ନେପାଳରେ ଚମକିଲେ ସୁବର୍ଣ୍ଣପୁରର ୩ କୁନି ମଡେଲ

ସୋନପୁର,୬ା୪(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ସହରର ୩ ଝିଅ ନେପାଳର ରାଜଧାନୀ କାଠମାଣ୍ଡୁରେ ଆୟୋଜିତ ଅନ୍ତର୍ଜାତୀୟ ମଡେଲିଂ ପ୍ରତିଯୋଗିତାରେ ଭାଗ ନେଇ ନିଜର ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଛନ୍ତି। କୁନି ମଡେଲ ବିଶ୍ୱବିଜୟିନୀ, ସୁଚିସ୍ମିତା ଓ ହର୍ଷିତା ବିଦେଶ ମାଟିରେ ଚମକିବା ସହ ଜିଲା ଓ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। କାଠମାଣ୍ଡୁଠାରେ ମାର୍ଚ୍ଚ ୨୮ରୁ ଏପ୍ରିଲ ୧ ତାରିଖ ପର୍ଯ୍ୟନ୍ତ ମଡେଲିଂ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ତିନି ପ୍ରତିଯୋଗୀ ବିଭିନ୍ନ ବିଭାଗରେ ଅଂଶଗ୍ରହଣ କରିଥିଲେ। ଏପ୍ରିଲ ୧ […] The post ନେପାଳରେ ଚମକିଲେ ସୁବର୍ଣ୍ଣପୁରର ୩ କୁନି ମଡେଲ appeared first on Dharitri Odia News.

ନେପାଳରେ ଚମକିଲେ ସୁବର୍ଣ୍ଣପୁରର ୩ କୁନି ମଡେଲ

ସୋନପୁର,୬ା୪(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ସହରର ୩ ଝିଅ ନେପାଳର ରାଜଧାନୀ କାଠମାଣ୍ଡୁରେ ଆୟୋଜିତ ଅନ୍ତର୍ଜାତୀୟ ମଡେଲିଂ ପ୍ରତିଯୋଗିତାରେ ଭାଗ ନେଇ ନିଜର ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଛନ୍ତି। କୁନି ମଡେଲ ବିଶ୍ୱବିଜୟିନୀ, ସୁଚିସ୍ମିତା ଓ ହର୍ଷିତା ବିଦେଶ ମାଟିରେ ଚମକିବା ସହ ଜିଲା ଓ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। କାଠମାଣ୍ଡୁଠାରେ ମାର୍ଚ୍ଚ ୨୮ରୁ ଏପ୍ରିଲ ୧ ତାରିଖ ପର୍ଯ୍ୟନ୍ତ ମଡେଲିଂ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ତିନି ପ୍ରତିଯୋଗୀ ବିଭିନ୍ନ ବିଭାଗରେ ଅଂଶଗ୍ରହଣ କରିଥିଲେ। ଏପ୍ରିଲ ୧ ତାରିଖରେ କାଠମାଣ୍ଡୁର ପାଲାକୋ ହୋଟେଲ୍‌ରେ ଉକ୍ତ ପ୍ରତିଯୋଗିତାର ଫାଇନାଲ ରାଉଣ୍ଡ ଅନୁଷ୍ଠିତ ହୋଇଥିଲା। ଏହି ମେଗା ଇଭେଣ୍ଟରେ ୧୦ଟି ଦେଶର ୩୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ମୋଟ ୯ଟି ବିଭାଗ ମଧ୍ୟରୁ ୩ଟି ବିଭାଗରେ ଉତ୍ତମ ପ୍ରଦର୍ଶନ କରି ବିଶ୍ୱବିଜୟିନୀ, ସୁଚିସ୍ମିତା ଓ ହର୍ଷିତା ବିଜେତା ହୋଇଛନ୍ତି। ଅତିଥିମାନେ ସେମାନଙ୍କୁ ମୁକୁଟ ପିନ୍ଧାଇବା ସହ କ୍ରସ ଫିତା, କପ୍‌ ଓ ପ୍ରଶଂସା ପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ସହରର ପଟାଭାଡି ନିବାସୀ ତୃଷ୍ଣାସାଗରି ଓ ତରୁଣ ମିଶ୍ରଙ୍କ ଝିଅ ବିଶ୍ୱବିଜୟିନୀଙ୍କୁ ମିସ୍‌ ଟିନ୍‌ ଗ୍ଲୋବାଲ୍‌ ଇଣ୍ଟରନ୍ୟାଶନାଲ ତାଜ୍‌ ମିଳିଛି। ସେହିପରି ମାଣିକେଶ୍ୱରୀ ପ୍ଲଟ ନିବାସୀ ପୂଜା ଓ ମନୋରଞ୍ଜନ ବେହେରାଙ୍କ ଝିଅ ସୁଚିସ୍ମିତା ମିସ୍‌ ପ୍ରିଟିନ୍‌ ଗ୍ଲୋବାଲ୍‌ ଇଣ୍ଟରନ୍ୟାଶନାଲ-୨୦୨୪ ଘୋଷିତ ହୋଇଛନ୍ତି। କନିଷ୍ଠ ବିଭାଗରେ ବଡବଜାର ଅଞ୍ଚଳର ଶୈଳବାଳା ଓ ପ୍ରେମ ରଞ୍ଜନଙ୍କ ଝିଅ ହର୍ଷିତା ରଞ୍ଜନ ଲିଟିଲ୍‌ ମିସ୍‌ ଗ୍ଲୋବାଲ୍‌ ଇଣ୍ଟରନ୍ୟାଶନାଲ ମଡେଲ ଘୋଷିତ ହୋଇଛନ୍ତି। ଶୁକ୍ରବାର ଅପରାହ୍ନରେ ତିନି ବିଜୟିନୀ ସୁବର୍ଣ୍ଣପୁରରେ ପହଞ୍ଚତ୍ବା ପରେ ସେମାନଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି। ପିଲାବେଳୁ ସଙ୍ଗୀତ, ନୃତ୍ୟ ଓ ମଡେଲିଂ ପ୍ରତି ରୁଚି ରଖିଥିବା ଏହି ୩ ଝିଅ ପୂର୍ବରୁ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସଫଳତା ପାଇଛନ୍ତି।

The post ନେପାଳରେ ଚମକିଲେ ସୁବର୍ଣ୍ଣପୁରର ୩ କୁନି ମଡେଲ appeared first on Dharitri Odia News.