ଭାଗ୍ୟ ବଦଳାଇ ଦେଲା ମହାକୁମ୍ଭ, ୪୫ ଦିନରେ ୩୦ କୋଟି ରୋଜଗାର କଲେ ନାବିକ ପରିବାର

କଥାରେ ଅଛି ଭଗବାନ ଯେବେ ଦିଅନ୍ତି ଛପର ଫାଡ଼ିକି ଦିଅନ୍ତି । ଏକଥା ସତ ହୋଇଛି ନିକଟରେ ସରିଥିବା ମହାକୁମ୍ଭ ମେଳାରେ । କିଏ ଦାନ୍ତକାଠି ବିକି ତ କିଏ ଚା’ ବିକ୍ରି କରି ଲକ୍ଷପତି ହୋଇ ଯାଇଛନ୍ତି । ହେଲେ ଗଙ୍ଗା ନଦୀରେ ଡଙ୍ଗା ଚଳାଉଥିବା ଗୋଟିଏ ପରିବାର କୋଟିପତି ହୋଇ ଯାଇଛନ୍ତି । ମାତ୍ର ୪୫ ଦିନରେ ରୋଜଗାର କରିଛନ୍ତି ୩୦ କୋଟି ଟଙ୍କା । ବିଶ୍ବାସ ହେଉନି ନା ? କଥାଟା ଶୁଣିବାକୁ […] The post ଭାଗ୍ୟ ବଦଳାଇ ଦେଲା ମହାକୁମ୍ଭ, ୪୫ ଦିନରେ ୩୦ କୋଟି ରୋଜଗାର କଲେ ନାବିକ ପରିବାର appeared first on KNews Odisha.

ଭାଗ୍ୟ ବଦଳାଇ ଦେଲା ମହାକୁମ୍ଭ, ୪୫ ଦିନରେ ୩୦ କୋଟି ରୋଜଗାର କଲେ ନାବିକ ପରିବାର

କଥାରେ ଅଛି ଭଗବାନ ଯେବେ ଦିଅନ୍ତି ଛପର ଫାଡ଼ିକି ଦିଅନ୍ତି । ଏକଥା ସତ ହୋଇଛି ନିକଟରେ ସରିଥିବା ମହାକୁମ୍ଭ ମେଳାରେ । କିଏ ଦାନ୍ତକାଠି ବିକି ତ କିଏ ଚା’ ବିକ୍ରି କରି ଲକ୍ଷପତି ହୋଇ ଯାଇଛନ୍ତି । ହେଲେ ଗଙ୍ଗା ନଦୀରେ ଡଙ୍ଗା ଚଳାଉଥିବା ଗୋଟିଏ ପରିବାର କୋଟିପତି ହୋଇ ଯାଇଛନ୍ତି । ମାତ୍ର ୪୫ ଦିନରେ ରୋଜଗାର କରିଛନ୍ତି ୩୦ କୋଟି ଟଙ୍କା । ବିଶ୍ବାସ ହେଉନି ନା ? କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏକଦମ୍ ସତ । କାରଣ ମାତ୍ର ୪୫ ଦିନରେ କୌଣସି ବି ବ୍ୟବସାୟ ୩୦ କୋଟି ଟଙ୍କା ଲାଭ ଦେବା ଆଦୌ ସହଜ କଥା ନୁହେଁ ।

କିନ୍ତୁ ଏଠି ସାମାନ୍ୟ ଡଙ୍ଗା ଚଳାଇ ଏତେ ଟଙ୍କା ରୋଜଗାର କରିଥିବା ଘଟଣା ଏବେ ସମସ୍ତଙ୍କୁ ଚକିତ କରୁଛି । ଏକଥା ଆମେ ନୁହେଁ ଖୋଦ୍ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି । ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଅନୁଷ୍ଠିତ ମହାକୁମ୍ଭ ମେଳା ଏବେ ଶେଷ ହୋଇଛି । ସେହି ମେଳା ସମୟରେ ଶ୍ରଦ୍ଧାଳୁଙ୍କୁ ଡଙ୍ଗାରେ ନେଇ ଏଭଳି ରୋଜଗାର କରିଛି ଗୋଟିଏ ଡଙ୍ଗା ଚାଳକ ପରିବାର । ପ୍ରୟାଗରାଜର ମହାକୁମ୍ଭ କେବଳ ଏହାର ଆସ୍ଥା ଓ ବିଶ୍ୱାସ ଯୋଗୁଁ ଚର୍ଚ୍ଚାରେ ନଥିଲା ବରଂ ଏଠାରେ ଏକ ସଫଳତାର କାହାଣୀ ମଧ୍ୟ ନଜର ଆସିଥିଲା ।

