ନୂତନ ସଂସଦ ଭବନ ଛାତରୁ ପାଣି ପଡ଼ିବାକୁ ନେଇ ରାଜନୀତି ସରଗରମ
ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆରର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କରାଯାଇଛି। ଏହି ସମୟରେ ନୂତନ ସଂସଦ ଭବନର ଚିତ୍ର ମଧ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ ସଂସଦ ଭବନର ଛାତରୁ ପାଣି ପଡୁଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ସରଗରମ ହୋଇପଡିଛି ରାଜନୀତି। ନୂତନ ସଂସଦ ଭବନର ଛାତରୁ ପାଣି ପଡିବାକୁ ନେଇ କଂଗ୍ରେସ ପ୍ରଶ୍ନ ଉଠାଇଛି। ଲୋକସଭାରେ କଂଗ୍ରେସ ସାଂସଦ ମଣିକମ୍ ଟାଗୋର ଟ୍ୱିଟ୍ କରି କହିଛନ୍ତି ଯେ, ‘ପେପର ବାହାରେ ଲିକ୍ ହେଉଛି, […]

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆରର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କରାଯାଇଛି। ଏହି ସମୟରେ ନୂତନ ସଂସଦ ଭବନର ଚିତ୍ର ମଧ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ ସଂସଦ ଭବନର ଛାତରୁ ପାଣି ପଡୁଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ସରଗରମ ହୋଇପଡିଛି ରାଜନୀତି।
ନୂତନ ସଂସଦ ଭବନର ଛାତରୁ ପାଣି ପଡିବାକୁ ନେଇ କଂଗ୍ରେସ ପ୍ରଶ୍ନ ଉଠାଇଛି। ଲୋକସଭାରେ କଂଗ୍ରେସ ସାଂସଦ ମଣିକମ୍ ଟାଗୋର ଟ୍ୱିଟ୍ କରି କହିଛନ୍ତି ଯେ, ‘ପେପର ବାହାରେ ଲିକ୍ ହେଉଛି, ସଂସଦରେ ପାଣି ଲିକ୍ ହେଉଛି। କଂଗ୍ରେସ ସାଂସଦ ମଣିକମ୍ ଟାଗୋରଙ୍କ ଦ୍ୱାରା ସେୟାର କରାଯାଇଥିବା ଏକ ଭିଡିଓ ଏବେ ବେଶ ଭାଇରାଲ ହେବାରେ ଲାଗିଛି । ସେୟାର କରାଯାଇଥିବା ଭିଡିଓରେ ଦେଖିବାକୁ ମିଳିଛି କି, ନୂଆ ସଂସଦ ଭବନ ଛାତରୁ ପାଣି ଗଳୁଛି ଓ ତଳେ ପାଣିକୁ ଧରି ରଖିବାକୁ ଏକ ବାଲଟିର ବ୍ୟବସ୍ଥା କରାଯାଇଛି। ତେବେ ନୂଆ ସଂସଦ ଭବନର ନିର୍ମାଣ କାର୍ଯ୍ୟ ଶେଷ ହେବାର ବର୍ଷକ ପରେ ଏଭଳି ଘଟଣା ଘଟିଛି।