ନୃଶଂସ ଭାଇ !! ଅଶ୍ଲୀଳ ଭିଡିଓ ଦେଖିବା ପରେ ଉଭଣୀକୁ କଲା ଦୁଷ୍କର୍ମ
ପୋଲିସର କହିବାନୁଯାୟୀ ଅଭିଯୁକ୍ତ ସଞ୍ଜୁ ତା’ର ସମ୍ପର୍କୀୟ ଭଉଣୀକୁ ଘରେ କେହି ନଥିବା ବେଳେ ଦୁଷ୍କର୍ମ କରିବା ସହ ହତ୍ୟା ବି କରିଛି।
ରାକ୍ଷସ ପାଲଟିଲା ସମ୍ପର୍କୀୟ ଭାଇ। ଭଉଣୀକୁ ଦୁଷ୍କର୍ମ କରିବା ପରେ ଜୀବନରୁ ମାରିଦେଲା। ଉତ୍ତରପ୍ରଦେଶ କସଗଞ୍ଜ ଜିଲ୍ଲାରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଅଭିଯୁକ୍ତକୁ ପୋଲିସ ଗିରଫ କରି ପଚରାଉଚରା ଜାରି ରଖିଛି।
ପୋଲିସର କହିବାନୁଯାୟୀ ଅଭିଯୁକ୍ତ ସଞ୍ଜୁ ତା’ର ସମ୍ପର୍କୀୟ ଭଉଣୀକୁ ଘରେ କେହି ନଥିବା ବେଳେ ଦୁଷ୍କର୍ମ କରିବା ସହ ହତ୍ୟା ବି କରିଛି। ନାବାଳିକାଙ୍କ ବୟସ ୧୭ ବର୍ଷ। ଘଟଣା ଦିନ ନାବାଳିକାଙ୍କ ମାଆ ଓ ସଞ୍ଜୁଙ୍କ ଘର ଲୋକ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ। ଘରେ କେବଳ ସଞ୍ଜୁ ଓ ତାଙ୍କ ସମ୍ପର୍କୀୟ ଭଉଣୀ ଥିଲେ। ସଞ୍ଜୁ ନିଜ ମୋବାଇଲ୍ରେ ଅଶ୍ଲୀଳ ଭିଡିଓ ଦେଖିବା ପରେ ପାଖରେ ଶୋଇଥିବା ସାନ ଉଉଣୀଙ୍କୁ ଦୁଷ୍କର୍ମ କରିଥିଲେ। କାଳେ ପୀଡ଼ିତା ଘରେ ଏ ବିଷୟରେ କହିଦେବ, ସେହି ଡରରେ ସଞ୍ଜୁ ତାଙ୍କୁ ହତ୍ୟା ବି କରିଥିଲା।
ମୃତକଙ୍କ ଘର ଲୋକ ସଞ୍ଜୁ ନାଁରେ ଏତଲା ଦେବା ପରେ ପୋଲିସ ସଞ୍ଜୁକୁ ଗିରଫ କରି ପଚରାଉଚରା କରିଥିଲା। ପୋଲିସ ଆଗରେ ସବୁ ସତ ସତ ମାନି ନେଇଥିଲା ସଞ୍ଜୁ। ପୋଲିସ ସଞ୍ଜୁର ମୋବାଇଲ ଜବତ କରିବା ପରେ ସେଥିରେ ଅଶ୍ଲୀଳ ଭିଡିଓ ଥିବା ଦେଖିବାକୁ ପାଇଥିଲା। ପୋଲିସ ଅଭିଯୁକ୍ତ ବିରୁଦ୍ଧରେ ମାମଲା ବି ରୁଜୁ କରିବା ସହ ଜେଲ୍ ପଠାଇଛି।
ବର୍ତ୍ତମାନ ସମୟରେ ଏମିତି ଅନେକ ଘଟଣା ସାମ୍ନାକୁ ଆସୁଛି। କେତେବେଳେ ପ୍ରେମିକାକୁ ହତ୍ୟା କରି ଖଣ୍ତ ଖଣ୍ତ କରି ଫ୍ରିଜ୍ରେ ରଖୁଛି ପ୍ରେମିକ ତ କେତେବେଳେ ପ୍ରେମିକାକୁ ଜଳନ୍ତା ନିଆଁରେ ଜାଳି ଦେଉଛି।