କେତେ ଯେ ଲୋକଙ୍କୁ ରୋଜଗାରର ଖୋରାକ ଯୋଗାଇଛି ଏହି ମହାକୁମ୍ଭ ତାହା କହିବା ମୁସ୍କିଲ । ଅନେକଙ୍କୁ ମାଲାମାଲ କରିଦେଇଛି ମହାକୁମ୍ଭ । କିଏ ନିମ୍ବ ଦାନ୍ତକାଠି ବିକ୍ରି କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିଥିଲେ ତ କିଏ ମାଳା ବିକ୍ରି କରି ଏବେ ଫିଲ୍ମ ଦୁନିଆରେ ପାଦ ଦେଇ ପାରିଛନ୍ତି । ଏହାରି ଭିତରେ ବର୍ତ୍ତମାନ ଏକ ଡଙ୍ଗା ଚାଳକ ପରିବାରର ସଫଳତା କାହାଣୀ ସବୁଠୁ ବେଶି ଚର୍ଚ୍ଚାରେ ରହିଛି । ଏହି ପରିବାର ମାତ୍ର ଦେଢ଼ ମାସ ଅର୍ଥାତ୍ ୪୫ ଦିନ ମଧ୍ୟରେ ରୋଜଗାର କରିଛି ୩୦ କୋଟି ଟଙ୍କା ।

ସେମାନଙ୍କ ସଫଳତାର କାହାଣୀ ନିଜେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉତ୍ତର ପ୍ରଦେଶ ବିଧାନସଭାର ବଖାଣିଛନ୍ତି । ବଜେଟ ଅଧିବେଶନ ସମୟରେ ବର୍ଣ୍ଣନା କରିଛନ୍ତି । ଏହି ପରିବାରର ବେଶ ପ୍ରଶଂସା ମଧ୍ୟ କରିଛନ୍ତି ଯୋଗୀ ଆଦିତ୍ୟନାଥ । ବିଧାନସଭାରେ ଅଭିଭାଷଣ ଦେଇ ଯୋଗୀ କହିଛନ୍ତି ଯେ, ପ୍ରୟାଗରାଜ ମହାକୁମ୍ଭ ଏକ ନାବିକ ପରିବାରର ଭାଗ୍ୟ ବଦଳାଇ ଦେଇଛି । ଡଙ୍ଗା ଚାଳକ ଜଣକ ହେଉଛନ୍ତି ପିଣ୍ଟୁ ମାହାରା । ତାଙ୍କ ପରିବାର ମାତ୍ର ୪୫ ଦିନରେ ରୋଜଗାର କରିଛନ୍ତି ୩୦ କୋଟି ଟଙ୍କା । ଯାହା କୌଣସି ବିସ୍ମୟକର ଘଟଣାରୁ କମ୍ ନୁହେଁ ।

୨୦୧୯ ମହାକୁମ୍ଭରେ ବୋଟ୍ ସଂଖ୍ୟା ୬୦ରୁ ୧୩୦କୁ ବଢ଼ାଇଥିଲେ ପିଣ୍ଟୁ । ପିଣ୍ଟୁ ଓ ତାଙ୍କ ସମ୍ପର୍କୀୟ ପରିବାରର ପ୍ରାୟ ୧୦୦ ଜଣ ଏହି କାମ କରନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଯେ ପ୍ରୟାଗରାଜର ଏହି ଡଙ୍ଗା ଚାଳକ ପରିବାର ମହାକୁମ୍ଭର ୪୫ ଦିନରେ ୧୩୦ଟି ଡଙ୍ଗା ଚଳାଇ ୩୦ କୋଟି ଟଙ୍କା ରୋଜଗାର କରିଛନ୍ତି । ଯଦି ଆମେ ପ୍ରତ୍ୟେକ ଡଙ୍ଗାର ହିସାବ ଦେଖିବା ତେବେ ଡଙ୍ଗା ପିଛା ଏହି ୪୫ ଦିନରେ ପ୍ରତିଦିନ ୫୦ ରୁ ୫୨ ହଜାର ଟଙ୍କା ରୋଜଗାର କରିଥିଲେ ପିଣ୍ଟୁ । ସେହି ଅନୁସାରେ, ନାବିକ ପରିବାର ପ୍ରତିଦିନ ୨୩ ଲକ୍ଷ ଟଙ୍କା ରୋଜଗାର କରିଛନ୍ତି ।

