ନେମ ପ୍ଲେଟ୍ ବିବାଦକୁ ଡେଇଁଲା ଏନଡିଏ ସହଯୋଗୀ RLD, ଜୟନ୍ତ ଚୌଧୁରୀ ପଚାରିଲେ କେଉଁଠି ଲେଖିବେ ନାଁ?

ମୁଜଫର ନଗର: କାଉଡିଆ ଯାତ୍ରା ରାସ୍ତାରେ ଥିବା ଦୋକାନୀମାନଙ୍କୁ ନେମ ପ୍ଲେଟ୍ ଲଗାଇବା ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଏବେ ବିରୋଧ କରାଯାଉଛି। ବିପକ୍ଷଙ୍କ ସହ ଏବେ ଏନଡିଏ ସହଯୋଗୀ ମଧ୍ୟ ଏହି ନିଷ୍ପତ୍ତିକୁ ବିରୋଧ କଲେଣି। ରାଷ୍ଟ୍ରୀୟ ଲୋକ ଦଳ (ଆରଏଲଡି) ଯୋଗୀ ସରକାରଙ୍କ ଏହି ନିଷ୍ପତ୍ତିକୁ ଭୁଲ ବୋଲି କହିଛି। ଆରଏଲଡି ନେତା ତଥା କେନ୍ଦ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀ ଏହାକୁ ନେଇ କଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ ସରକାର ବୁଝି ବିଚାରି ଏହି ନିଷ୍ପତ୍ତି ନେଇ ନାହାନ୍ତି। ମୁଜଫରନଗର ଗସ୍ତ କରିଥିବା ଆରଏଲଡି ଅଧ୍ୟକ୍ଷ କହିଛନ୍ତି ଯେ ଆମ ପାର୍ଟିର ରାଜ୍ୟ ସଭାପତି ପୂର୍ବରୁ ଏ ବାବଦେ ତାଙ୍କର ପ୍ରତିକ୍ରିୟା ଦେଇ ସାରିଛନ୍ତି। ସେ ଯାହା କହିଛନ୍ତି ତାକୁ ମୁଁ ସମର୍ଥନ କରୁଛି। ସବୁ ଲୋକେ କାଉଡିଆଙ୍କ ସେବା କରନ୍ତି। କାଉଡି ନେଇଯାଉଥିବା ଓ ସେବା କରୁଥିବା ଲୋକଙ୍କ କୌଣସି  ପରିଚୟ ନଥାଏ। ସେହି ସେବା ଗ୍ରହଣ କରିବାକୁ ଧର୍ମ ଓ ଜାତି ଖୋଜନ୍ତିନି। ଏଣୁ ଏହି ମାମଲାକୁ ଧର୍ମ ଓ ଜାତି ସହ ଯୋଡାଯିବା ଉଚିତ ନୁହେଁ। ଆରଏଲଡି ମୁଖିଆ ହିନ୍ଦୁ ଓ ମୁସଲମାନକୁ ନେଇ ମଧ୍ୟ କହିଛନ୍ତି। ସେ କହିଛନ୍ତି ଯେ ମୁଁ ଭାବୁଛି ଯଦି କେଉଁ ହୋଟେଲ ସାକାହାରୀ ଭୋଜନ ତିଆରି କରୁଛି ତ ସେଠାରେ ତାହା ହେବା ଦରକାର। ତେବେ ଏଠାରେ ଖାଦ୍ୟ ପ୍ରସ୍ତୁତ କରୁଥିବା ବ୍ୟକ୍ତିଙ୍କୁ ନେଇ ପ୍ରଶ୍ନ ନ ହେବା ଉଚିତ। କିଛି ମୁସଲମାନ ସାକାହାର

ନେମ ପ୍ଲେଟ୍ ବିବାଦକୁ ଡେଇଁଲା ଏନଡିଏ ସହଯୋଗୀ RLD, ଜୟନ୍ତ ଚୌଧୁରୀ ପଚାରିଲେ କେଉଁଠି ଲେଖିବେ ନାଁ?

