ନୂତନ ବ୍ଳକ ମାନ୍ୟତା ଦାବିରେ ଏକାଠି ହେଲେ ୧୪ ପଞ୍ଚାୟତବାସୀ
ସୋନପୁର,୨୪।୨(ମୃତ୍ୟୁଞ୍ଜୟ ଶତପଥୀ): ରାଜ୍ୟରେ ବ୍ଲକ ସଂଖ୍ୟା ବୃଦ୍ଧି ନେଇ ପଞ୍ଚାୟତିରାଜ ମନ୍ତ୍ରୀ ରାବି ନାରାୟଣ ନାଏକ ଗତ ବିଧାନସଭାରେ ଘୋଷଣା କରିଥିଲେ। ମନ୍ତ୍ରୀଙ୍କ ଏହି ଘୋଷଣା ପରେ ସୋନପୁର ବ୍ଲକ ନାରାୟଣପୁରକୁ ବ୍ଲକ ମାନ୍ୟତା ଦାବି ଜୋର ଧରିଛି। ଏନେଇ ନାରାୟଣପୁର ପଞ୍ଚାୟତ ଅଫିସ ପରିସରରେ ଏକ ଜନସଭା ଅନୁଷ୍ଠିତ ହୋଇଥିଲା। ବୈଠକରେ ବହୁ ଦିନରୁ ସ୍ଥାନୀୟ ଜନସାଧାରଣ ନାରାୟଣପୁରକୁ ବ୍ଲକ ଘୋଷଣା କରିବାକୁ ଦାବିହୋଇ ଆସୁଥିଲେ ହେଁ ସରକାର ଦୃଷ୍ଟି ଦେଇ ନ ଥିଲେ l […] The post ନୂତନ ବ୍ଳକ ମାନ୍ୟତା ଦାବିରେ ଏକାଠି ହେଲେ ୧୪ ପଞ୍ଚାୟତବାସୀ appeared first on Dharitri Odia News.
ସୋନପୁର,୨୪।୨(ମୃତ୍ୟୁଞ୍ଜୟ ଶତପଥୀ): ରାଜ୍ୟରେ ବ୍ଲକ ସଂଖ୍ୟା ବୃଦ୍ଧି ନେଇ ପଞ୍ଚାୟତିରାଜ ମନ୍ତ୍ରୀ ରାବି ନାରାୟଣ ନାଏକ ଗତ ବିଧାନସଭାରେ ଘୋଷଣା କରିଥିଲେ। ମନ୍ତ୍ରୀଙ୍କ ଏହି ଘୋଷଣା ପରେ ସୋନପୁର ବ୍ଲକ ନାରାୟଣପୁରକୁ ବ୍ଲକ ମାନ୍ୟତା ଦାବି ଜୋର ଧରିଛି। ଏନେଇ ନାରାୟଣପୁର ପଞ୍ଚାୟତ ଅଫିସ ପରିସରରେ ଏକ ଜନସଭା ଅନୁଷ୍ଠିତ ହୋଇଥିଲା।
ବୈଠକରେ ବହୁ ଦିନରୁ ସ୍ଥାନୀୟ ଜନସାଧାରଣ ନାରାୟଣପୁରକୁ ବ୍ଲକ ଘୋଷଣା କରିବାକୁ ଦାବିହୋଇ ଆସୁଥିଲେ ହେଁ ସରକାର ଦୃଷ୍ଟି ଦେଇ ନ ଥିଲେ l ଏନେଇ ବୈଠକରେ ଉଦ୍ବେଗ ପ୍ରକାଶ ପାଇଥିଲା। ସଭାରେ ନାରାୟଣପୁର ତଥା ଆଖପାଖ ଅଞ୍ଚଳର ଶତାଧିକ ଲୋକ ଯୋଗ ଦେଇଥିଲେ।
ନାରାୟଣପୁର ସରପଞ୍ଚ ପ୍ରମୋଦ ଧରୁଆଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟବକ୍ତା ଭାବେ ସନ୍ତୋଷ ପଧାନ ଯୋଗଦେଇ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ରଘୁମଣି ବେହେରା, ଭକ୍ତ ସେଠୀ, ଦାରା ସିଂ କୁମ୍ଭାର, ରାମାନନ୍ଦ କମ୍ପ ଓ ସରୋଜ ତାଣ୍ଡି ପ୍ରମୁଖ ମତାମତ ରଖିଥିଲେ।
ସଭାରେ ୧୪ଟି ପଞ୍ଚାୟତ ନାରାୟଣପୁର, ବଲାଡି, ପାଇକାହାଲ, ଖାରୀ, ପୁଆ, ଜରାଜାରିଙ୍ଗ, ରାଣୀସର୍ଡା, ରେଙ୍ଗାଲି, ଶିମୁଣ୍ଡା, ମୟୁରଉଡାନ, ଖରଜୁରା, ମଲ୍ଲିକମୁଣ୍ଡା, ଲଛିପୁର ଓ ଛକୋରମାଲର ଗ୍ରାମବାସୀଙ୍କ ମତାମତ ଗ୍ରହଣ କରି ଦାବିକୁ ଆହୁରି ଜୋରଦାର କରିବାକୁ ସଭାରେ ସ୍ଥିର ହୋଇଥିଲା।
ଏଥିରେ ଭାଜପା ନେତା ରାମେଶ୍ବର ପଧାନ, ଶବର ମଲ୍ଲିକ, ଅଜଲ ଖାନ, ଅଭିରାମ ଘିବେଲା, ରମେଶ ଚନ୍ଦ୍ର ମିଶ୍ର, ଶ୍ରୀହରି ଦୀପ, ସୈମିତ୍ରୀ କମ୍ପ, ପ୍ରେମା ମିଶ୍ର, ଶିବ ସାହୁ, ପୁରନ୍ଦର ସାହୁ, ଲିଙ୍ଗରାଜ ବଘାର, ଗୈାରାଙ୍ଗ ଅଦାରିଆ, ରଘୁମଣି କର୍ମୀ, ରାମ ଗୋପାଳ ପୁଟେଲ, କୁନୁ ବଗର୍ତ୍ତି, ସୁରଥ ସାହୁ, ଡାକ୍ତର କ୍ଷେତି, ଆକାଶ ତାଣ୍ଡି, ଶ୍ୟାମଘନ ଚାଉଳିଆ, ରିଆଜ ମହମ୍ମଦଙ୍କ ସହ ନାରାୟଣପୁର ଏବଂ ଆଖପାଖ ସମସ୍ତ ପଞ୍ଚାୟତର ଜନସାଧାରଣ ଉପସ୍ଥିତ ଥିଲେ।
The post ନୂତନ ବ୍ଳକ ମାନ୍ୟତା ଦାବିରେ ଏକାଠି ହେଲେ ୧୪ ପଞ୍ଚାୟତବାସୀ appeared first on Dharitri Odia News.