ନୂଆବର୍ଷ ରେ ବଣଭୋଜି ପାଇଁ କମ୍ପିଲା ଗଡଚଣ୍ଡି ଓ ହଦଗଡ଼।
ହାଟଡିହି ବ୍ଲକ ଆରାଧ୍ୟା ଦେବୀ ମା ଗଡଚଣ୍ଡି ଓ ହଦଗଡ଼ ପର୍ଯ୍ୟଟନ ସ୍ଥଳୀ ରେ ନୂଆ ବର୍ଷ ରେ ବଣଭୋଜି ପାଇଁ ଦେଖିବାକୁ ମିଳିଥିଲା ନାହିଁ ନଥିବା ଭିଡ। ଏହି ଭିଡ କୁ ଦେଖି ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଥିବା ଥିଲା। କିନ୍ତୁ ପର୍ଯ୍ୟଟକ ମାନଙ୍କୁ ଏହି ବଣ ଜଙ୍ଗଲ ଘେରା ପରିବେଶ ବେଶ୍ ଖୁସି ଓ ଆନନ୍ଦ ପ୍ରଦାନ କରୁଥିବା ରୁ ବହୁ ଦୂର ଦୁରାନ୍ତ ରୁ ଲୋକ ମାନେ ଏହି ଦୁଇ […] The post ନୂଆବର୍ଷ ରେ ବଣଭୋଜି ପାଇଁ କମ୍ପିଲା ଗଡଚଣ୍ଡି ଓ ହଦଗଡ଼। appeared first on Odisha.News.

ହାଟଡିହି ବ୍ଲକ ଆରାଧ୍ୟା ଦେବୀ ମା ଗଡଚଣ୍ଡି ଓ ହଦଗଡ଼ ପର୍ଯ୍ୟଟନ ସ୍ଥଳୀ ରେ ନୂଆ ବର୍ଷ ରେ ବଣଭୋଜି ପାଇଁ ଦେଖିବାକୁ ମିଳିଥିଲା ନାହିଁ ନଥିବା ଭିଡ। ଏହି ଭିଡ କୁ ଦେଖି ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଥିବା ଥିଲା। କିନ୍ତୁ ପର୍ଯ୍ୟଟକ ମାନଙ୍କୁ ଏହି ବଣ ଜଙ୍ଗଲ ଘେରା ପରିବେଶ ବେଶ୍ ଖୁସି ଓ ଆନନ୍ଦ ପ୍ରଦାନ କରୁଥିବା ରୁ ବହୁ ଦୂର ଦୁରାନ୍ତ ରୁ ଲୋକ ମାନେ ଏହି ଦୁଇ ସ୍ଥାନ କୁ ଆସି ଥାଆନ୍ତି। ଛେନାପଦୀ ଛକ ନିକଟରୁ ମା ଗଡଚଣ୍ଡି ପୀଠ ମାତ୍ର ଆଠ କିଲୋମିଟର ଦୂରରେ ଅବସ୍ଥିତ। ସେହିପରି ହଦଗଡ଼ ଜଳ ଭଣ୍ଡାର ଟି ମଧ୍ୟ ଛେନାପଦୀ ଛକ ରୁ ମାତ୍ର ୧୮ କିଲେ ମିଟର ଦୂରରେ ଅବସ୍ଥିତ। ଏହି ନବ ବର୍ଷ ରେ ହଦଗଡ଼, ଓ ଗଡ଼ଚଣ୍ଡୀ ରେ ୧୦ ହଜାରରୁ ଅଧିକ ପର୍ଯ୍ୟଟକ ହାଟଡିହି ବ୍ଲକ୍ କ୍ର ଦୁଇଟି ପ୍ରମୁଖ ପର୍ଯ୍ୟଟନସ୍ଥଳୀ ହଦଗଡ ଓ ଗଡଚଣ୍ଡୀ ରେ ନୂଆବର୍ଷ ଉପଲକ୍ଷେ ୧୦ ହଜାରରୁ ଊର୍ଦ୍ଧ୍ୱ ପର୍ଯ୍ୟଟକଙ୍କ ଭିଡ ପରିଲକ୍ଷିତ ହୋଇଥିଲା। ନୂଆବର୍ଷ ପାଇଁ କେନ୍ଦୁଝର, ବାଲେଶ୍ଵର, ମୟୂରଭଞ୍ଜ, ଭଦ୍ରକ ଜିଲ୍ଲାର ମଧ୍ୟସ୍ଥଳରେ ଥିବା ହାଟଡିହି ବ୍ଳକ୍ ର କର ଗଡଚଣ୍ଡୀ ଓ ହଦଗଡ ଆଜି ଲୋକାରଣ୍ୟ ହୋଇ ଉଠିଥିଲା। ପୂର୍ବରୁ କେବେ ଗୋଟିଏ ଦିନରେ ଏତେ ସଂଖ୍ୟକ ଭିଡ ହୋଇ ଥିବା ଦେଖିବାକୁ ମିଳିନଥିଲା । ଚଳିତବର୍ଷ ପର୍ଯ୍ୟଟକଙ୍କ ଅଧୂକ ଭିଡ ପରିଲିକ୍ଷିତ ହୋଇଛି। ହଜାର ହଜାର ଭକ୍ତ ମା ଗଡଚଣ୍ଡୀ ଙ୍କ ପାଖରେ ପୂଜାର୍ଚ୍ଚନା କରି ନବବର୍ଷରେ ବିଶ୍ୱବାସୀ ଙ୍କ ପାଇଁ ଶୁଭକାମନା କରିବା ସହିତ ପ୍ରାକୃତିକ ଶୋଭା ରାଜିରେ ବଣଭୋଜି କରିଥିଲେ। ସେହିପରି ସକାଳୁ ସକାଳୁ ନୂଆବର୍ଷ କୁ ସ୍ବାଗତ କରିବା ପାଇଁ ବହୁ ଦୂରଦୂରାନ୍ତରୁ ହଜାର ହଜାର ପର୍ଯ୍ୟଟକ ହଦଗଡ଼ କୁ ଛୁଟି ଆସିଥିଲେ। ଡିଜେ ସାଉଣ୍ଡ ର ତାଳେ ତାଳେ ନୃତ୍ୟଗୀତ ରେ ମସଗୁଲ ହୋଇଥିଲେ ସମସ୍ତେ। ଡ୍ୟାମ୍ ନିକଟରୁ ନଦୀ କୂଳେ କୂଳେ ଭୋଜିଭାତ ର ଆସର ଜମିଥିବା ବେଳେ ପର୍ଯ୍ୟଟନ ସ୍ଥଳୀ ଦୁଇଟିରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ସୋସୋ ପୁଲିସ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା । ଗଡ଼ଚଣ୍ଡୀ ପୀଠରେ ଗଡଚଣ୍ଡୀ ଯୁବ ପରିଷଦ ପକ୍ଷରୁ ଓ ହଦଗଡ଼ ଗଡ଼ ଠାରେ ଯୁବକ ସଂଘ ସଦସ୍ୟ ମାନଙ୍କ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଥିଲା। ସେହିପରି ଚକ୍ରତୀର୍ଥ ରେ ମଧ୍ଯ ହଜାର ହଜାର ପର୍ଯ୍ୟଟକ ପ୍ରାକୃତିକ ସୌନ୍ଦର୍ଯ୍ୟର ପରିଯୁକ୍ତ ବନରାଜିକୁ ସ୍ବାଗତ ଜଣାଇବା ସହିତ ବଣଭୋଜି ର ମଜା ଉଠାଉଥିବା ଦେଖିବାକୁ ମିଳିଥିଲା।
The post ନୂଆବର୍ଷ ରେ ବଣଭୋଜି ପାଇଁ କମ୍ପିଲା ଗଡଚଣ୍ଡି ଓ ହଦଗଡ଼। appeared first on Odisha.News.