ମୁଜଫର ନଗର: କାଉଡିଆ ଯାତ୍ରା ରାସ୍ତାରେ ଥିବା ଦୋକାନୀମାନଙ୍କୁ ନେମ ପ୍ଲେଟ୍ ଲଗାଇବା ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଏବେ ବିରୋଧ କରାଯାଉଛି। ବିପକ୍ଷଙ୍କ ସହ ଏବେ ଏନଡିଏ ସହଯୋଗୀ ମଧ୍ୟ ଏହି ନିଷ୍ପତ୍ତିକୁ ବିରୋଧ କଲେଣି। ରାଷ୍ଟ୍ରୀୟ ଲୋକ ଦଳ (ଆରଏଲଡି) ଯୋଗୀ ସରକାରଙ୍କ ଏହି ନିଷ୍ପତ୍ତିକୁ ଭୁଲ ବୋଲି କହିଛି। ଆରଏଲଡି ନେତା ତଥା କେନ୍ଦ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀ ଏହାକୁ ନେଇ କଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ ସରକାର ବୁଝି ବିଚାରି ଏହି ନିଷ୍ପତ୍ତି ନେଇ ନାହାନ୍ତି। 

ମୁଜଫରନଗର ଗସ୍ତ କରିଥିବା ଆରଏଲଡି ଅଧ୍ୟକ୍ଷ କହିଛନ୍ତି ଯେ ଆମ ପାର୍ଟିର ରାଜ୍ୟ ସଭାପତି ପୂର୍ବରୁ ଏ ବାବଦେ ତାଙ୍କର ପ୍ରତିକ୍ରିୟା ଦେଇ ସାରିଛନ୍ତି। ସେ ଯାହା କହିଛନ୍ତି ତାକୁ ମୁଁ ସମର୍ଥନ କରୁଛି। ସବୁ ଲୋକେ କାଉଡିଆଙ୍କ ସେବା କରନ୍ତି। କାଉଡି ନେଇଯାଉଥିବା ଓ ସେବା କରୁଥିବା ଲୋକଙ୍କ କୌଣସି  ପରିଚୟ ନଥାଏ। ସେହି ସେବା ଗ୍ରହଣ କରିବାକୁ ଧର୍ମ ଓ ଜାତି ଖୋଜନ୍ତିନି। ଏଣୁ ଏହି ମାମଲାକୁ ଧର୍ମ ଓ ଜାତି ସହ ଯୋଡାଯିବା ଉଚିତ ନୁହେଁ। 

ଆରଏଲଡି ମୁଖିଆ ହିନ୍ଦୁ ଓ ମୁସଲମାନକୁ ନେଇ ମଧ୍ୟ କହିଛନ୍ତି। ସେ କହିଛନ୍ତି ଯେ ମୁଁ ଭାବୁଛି ଯଦି କେଉଁ ହୋଟେଲ ସାକାହାରୀ ଭୋଜନ ତିଆରି କରୁଛି ତ ସେଠାରେ ତାହା ହେବା ଦରକାର। ତେବେ ଏଠାରେ ଖାଦ୍ୟ ପ୍ରସ୍ତୁତ କରୁଥିବା ବ୍ୟକ୍ତିଙ୍କୁ ନେଇ ପ୍ରଶ୍ନ ନ ହେବା ଉଚିତ। କିଛି ମୁସଲମାନ ସାକାହାରୀ ତ କିଛି ମାଂସାହାରୀ ହିନ୍ଦୁ ଥାଇପାରନ୍ତି। ଏଣୁ ଏବେ ଲୋକେ କେଉଁଠି କେଉଁଠି ନାଁ ଲେଖିବେ?କଣ କୁର୍ତ୍ତାରେ ବି ଲୋକେ ନାଁ ଲେଖିବେ ନା କଣ? ଯାହାକୁ ଦେଖି ଲୋକେ ହାତ ମିଳାଇବେ ବୋଲି ପ୍ରଶ୍ନ କରିଛନ୍ତି।