ୍ତିଙ୍କୁ ପରବର୍ତ୍ତୀ ଭାରତର କମ୍ପଟ୍ରୋଲର ଏଣ୍ଡ ଅଡିଟର ଜେନେରାଲ (ସିଏଜି) ନିଯୁକ୍ତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପତି ମୁର୍ମୁ। ଗିରୀଶ ଚନ୍ଦ୍ର ମୁର୍ମୁଙ୍କ ସ୍ଥାନ ନେବେ କେ. ସଞ୍ଜୟ ମୂର୍ତ୍ତି। ଗିରିଶ ଚନ୍ଦ୍ର ମୁର୍ମୁ ଅଗଷ୍ଟ ୨୦୨୦ ରୁ ଏହି ପଦବୀରେ ଅଛନ୍ତି। ବର୍ତ୍ତମାନ ମୁର୍ତ୍ତୀ ଶିକ୍ଷା ମନ୍ତ୍ରଣାଳୟରେ ଉଚ୍ଚଶିକ୍ଷା ବିଭାଗର ସଚିବ ଭାବରେ କାର୍ଯ୍ୟ କରୁଛନ୍ତି। ସିଏଜି ଭାବରେ ନିଯୁକ୍ତ ହେବା ପୂର୍ବରୁ ମୁର୍ମୁ, ଜାମ୍ମୁ […] The post ନୂଆ ସିଏଜି ହେଲେ କେ. ସଞ୍ଜୟ ମୂର୍ତ୍ତି: ସରିଲା ଗିରୀଶ ଚନ୍ଦ୍ର ମୁର୍ମୁଙ୍କ କାର୍ଯ୍ୟକାଳ appeared first on Dharitri Odia News.
ନୂଆଦିଲ୍ଲୀ,୧୮।୧୧: ୧୯୮୯ ବ୍ୟାଚର ଆନ୍ଧ୍ର ପ୍ରଦେଶ କ୍ୟାଡର ଆଇଏଏସ୍ ସଞ୍ଜୟ ମୂର୍ତ୍ତିଙ୍କୁ ପରବର୍ତ୍ତୀ ଭାରତର କମ୍ପଟ୍ରୋଲର ଏଣ୍ଡ ଅଡିଟର ଜେନେରାଲ (ସିଏଜି) ନିଯୁକ୍ତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପତି ମୁର୍ମୁ। ଗିରୀଶ ଚନ୍ଦ୍ର ମୁର୍ମୁଙ୍କ ସ୍ଥାନ ନେବେ କେ. ସଞ୍ଜୟ ମୂର୍ତ୍ତି। ଗିରିଶ ଚନ୍ଦ୍ର ମୁର୍ମୁ ଅଗଷ୍ଟ ୨୦୨୦ ରୁ ଏହି ପଦବୀରେ ଅଛନ୍ତି। ବର୍ତ୍ତମାନ ମୁର୍ତ୍ତୀ ଶିକ୍ଷା ମନ୍ତ୍ରଣାଳୟରେ ଉଚ୍ଚଶିକ୍ଷା ବିଭାଗର ସଚିବ ଭାବରେ କାର୍ଯ୍ୟ କରୁଛନ୍ତି।
ସିଏଜି ଭାବରେ ନିଯୁକ୍ତ ହେବା ପୂର୍ବରୁ ମୁର୍ମୁ, ଜାମ୍ମୁ କାଶ୍ମୀରର ନୂତନ ଭାବେ ଗଠିତ କେନ୍ଦ୍ର ଶାଶିତ ଅଂଚଳର ପ୍ରଥମ ଲେଫ୍ଟନାଣ୍ଟ-ଗଭର୍ଣ୍ଣର ଥିଲେ। ପ୍ରଶାସନ ଏବଂ ଶାସନ କ୍ଷେତ୍ରରେ ମୁର୍ତ୍ତୀଙ୍କ ବିପୁଳ ଅଭିଜ୍ଞତା ତାଙ୍କୁ ଭାରତ ସରକାରଙ୍କ ଆକାଉଣ୍ଟ ଅଡିଟ୍ କରିବା ଏବଂ ସାଧାରଣ ଆର୍ଥିକ କ୍ଷେତ୍ରରେ ସ୍ୱଚ୍ଛତାକୁ ପ୍ରୋତ୍ସାହିତ କରିବା ଦାୟିତ୍ୱ ମିଳିଛି।
ଶିକ୍ଷାଗତ ନୀତି ପରିଚାଳନାରେ ତାଙ୍କର ପୃଷ୍ଠଭୂମି ଏବଂ ତାଙ୍କର ବ୍ୟାପକ ଅମଲାତାନ୍ତ୍ରିକ କ୍ୟାରିଅର୍ ସହିତ, ସିଏଜି ଭାବରେ ମୁର୍ତ୍ତୀଙ୍କ ନେତୃତ୍ୱ ଆର୍ଥିକ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବା ଏବଂ ଜନସାଧାରଣଙ୍କ ପାଣ୍ଠି ସୁରକ୍ଷିତ କରିବାରେ ସିଏଜି କାର୍ଯ୍ୟାଳୟର ଭୂମିକାକୁ ବଢାଇବା ଉପରେ ନୂଆ ପଦକ୍ଷେପ ନେବେ ବୋଲି ଆଶା କରାଯାଉଛି।
The post ନୂଆ ସିଏଜି ହେଲେ କେ. ସଞ୍ଜୟ ମୂର୍ତ୍ତି: ସରିଲା ଗିରୀଶ ଚନ୍ଦ୍ର ମୁର୍ମୁଙ୍କ କାର୍ଯ୍ୟକାଳ appeared first on Dharitri Odia News.