ନୂଆବର୍ଷ ଦିନ ଘରକୁ ଆଣନ୍ତୁ ଏସବୁ ଜିନିଷ, ବର୍ଷସାରା ରହିବ ନାହିଁ ଧନର ଅଭାବ, ସୁଖଶାନ୍ତି…

ନୂତନବର୍ଷ କିପରି ମଙ୍ଗଳମୟ ହେବ ସେଥିପାଇଁ ସଭିଙ୍କ ମନରେ ରହିଥାଏ ବହୁ ଆଶା ଓ ଆକାଂକ୍ଷା। ତେବେ ବାସ୍ତୁଶାସ୍ତ୍ର ଅନୂଯାୟୀ, କ’ଣ ସବୁ କଲେ ନୂଆବର୍ଷ ସୁଖମୟ ହେବ, ଜାଣନ୍ତୁ ସେ ସମ୍ପର୍କରେ… *ଭଗବାନ ଗଣେଶଙ୍କୁ ବିଘ୍ନନାଶକ ବୋଲି କୁହାଯାଇଥାଏ। ତେଣୁ ନୂଆବର୍ଷ ଅବସରରେ ଘରକୁ ପ୍ରଭୁ ଗଣେଶଙ୍କର ନୂତନ ମୂର୍ତ୍ତୀଟିଏ ଆଣି ପୂଜାର୍ଚ୍ଚନା କଲେ ବର୍ଷସାରା ଗୃହରେ ସୁଖଶାନ୍ତି ବଜାୟ ରହିଥାଏ ବୋଲି ବିଶ୍ୱାସ ରହିଛି। *ନଡ଼ିଆକୁ ଶ୍ରୀଫଳ ବୋଲି କୁହାଯାଇଥାଏ। ତେଣୁ ନଡ଼ିଆ ଭାଙ୍ଗି […] The post ନୂଆବର୍ଷ ଦିନ ଘରକୁ ଆଣନ୍ତୁ ଏସବୁ ଜିନିଷ, ବର୍ଷସାରା ରହିବ ନାହିଁ ଧନର ଅଭାବ, ସୁଖଶାନ୍ତି… appeared first on Dharitri Odia News.

ନୂଆବର୍ଷ  ଦିନ ଘରକୁ ଆଣନ୍ତୁ ଏସବୁ ଜିନିଷ, ବର୍ଷସାରା ରହିବ ନାହିଁ ଧନର ଅଭାବ, ସୁଖଶାନ୍ତି…
ନୂତନବର୍ଷ କିପରି ମଙ୍ଗଳମୟ ହେବ ସେଥିପାଇଁ ସଭିଙ୍କ ମନରେ ରହିଥାଏ ବହୁ ଆଶା ଓ ଆକାଂକ୍ଷା। ତେବେ ବାସ୍ତୁଶାସ୍ତ୍ର ଅନୂଯାୟୀ, କ’ଣ ସବୁ କଲେ ନୂଆବର୍ଷ ସୁଖମୟ ହେବ, ଜାଣନ୍ତୁ ସେ ସମ୍ପର୍କରେ…
*ଭଗବାନ ଗଣେଶଙ୍କୁ ବିଘ୍ନନାଶକ ବୋଲି କୁହାଯାଇଥାଏ। ତେଣୁ ନୂଆବର୍ଷ ଅବସରରେ ଘରକୁ ପ୍ରଭୁ ଗଣେଶଙ୍କର ନୂତନ ମୂର୍ତ୍ତୀଟିଏ ଆଣି ପୂଜାର୍ଚ୍ଚନା କଲେ ବର୍ଷସାରା ଗୃହରେ ସୁଖଶାନ୍ତି ବଜାୟ ରହିଥାଏ ବୋଲି ବିଶ୍ୱାସ ରହିଛି।
*ନଡ଼ିଆକୁ ଶ୍ରୀଫଳ ବୋଲି କୁହାଯାଇଥାଏ। ତେଣୁ ନଡ଼ିଆ ଭାଙ୍ଗି ନୂତନ ବର୍ଷକୁ ସ୍ବାଗତ କଲେ ସବୁକିଛି ଶୁଭ ହୋଇଥାଏ ବୋଲି ବିଶ୍ୱାସ କରାଯାଇଥାଏ।
*ଘରେ ଟଙ୍କାପଇସାର ଅଭାବ ଦେଖାଯାଉଥିଲେ, ନୂଆବର୍ଷ ଦିନ ଘରକୁ ମୟୂରପୁଚ୍ଛଟିଏ କିଣିଆଣନ୍ତୁ। କିଣିଲାବେଳେ ଶ୍ରୀ କୃଷ୍ଣଙ୍କର ନାମ ନେଇ ମୟୂରପୁଚ୍ଛ କିଣିଲେ ଘରେ ଧନର ଅଭାବ ରହେନାହିଁ ବୋଲି ବାସ୍ତୁଶାସ୍ତ୍ରରେ କୁହାଯାଇଛି।
*ଲାଫିଙ୍ଗ୍‌ ବୁଦ୍ଧଙ୍କୁ ସମୃଦ୍ଧିର ପ୍ରତୀକ ବୋଲି କୁହାଯାଏ। କିନ୍ତୁ ଏହାକୁ ନିଜେ ନ କିଣି ଯଦି ନୂଆବର୍ଷ ଅବସରରେ କାହାଠାରୁ ଉପହାର ଆକାରରେ ପାଇଲେ ତା’ହେଲେ ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଥାଏ ବୋଲି ବିଶ୍ୱାସ କରାଯାଏ।
*ନୂଆବର୍ଷରେ ପ୍ରଭୁ ହନୁମାନଙ୍କର ପ୍ରତୀମା ଆଣି ଘରର ମୁଖ୍ୟଦ୍ୱାର ନିକଟରେ ସ୍ଥାପନା କଲେ, ଘର ମଧ୍ୟକୁ କୌଣସି ନକରାତ୍ମକ ଶକ୍ତି ପ୍ରବେଶ କରି ନଥାଏ। ପ୍ରଭୁ ସଙ୍କଟମୋଚନ ଘର ପ୍ରତି ଆସୁଥିବା ସବୁ ବିପଦକୁ ଖଣ୍ଡନ କରି ଦେଇଥାନ୍ତି।
* ନୂଆବର୍ଷରେ ଘରେ ମନିପ୍ଲାଣ୍ଟ କିମ୍ବା ବାମ୍ବୋପ୍ଲାଣ୍ଟ ଗଛ ଲଗାଇବା ଶୁଭଫଳ ଦେଇଥାଏ।

The post ନୂଆବର୍ଷ ଦିନ ଘରକୁ ଆଣନ୍ତୁ ଏସବୁ ଜିନିଷ, ବର୍ଷସାରା ରହିବ ନାହିଁ ଧନର ଅଭାବ, ସୁଖଶାନ୍ତି… appeared first on Dharitri Odia News.