ନୋଏଲ ଟାଟା ହେଲେ ଟାଟା ଟ୍ରଷ୍ଟ ର ଅଧ୍ୟକ୍ଷ
ନୂଆଦିଲ୍ଲୀ : ନୋଏଲ ଟାଟା ହେଲେ ଟାଟା ଟ୍ରଷ୍ଟ ର ଅଧ୍ୟକ୍ଷ । ରତନ ଟାଟାଙ୍କ ବିୟୋଗ ପରେ ନୋଏଲ ଟାଟାଙ୍କୁ ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ୪୦ ବର୍ଷର ଅଭିଜ୍ଞାତା ଥିବା ନୋଏଲ ଟାଟା ସର୍ବ ସମ୍ମତିରେ ଟାଟା ଟ୍ରଷ୍ଟରେ ଅଧ୍ୟକ୍ଷ ନିଯୁକ୍ତି ହୋଇଛନ୍ତି । ନୋଏଲ ଟାଟା ହେଉଛନ୍ତି ରତନ ଟାଟାଙ୍କ ସାନ ଭାଇ(ସାବତ ଭାଇ)। ନୋଏଲ ଟାଟା ସାର୍ ରତନ ଟାଟା ଟ୍ରଷ୍ଟ ଏବଂ ସାର ଦୋରାବଜୀ ଟାଟା ଟ୍ରଷ୍ଟ […]

ନୂଆଦିଲ୍ଲୀ : ନୋଏଲ ଟାଟା ହେଲେ ଟାଟା ଟ୍ରଷ୍ଟ ର ଅଧ୍ୟକ୍ଷ । ରତନ ଟାଟାଙ୍କ ବିୟୋଗ ପରେ ନୋଏଲ ଟାଟାଙ୍କୁ ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ୪୦ ବର୍ଷର ଅଭିଜ୍ଞାତା ଥିବା ନୋଏଲ ଟାଟା ସର୍ବ ସମ୍ମତିରେ ଟାଟା ଟ୍ରଷ୍ଟରେ ଅଧ୍ୟକ୍ଷ ନିଯୁକ୍ତି ହୋଇଛନ୍ତି । ନୋଏଲ ଟାଟା ହେଉଛନ୍ତି ରତନ ଟାଟାଙ୍କ ସାନ ଭାଇ(ସାବତ ଭାଇ)। ନୋଏଲ ଟାଟା ସାର୍ ରତନ ଟାଟା ଟ୍ରଷ୍ଟ ଏବଂ ସାର ଦୋରାବଜୀ ଟାଟା ଟ୍ରଷ୍ଟ ବୋର୍ଡର ଟ୍ରଷ୍ଟି ଥିଲେ। ରତନ ଟାଟାଙ୍କ ପରେ ତାଙ୍କୁ ଟାଟା ଟ୍ରଷ୍ଟର ଅଧ୍ୟକ୍ଷ କରାଯାଇଛି। ବର୍ତ୍ତମାନ ସେ ଟାଟା ଇଣ୍ଟରନ୍ୟାସନାଲ ଲିମିଟେଡ, ଭୋଲଟାସ ଲିମିଟେଡ, ଟାଟା ଇନଭେଷ୍ଟମେଣ୍ଟ କର୍ପୋରେସନ ଲିମିଟେଡର ଅଧ୍ୟକ୍ଷ ଅଛନ୍ତି ଏବଂ ଟାଇଟନ କମ୍ପାନୀର ଉପାଧ୍ୟକ୍ଷ ମଧ୍ୟ। ରତନ ଟାଟାଙ୍କ ନିଧନ ପରେ ସେ ଟାଟା ପରିବାରର ମଙ୍ଗ ଧରିବା ନେଇ ଚର୍ଚ୍ଚା ଜୋର ଧରିଥିଲା ।