୧.୩୬ ଲକ୍ଷ କୋଟି କୋଇଲା ବକେୟା ମାଗିଲେ ହେମନ୍ତ

ରାଞ୍ଚି,୧୬ା୧୦: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ମଙ୍ଗଳବାର ତାରିଖ ଘୋଷଣା ହେବାର କିଛି ଘଣ୍ଟା ପୂର୍ବରୁ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଏକ ପତ୍ର ଲେଖି କୋଇଲା କମ୍ପାନୀଗୁଡ଼ିକରୁ ବକେୟା ରହିଥିବା ୧.୩୬ ଲକ୍ଷ କୋଟି ଟଙ୍କା ଦେୟ ପୈଠ କରିବାକୁ ଦାବି କରିଛନ୍ତି। ସେ ରାଜ୍ୟ ପାଇଁ କୌଣସି ସ୍ବତନ୍ତ୍ର ବଜେଟ ମାଗୁନାହାନ୍ତି, ବରଂ ଏହାର ଦେୟ ପାଇବା ପାଇଁ ଅନୁରୋଧ କରୁଥିବା କହିଛନ୍ତି। ଏତେ ପରିମାଣରେ ଦେୟ ବକେୟା ରହିବା […] The post ୧.୩୬ ଲକ୍ଷ କୋଟି କୋଇଲା ବକେୟା ମାଗିଲେ ହେମନ୍ତ appeared first on Dharitri Odia News.

୧.୩୬ ଲକ୍ଷ କୋଟି କୋଇଲା ବକେୟା ମାଗିଲେ ହେମନ୍ତ

ରାଞ୍ଚି,୧୬ା୧୦: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ମଙ୍ଗଳବାର ତାରିଖ ଘୋଷଣା ହେବାର କିଛି ଘଣ୍ଟା ପୂର୍ବରୁ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଏକ ପତ୍ର ଲେଖି କୋଇଲା କମ୍ପାନୀଗୁଡ଼ିକରୁ ବକେୟା ରହିଥିବା ୧.୩୬ ଲକ୍ଷ କୋଟି ଟଙ୍କା ଦେୟ ପୈଠ କରିବାକୁ ଦାବି କରିଛନ୍ତି। ସେ ରାଜ୍ୟ ପାଇଁ କୌଣସି ସ୍ବତନ୍ତ୍ର ବଜେଟ ମାଗୁନାହାନ୍ତି, ବରଂ ଏହାର ଦେୟ ପାଇବା ପାଇଁ ଅନୁରୋଧ କରୁଥିବା କହିଛନ୍ତି। ଏତେ ପରିମାଣରେ ଦେୟ ବକେୟା ରହିବା ଯୋଗୁ ଝାଡ଼ଖଣ୍ଡର ବିକାଶ ପ୍ରତି ଅପୂରଣୀୟ କ୍ଷତି ପହଞ୍ଚାଇଛି। ବକେୟ ପାଉଣା ଆମର ଅଧିକାର ବୋଲି ହେମନ୍ତ ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଖୋଲା ଚିଠିକୁ ଏକ୍ସ’ରେ ପୋଷ୍ଟ କରିଛନ୍ତି।
ଆଇନଗତ ବ୍ୟବସ୍ଥା ସତ୍ତ୍ୱେ କୋଇଲା କମ୍ପାନୀଗୁଡ଼ିକ ବକେୟା ଦେୟ ପୈଠ କରୁନାହାନ୍ତି। ଏହି ପ୍ରସଙ୍ଗକୁ ଆପଣଙ୍କ କାର୍ଯ୍ୟାଳୟ, ଅର୍ଥ ମନ୍ତ୍ରଣାଳୟ, ନୀତି ଆୟୋଗ ସମେତ ବିଭିନ୍ନ ଫୋରମ୍‌ରେ ଉଠାଯାଇଛି। ତଥାପି ଏପର୍ଯ୍ୟନ୍ତ ୧.୩୬ ଲକ୍ଷ କୋଟି ଟଙ୍କା ପୈଠ ନ ହୋଇ ବକେୟା ରହିଥିବା ହେମନ୍ତ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଛନ୍ତି। ଖଣିଜ ପଦାର୍ଥ ଓ ରୟାଲଟି ଦେୟ ସଂଗ୍ରହ କରିବା ରାଜ୍ୟର ଅଧିକାର ବୋଲି ନିକଟରେ ସୁପ୍ରିମକୋର୍ଟର ୯ ଜଣିଆ ପୀଠ ସ୍ପଷ୍ଟ କରିଥିଲେ। ବକେୟା ଦେୟ ନ ମିଳିବା କାରଣରୁ ଝାଡ଼ଖଣ୍ଡର ବିକାଶ ବାଧାପ୍ରାପ୍ତ ହେବା ସହ ଗୁରୁତ୍ୱପୂର୍ଣ୍ଣ ସାମାଜିକ-ଅର୍ଥନୈତିକ ପ୍ରକଳ୍ପଗୁଡ଼ିକ ପ୍ରଭାବିତ ହୋଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

The post ୧.୩୬ ଲକ୍ଷ କୋଟି କୋଇଲା ବକେୟା ମାଗିଲେ ହେମନ୍ତ appeared first on Dharitri Odia News.