ନେତାନ୍ୟାହୁଙ୍କ ନାଁରେ ଓ୍ବାରଣ୍ଟ ଜାରି କରିଥିବା ଓକିଲ ଯୌନ ଶୋଷଣ ଅଭିଯୁକ୍ତ

ଜେରୁଜେଲମ,୨୨।୧୧: ଗାଜାରେ ଯୁଦ୍ଧ ଅପରାଧ ଅଭିଯୋଗରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ବିରୋଧରେ ଅନ୍ତର୍ଜାତୀୟ ଅପରାଧିକ କୋର୍ଟ (ଆଇସିସି) ଗିରଫ ପରୱାନା ଜାରି କରିଛି। ଏହା ସମଗ୍ର ବିଶ୍ୱରେ ଆଲୋଡ଼ନ ସୃଷ୍ଟି କରିଛି । ବର୍ତ୍ତମାନ ୱାରେଣ୍ଟ ଜାରି କରିଥିବା ଓକିଲ ମଧ୍ୟ ବିବାଦରେ ଛନ୍ଦି ହୋଇଛନ୍ତି। ନେତାନ୍ୟାହୁଙ୍କ ବିରୋଧରେ ୫୪ ବର୍ଷିୟ ଓକିଲ କରିମ ଖାନ ଗିରଫ ୱାରେଣ୍ଟ ଜାରି କରିଛନ୍ତି। ଖାନଙ୍କ ନାଁରେ ଅଭିଯୋଗ ରହିଛି ଯେ ସେ ଜଣେ ମହିଳା ସହକର୍ମୀଙ୍କ ସହ […] The post ନେତାନ୍ୟାହୁଙ୍କ ନାଁରେ ଓ୍ବାରଣ୍ଟ ଜାରି କରିଥିବା ଓକିଲ ଯୌନ ଶୋଷଣ ଅଭିଯୁକ୍ତ appeared first on Dharitri Odia News.

ନେତାନ୍ୟାହୁଙ୍କ ନାଁରେ ଓ୍ବାରଣ୍ଟ ଜାରି କରିଥିବା ଓକିଲ ଯୌନ ଶୋଷଣ ଅଭିଯୁକ୍ତ

ଜେରୁଜେଲମ,୨୨।୧୧: ଗାଜାରେ ଯୁଦ୍ଧ ଅପରାଧ ଅଭିଯୋଗରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ବିରୋଧରେ ଅନ୍ତର୍ଜାତୀୟ ଅପରାଧିକ କୋର୍ଟ (ଆଇସିସି) ଗିରଫ ପରୱାନା ଜାରି କରିଛି। ଏହା ସମଗ୍ର ବିଶ୍ୱରେ ଆଲୋଡ଼ନ ସୃଷ୍ଟି କରିଛି । ବର୍ତ୍ତମାନ ୱାରେଣ୍ଟ ଜାରି କରିଥିବା ଓକିଲ ମଧ୍ୟ ବିବାଦରେ ଛନ୍ଦି ହୋଇଛନ୍ତି। ନେତାନ୍ୟାହୁଙ୍କ ବିରୋଧରେ ୫୪ ବର୍ଷିୟ ଓକିଲ କରିମ ଖାନ ଗିରଫ ୱାରେଣ୍ଟ ଜାରି କରିଛନ୍ତି। ଖାନଙ୍କ ନାଁରେ ଅଭିଯୋଗ ରହିଛି ଯେ ସେ ଜଣେ ମହିଳା ସହକର୍ମୀଙ୍କ ସହ ଏକ ବର୍ଷ ଧରି ସମ୍ପର୍କ ରଖିବାକୁ ଚେଷ୍ଟା କରିଥିଲେ ଏବଂ ତା’ପରେ ତାଙ୍କ ସହ ଜବରଦସ୍ତ ସମ୍ପର୍କ ସ୍ଥାପନ କରିଥିଲେ। ଅନୁସନ୍ଧାନ ବେଳେ କୁହାଯାଇଥିଲା ଯେ ତାଙ୍କ ସମ୍ମାନ ବଞ୍ଚାଇବା ପାଇଁ ଖାନ କ୍ରମାଗତ ଭାବରେ ମହିଳାଙ୍କ ଉପରେ ଚାପ ପକାଇ ତାଙ୍କ ବିବୃତ୍ତି ପ୍ରତ୍ୟାହାର କରିନେଇଥିଲେ।
ରିପୋର୍ଟ ଅନୁଯାୟୀ, ଜଣେ ବ୍ରିଟିଶ ଜଜ ଏବଂ ଆଇସିସି ଅଧିକାରୀ ଉକ୍ତ ମହିଳାଙ୍କ ସହ ସାକ୍ଷାତ କରି କଥା ହୋଇଥିଲେ। ବ୍ରିଟିଶ ଖବରକାଗଜ ଗାର୍ଡିଆନରେ ଏହି ବିଷୟରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ ପାଇଛି। ଖବରକାଗଜ ସୂତ୍ରରୁ ପ୍ରକାଶ ଏହି ରିପୋର୍ଟ ପ୍ରକାଶ କରିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ଆଇସିସି ଖାନଙ୍କୁ ମହିଳାଙ୍କ ସହ ଯୋଗାଯୋଗ ନକରିବାକୁ କହିଥିଲେ। ଓକିଲ ଖାନ କହିଛନ୍ତି ଯେ ଉକ୍ତ ମହିଳାଙ୍କ ସହ ତାଙ୍କର କୌଣସି ସମ୍ପର୍କ ନାହିଁ। ସେ କହିଛନ୍ତି ଯେ ନେତାନ୍ୟାହୁଙ୍କ ବିରୋଧରେ ନିଷ୍ପତ୍ତି ହେତୁ ତାଙ୍କୁ ବଦନାମ କରିବା ପାଇଁ ଏଭଳି ଖେଳ ଖେଳାଯାଉଛି। ଖାନ ଦେଇଥିବା ବିବୃତ୍ତିରେ କୁହାଯାଇଛି ଯେ ଏଭଳି ଅଭିଯୋଗର କୌଣସି ସତ୍ୟତା ନାହିଁ। ମୁଁ ଗତ ୩୦ ବର୍ଷ ମଧ୍ୟରେ ବିଭିନ୍ନ ସାମର୍ଥ୍ୟରେ କାର୍ଯ୍ୟ କରିସାରିଛି, କିନ୍ତୁ ଆଜି ପର୍ଯ୍ୟନ୍ତ ମୋ ବିରୁଦ୍ଧରେ କେହି ଅଭିଯୋଗ କରିନାହାଁନ୍ତି।

The post ନେତାନ୍ୟାହୁଙ୍କ ନାଁରେ ଓ୍ବାରଣ୍ଟ ଜାରି କରିଥିବା ଓକିଲ ଯୌନ ଶୋଷଣ ଅଭିଯୁକ୍ତ appeared first on Dharitri Odia News.