ନୋଏଡାରେ ଭୁଶୁଡ଼ିଲା ବିଲ୍ଡିଂ, ଅନେକ ଲୋକ ଦବି ରହିଥିବା ଆଶଙ୍କା

ଉତ୍ତର ପ୍ରଦେଶର ନୋଏଡାରେ ଏକ ତିନି ମହଲା ବିଲ୍ଡିଂ ଭୁଶୁଡ଼ି ପଡ଼ିଛି । ଏଥିରେ ଅନେକ ଲୋକ ଭଗ୍ନାବଶେଷ ମଧ୍ୟରେ ଫସି ରହିଥିବା ଆଶଙ୍କା କରାଯାଇଛି । ବିଲ୍ଡିଂ ଭୁଶୁଡ଼ିବା ସମୟରେ ଘଟଣାସ୍ଥଳରେ ଲୋକମାନଙ୍କର ଆର୍ତ୍ତ ଚିତ୍କାର ଶୁଣିବାକୁ ମିଳିଥିଲା । ବର୍ତ୍ତମାନ ପୋଲିସ ଟିମ୍ ଏବଂ ଅନ୍ୟ ଉଦ୍ଧାରକାରୀ ଟିମ୍ ପହଞ୍ଚିଛନ୍ତି । ସମସ୍ତେ ଭଗ୍ନାବଶେଷ ହଟାଇବାରେ ଲାଗିପଡ଼ିଛନ୍ତି । କୁହାଯାଉଛି କି, ଏହି ବିଲ୍ଡିଂ ପାଖରେ ନିଅଁ ଖୋଳାଯାଉଥିଲା । ଏହି ଘଟଣା ସେକ୍ଟର […] The post ନୋଏଡାରେ ଭୁଶୁଡ଼ିଲା ବିଲ୍ଡିଂ, ଅନେକ ଲୋକ ଦବି ରହିଥିବା ଆଶଙ୍କା appeared first on KNews Odisha.

ନୋଏଡାରେ ଭୁଶୁଡ଼ିଲା ବିଲ୍ଡିଂ, ଅନେକ ଲୋକ ଦବି ରହିଥିବା ଆଶଙ୍କା
noida

ଉତ୍ତର ପ୍ରଦେଶର ନୋଏଡାରେ ଏକ ତିନି ମହଲା ବିଲ୍ଡିଂ ଭୁଶୁଡ଼ି ପଡ଼ିଛି । ଏଥିରେ ଅନେକ ଲୋକ ଭଗ୍ନାବଶେଷ ମଧ୍ୟରେ ଫସି ରହିଥିବା ଆଶଙ୍କା କରାଯାଇଛି । ବିଲ୍ଡିଂ ଭୁଶୁଡ଼ିବା ସମୟରେ ଘଟଣାସ୍ଥଳରେ ଲୋକମାନଙ୍କର ଆର୍ତ୍ତ ଚିତ୍କାର ଶୁଣିବାକୁ ମିଳିଥିଲା । ବର୍ତ୍ତମାନ ପୋଲିସ ଟିମ୍ ଏବଂ ଅନ୍ୟ ଉଦ୍ଧାରକାରୀ ଟିମ୍ ପହଞ୍ଚିଛନ୍ତି । ସମସ୍ତେ ଭଗ୍ନାବଶେଷ ହଟାଇବାରେ ଲାଗିପଡ଼ିଛନ୍ତି । କୁହାଯାଉଛି କି, ଏହି ବିଲ୍ଡିଂ ପାଖରେ ନିଅଁ ଖୋଳାଯାଉଥିଲା ।

ଏହି ଘଟଣା ସେକ୍ଟର ୬୩ ଥାନା ଅଞ୍ଚଳରେ ଘଟିଛି । ପୋଲିସ ଅଧିକାରୀ କହିଛନ୍ତି ଯେ ହନୁମାନ ମନ୍ଦିର ନିକଟ ବହଲୋଲପୁରରେ ଖାଲିଥିବା ଏକ ପ୍ଲଟରେ ନିଅଁ ଖୋଳାଯାଉଥିବା ବେଳେ ଏହି ଘଟଣା ଘଟିଥିଲା । ନିଅଁ ଖୋଳାଯିବା ସମୟରେ ପାଖରେ ଥିବା ଏକ ବିଲ୍ଡିଂର କାନ୍ଥ ହଠାତ୍ ଭୁଶୁଡ଼ି ପଡ଼ିଥିଲା । ଭଗ୍ନାବଶେଷ ମଧ୍ୟରୁ ୨ ଜଣଙ୍କୁ ବାହାର କରାଯାଇଛି ଏବଂ ସେମାନଙ୍କୁ ଚିକିତ୍ସା ପାଇଁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ପୋଲିସ ସୂଚନା ମୁତାବକ, ଭଗ୍ନାବଶେଷ ମଧ୍ୟରେ ଆହୁରି ଅନେକ ଲୋକ ଦବି ରହିଥିବା ଆଶଙ୍କା କରାଯାଉଛି । ସେମାନଙ୍କୁ ଖୋଜାଖୋଜି ଚାଲିଛି । ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରାଯାଉଛି । ଘଟଣାସ୍ଥଳରେ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ଅଛନ୍ତି । ପୋଲିସ ଫୋର୍ସ ଏବଂ ଫାୟାର ୟୁନିଟ୍ ଦ୍ୱାରା ରେସକ୍ୟୁ କାର୍ଯ୍ୟ କରାଯାଉଛି ।

The post ନୋଏଡାରେ ଭୁଶୁଡ଼ିଲା ବିଲ୍ଡିଂ, ଅନେକ ଲୋକ ଦବି ରହିଥିବା ଆଶଙ୍କା appeared first on KNews Odisha.