କିଶନ, ଆୟରଙ୍କୁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟରୁ ବାଦ୍‌ ଦେଇଛନ୍ତି ଅଗରକର; ଆଉ କେହି ଦାୟୀ ନୁହନ୍ତି…

ମୁମ୍ବାଇ, ୧୦ା୫: ଇଶାନ କିଶନ ଓ ଶ୍ରେୟାସ ଆୟରଙ୍କୁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟରୁ ସମ୍ପୂର୍ଣ୍ଣ ବାଦ୍‌ ଦେବା ନିଷ୍ପତ୍ତି ସିଲେକ୍ସନ କମିଟି ଚେୟାରମ୍ୟାନ ଅଜିତ ଅଗରକର ଏକାକୀ ନେଇଛନ୍ତି। ଏଥିପାଇଁ ଅନ୍ୟ କାହାରିକୁ ଦାୟୀ କରାଯାଇ ନ ପାରେ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସମ୍ପାଦକ ଜୟ ଶାହା ଶୁକ୍ରବାର ଏକଥା ପ୍ରକାଶ କରିଛନ୍ତି। ବିସିସିଆଇର ନିର୍ଦ୍ଦେଶ ସତ୍ତ୍ୱେ କିଶନ ଓ ଆୟର ଘରୋଇ କ୍ରିକେଟ ଖେଳି ସେମାନଙ୍କର ଦକ୍ଷତା ପ୍ରଦର୍ଶନ କରି ନ ଥିଲେ। ଯାହାକିଛି […] The post କିଶନ, ଆୟରଙ୍କୁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟରୁ ବାଦ୍‌ ଦେଇଛନ୍ତି ଅଗରକର; ଆଉ କେହି ଦାୟୀ ନୁହନ୍ତି… appeared first on Dharitri Odia News.

କିଶନ, ଆୟରଙ୍କୁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟରୁ ବାଦ୍‌ ଦେଇଛନ୍ତି ଅଗରକର; ଆଉ କେହି ଦାୟୀ ନୁହନ୍ତି…

ମୁମ୍ବାଇ, ୧୦ା୫: ଇଶାନ କିଶନ ଓ ଶ୍ରେୟାସ ଆୟରଙ୍କୁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟରୁ ସମ୍ପୂର୍ଣ୍ଣ ବାଦ୍‌ ଦେବା ନିଷ୍ପତ୍ତି ସିଲେକ୍ସନ କମିଟି ଚେୟାରମ୍ୟାନ ଅଜିତ ଅଗରକର ଏକାକୀ ନେଇଛନ୍ତି। ଏଥିପାଇଁ ଅନ୍ୟ କାହାରିକୁ ଦାୟୀ କରାଯାଇ ନ ପାରେ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସମ୍ପାଦକ ଜୟ ଶାହା ଶୁକ୍ରବାର ଏକଥା ପ୍ରକାଶ କରିଛନ୍ତି।

ବିସିସିଆଇର ନିର୍ଦ୍ଦେଶ ସତ୍ତ୍ୱେ କିଶନ ଓ ଆୟର ଘରୋଇ କ୍ରିକେଟ ଖେଳି ସେମାନଙ୍କର ଦକ୍ଷତା ପ୍ରଦର୍ଶନ କରି ନ ଥିଲେ। ଯାହାକିଛି ନିଷ୍ପତ୍ତି ସମ୍ବିଧାନ ଅନୁଯାୟୀ ନିଆଯାଇଛି। ସେ କେବଳ ସିଲେକ୍ସନ କମିଟି ବୈଠକର ଜଣେ ଆବାହକ ମାତ୍ର। ନିୟମକୁ କାର୍ଯ୍ୟକାରୀ କରିବା ହେଉଛି ତାଙ୍କ କାର୍ଯ୍ୟ। ସେମାନଙ୍କ ସ୍ଥାନରେ ସଞ୍ଜୁ ସାମସନଙ୍କ ଭଳି ନୂଆ ଖେଳାଳିଙ୍କୁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟରେ ସାମିଲ କରାଯାଇଛି। ଭାରତୀୟ ଖେଳାଳିମାନଙ୍କୁ ଘରୋଇ କ୍ରିକେଟକୁ ଅଗ୍ରାଧିକାର ଦେବାକୁ ହେବ ବୋଲି ସେ ଦୋହରାଇ କହିଛନ୍ତି।

The post କିଶନ, ଆୟରଙ୍କୁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟରୁ ବାଦ୍‌ ଦେଇଛନ୍ତି ଅଗରକର; ଆଉ କେହି ଦାୟୀ ନୁହନ୍ତି… appeared first on Dharitri Odia News.