୧୪୪ ବର୍ଷ ପରେ ଏଭଳି ଏକ ଐତିହାସିକ ମୁହୂର୍ତ୍ତର ମୂକ ସାକ୍ଷୀ ହେବା ଲାଗି କୋଟି କୋଟି ଶ୍ରଦ୍ଧାଳୁ ପ୍ରୟାଗରାଜରେ ବୁଡ଼ ପକାଇଛନ୍ତି । ଏହି ୪୫ ଦିନରେ ୬୬ କୋଟି ଲୋକ ବୁଡ ପକାଇଛନ୍ତି ମହାକୁମ୍ଭରେ ଯାହା ଅନେକ ରେକର୍ଡ ଭାଙ୍ଗିଥିଲା । କେବଳ ଯେ ଲୋକଙ୍କ ସମାଗମ ତା ନୁହେଁ ଆର୍ଥିକ ଦୃଷ୍ଟିକୋଣରୁ ମଧ୍ୟ ଅନେକ ରେକର୍ଡ ସୃଷ୍ଟି କରିଛି ମହାକୁମ୍ଭ । ସେହିଭଳି ଏବେ ଏହି ନାବିକ ପରିବାର ମାତ୍ର ୪୫ ଦିନରେ ୩୦ କୋଟି ଟଙ୍କା ରୋଜଗାର କରିଥିବା ଘଟଣା ଏକ ଅନନ୍ୟ ରେକର୍ଡ ସୃଷ୍ଟି କରିଛି ଯାହା ସମସ୍ତଙ୍କୁ ଚକିତ କରିବା ସ୍ବାଭାବିକ ।

ତେବେ କାହାକୁ ଠକି ନୁହେଁ ନିଜ ପରିଶ୍ରମର ଉପାର୍ଜନ ଇଏ । ଏହି ପରିବାର ପ୍ରୟାଗରାଜର ଅରୈଲରେ ବସବାସ କରନ୍ତି । ଏମିତି ଏକ ବଡ ରୋଜଗାର ପରେ ମାହାରା ପରିବାର ଲୋକଙ୍କ ଖୁସି କହିଲେ ନସରେ । ସେମାନେ ପରସ୍ପରକୁ ମିଠା ଖାଇ ଖୁସି ମନାଉଛନ୍ତି । ଆଉ ରୋଜଗାର ଅର୍ଥରେ ଭବିଷ୍ୟତ ପାଇଁ ଯୋଜନା ବନାଉଛନ୍ତି । ତେବେ ପିଣ୍ଟୁ ଏକଥା ଜାଣି ନଥିବେ ଯେ ତାଙ୍କ ରୋଜକାରରୁ ତାଙ୍କୁ ଏବେ ୧୨ କୋଟିରୁ ଅଧିକ ଟଙ୍କା ଟିକସ ବାବଦରେ ଦେବାକୁ ପଡ଼ି ପାରେ ।

Also read: ପ୍ରେମିକାଙ୍କ କଥା ଶୁଣି ମହାକୁମ୍ଭରେ ବିକ୍ରି କରିଲେ ଦାନ୍ତକାଠି, ୪ ଦିନରେ ରୋଜଗାର କରିଲେଣି ୪୦ ହଜାର ଟଙ୍କା

The post ଭାଗ୍ୟ ବଦଳାଇ ଦେଲା ମହାକୁମ୍ଭ, ୪୫ ଦିନରେ ୩୦ କୋଟି ରୋଜଗାର କଲେ ନାବିକ ପରିବାର appeared first on KNews Odisha.